ବିଜେପି ନେତାଙ୍କ ବିରୋଧରେ ଟପ୍ପଣୀ ଦେଇ ବଦଳିରୁ ବଞ୍ଚିତ ଜଷ୍ଟିସ ମୁରଲିଧର

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ପରେ ବିଜେପି ନେତା ଅନୁରାଗ ଠାକୁର, କପିଲ ମିଶ୍ରାଙ୍କ ପରି ବଡ ନେତାଙ୍କ ବିରୋଧରେ ଟପ୍ପଣୀ ଦେଇଥିବା ବିଚାରପତିଙ୍କ ବଦଳିକୁ କେନ୍ଦ୍ର ଅଟକାଇ ଦେଇଛି। ସୁପ୍ରିମ କୋର୍ଟ କଳେଜିୟମ ଓଡିଶା ହାଇକୋର୍ଟରେ ମୁଖ୍ୟ ବଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ଏସ ମୁରଲିଧରଙ୍କୁ ମାଦ୍ରାସ ହାଇକୋର୍ଟକୁ ବଦଳି କରିବାକୁ ସୁପାରିଶ କରିଥିଲେ। କିନ୍ତୁ ତାଙ୍କ ବଦଳିକୁ କେନ୍ଦ୍ର ମଞ୍ଜୁରୀ ଦେଇ ନ ଥିବା ବେଳେ ଅନ୍ୟ ତିନି ଜଣଙ୍କ ବଦଳିକୁ ସବୁଜ ସଙ୍କେତ ଦେଇଛି।

୨୮ ସେପ୍ଟେମ୍ବରକୁ କଲେଜିୟମ ରାଜସ୍ଥାନକୁ ଜଷ୍ଟିସ ପଙ୍କଜ ମିଥଲଙ୍କୁ ଓ ଜଷ୍ଟିସ ଏସ ମୁରଲିଧରଙ୍କୁ ମାଦ୍ରାସ ହାଇକୋର୍ଟକୁ ବଦଳି କରିବାକୁ ସୁପାରିଶ କରିଥିଲେ। କେନ୍ଦ୍ରର ଡିପାର୍ଟମେଣ୍ଟ ଅଫ ଜଷ୍ଟିସକୁ ସୁପାରିଶ ପଠାଯାଇଥିଲା। ଏହା ପରେ କେନ୍ଦ୍ର ସରକାରକୁ ନିଷ୍ପତ୍ତି ନେବାକୁ ହୋଇଥିଲା। ତେବେ ଜଷ୍ଟିସ ମିଥଲଙ୍କ ବଦଳିକୁ ଅନୁମତି ଦିଆଯାଇଥିବା ବେଳେ ମୁରଲିଧରଙ୍କ ଟ୍ରାନ୍ସଫରକୁ ଅଟକାଇ ଦିଆଯାଇଛି। ସେହିପରି ଜଷ୍ଟିସ ପି ବି ଭରାଲେଙ୍କୁ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟବିଚାରପତି ଓ ଜଷ୍ଟିସ ଅଲି ମହମ୍ମଦ ମାଗ୍ରେଙ୍କୁ ଜମ୍ମୁ କାଶ୍ମୀର ଓ ଲଦାଖ ବଦଳି କରାଯାଇଛି।

ଜଷ୍ଟିସ ମୁରଲିଧରଙ୍କ ବଦଳିକୁ ଅନୁମତି ନ ମିଳିବା ପରେ କେନ୍ଦ୍ରର ତାଙ୍କ ଉପରେ ଆକ୍ସନ ବୋଲି କୁହାଯାଇଛି। ସେ ୨୦୨୦ ଦିଲ୍ଲୀ ଦଙ୍ଗା ସମୟରେ ସାମ୍ନାକୁ ଆସିଥିଲେ। ସେ ବିଜେପି ନେତା ଅନୁରାଗ ଠାକୁର, କପିଲ ମିଶ୍ରା, ପ୍ରବେଶ ବର୍ମାଙ୍କ ସମସ୍ତ ଲୋକଙ୍କ ବିରୋଧରେ ଏଫଆଇଆର ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଦଙ୍ଗାରେ ପୁଲିସର ଭୂମିକାକୁ ନେଇ ଭର୍ତ୍ସନା କରିଥିଲେ। ସମସ୍ତ ବିଜେପି ନେତାଙ୍କ ବିରୋଧରେ ଅଭିଯୋଗ ଥିଲା କି,  ଦିଲ୍ଲୀ ଦଙ୍ଗା ପୂର୍ବରୁ ନେତାମାନଙ୍କ ଦ୍ବାରା ଦିଆଯାଇଥିବା ହିଂସାପୂର୍ଣ୍ଣ ଭାଷଣ ଦଙ୍ଗା ସୃଷ୍ଟି କରିଥିଲା। ୨୦୨୦ରେ ସିଏଏ ବିରୋଧରେ ପ୍ରଦର୍ଶନ ବେଳେ ଦଙ୍ଗା ହୋଇଥିଲା ଓ ଏଥିରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

ଜଷ୍ଟିସ ମୁରଲିଧରଙ୍କ କ୍ୟାରିୟର ରେକର୍ଡ ବେଶ ପ୍ରଭାବଶାଳୀ। ସେ ତାଙ୍କ ତୀକ୍ଷ୍ନ ବୟାନ ଓ ନିଷ୍ପତ୍ତି ପାଇଁ ଜଣାଶୁଣା। ୨୦୦୬ରେ ଜଷ୍ଟିସ ମୁରଲିଧରଙ୍କୁ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଏହା ପରେ ୨୦୦୯ରେ ନାଜ ଫାଉଣ୍ଡେସନ ମାମଲାରେ ସମଲିଙ୍ଗୀ ପକ୍ଷରେ ଟିପ୍ପଣୀ ଦେଇଥିଲେ।  ସେହିପରି ହାସିମପୁରା ନରସଂହାର ମାମଲାରେ ପିଏସି ଯବାନ ଓ ସିଖ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଖଣ୍ଡପୀଠର ସେ ଅଧ୍ୟକ୍ଷତା କରିଥିଲେ।

Leave a Reply

Your email address will not be published. Required fields are marked *