ଉଦୟପୁର: ଉଦୟପୁର ହତ୍ୟା ଘଟଣାରେ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର ବେଳେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ଅଭିଯୁକ୍ତମାନଙ୍କୁ ଶନିବାର ଦିନ କୋର୍ଟରେ ହାଜର କରିବା ବେଳେ ଦେଖାଦେଇଥିଲା ଉତ୍ତେଜନା। ପୁଲିସ ଉପସ୍ଥିତିରେ ଆଖିବୁଜା ଛେଚା ହୋଇଛି। ଜୟପୁର ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) କୋର୍ଟରେ ୪ ଅଭିଯୁକ୍ତ ମହମ୍ମଦ ରିଆଜ ଅଖତାରୀ, ଗୌସ ମହମ୍ମଦ ଏବଂ ସେମାନଙ୍କ ସହଯୋଗୀ ଆସିଫ ଏବଂ ମୋହସିନଙ୍କୁ ହାଜର ସମୟରେ ଅଭିଯୁକ୍ତଙ୍କୁ ଲୋକେ ମନଭରି କୁଟିଥିଲେ।
କୋର୍ଟ ପରିସରରେ ଓକିଲମାନେ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ଦାବି କରିଥିଲେ। କଡ଼ା ସୁରକ୍ଷା ମଧ୍ୟରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲେ ବି ସେମାନଙ୍କୁ ଲୋକଙ୍କ ଆକ୍ରୋଶର ସାମ୍ନା କରିବାକୁ ପଡ଼ିଥିଲା। ସେହିପରି କୋର୍ଟ ବାହାରେ ଜମା ହୋଇଥିବା ଲୋକେ ମଧ୍ୟ ନିଜ ରାଗ ସୁଝିବାକୁ ପଛାଇ ନ ଥିଲେ। ତେବେ ପୁଲିସ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା।
ଉଦୟପୁରରେ ନୁପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟକୁ ନେଇ ଟେଲର କହ୍ନେୟାଲାଲଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ଦୁଇ ଅଭିଯୁକ୍ତ ଅପରାଧ ଘଟାଇବା ପରେ ଏକ ଭିଡିଓ ମଧ୍ୟ ଭାଇରାଲ କରି ସେମାନେ ନୂପୁରଙ୍କୁ ସମର୍ଥନ କରିଥିବାରୁ ତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now