୧୪ ଦିନିଆ ନ୍ୟାୟିକ ହାଜତକୁ ଗଲେ ଜୁବୈର

Spread the love

 ଶନିବାର ଦିଲ୍ଲୀର ଏକ କୋର୍ଟ ସାମ୍ୱାଦିକ ମହମ୍ମଦ ଜୁବୈରଙ୍କ ଜାମିନ ଆବେଦନ ଖାରଜ କାରିବା ସହ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ୫ଦିନିଆ ପୁଲିସ ରିମାଣ୍ଡ ପରେ ଆଜି କୋର୍ଟରେ ଜୁବୈରଙ୍କୁ ହାଜର କରି ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇବାକୁ ଅପିଲ କରିଥିଲା।  ୨୦୧୮ ମସିହାରେ ଏକ ବିବାଦୀୟ ଟ୍ୱିଟ୍‌ ପାଇଁ ତାଙ୍କୁ ଗିରଫ କରାଯାଇଥିଲା।

ପୁଲିସ ଜୁବୈରଙ୍କ ମୋବାଇଲ ଜବତ କରିବା ସହ ଏକ  ହାର୍ଡ଼ ଡିସ୍କ ଜବତ କରିଛି । ଆଜି ସରକାରୀ ଓକିଲ ଅତୁଲ ଶ୍ରୀବାସ୍ତବ କୋର୍ଟଙ୍କୁ କହିଥିଲେ ଯେ,  ଅଭିଯୁକ୍ତ ଜୁବୈରଙ୍କ ବିରୋଧରେ ପୁଲିସ ନୂଆ ଦଫା ରୁଜୁ କରିଛି।  ପୁଲିସ ତାଙ୍କ ବିରୋଧରେ ୧୫୩ ଏ( ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା) ଏବଂ ୨୦୧(ପ୍ରମାଣ ନଷ୍ଠ କରିବା) ଏବଂ  ୨୯୫ ଏ ( ଧାର୍ମିକ ଭାବନାକୁ ଆଘାତ ଦେବା ) ଦଫା ଲଗାଇଛି। ଏଥିରେ ଶିବଲିଙ୍ଗଙ୍କୁ ଅପମାନ କରିଥିବା ଅଭିଯୋଗ କରାଯାଇଥିଲା । ପୂର୍ବରୁ ମଧ୍ୟ ସେ ହିନ୍ଦୁ ଦେବାଦେବୀଙ୍କ ସମ୍ୱନ୍ଧିତ ଆପତ୍ତିଜନକ ଟ୍ୱିଟ କରିଆସୁଥିଲେ।

Leave a Reply

Your email address will not be published. Required fields are marked *