ଜ୍ଞାନବାପୀ ମସଜିଦ: ହିନ୍ଦୁ ପକ୍ଷକୁ କୋର୍ଟଙ୍କ ଝଟକା

Spread the love

ବାରାଣସୀ: ଜ୍ଞାନବାପୀ ମସଜିଦ ମାମଲାରେ ଆସିଲା ବଡ ନିଷ୍ପତ୍ତି। ମସଜିଦ ପରିସରରେ ଥିବା ବଜୁଖାନା ଓ ଶିବଲିଙ୍ଗର କାର୍ବନ ଡେଟିଂକୁ ବାରାଣସୀ ଜିଲ୍ଲା କୋର୍ଟଙ୍କ ବାରଣ। ବୈଜ୍ଞାନିକ ପଦ୍ଧତିରେ ଶିବଲିଙ୍ଗର ପରୀକ୍ଷଣ କରି ତାର ନିର୍ମାଣ କାଳ ସମ୍ପର୍କରେ ଜାଣିବାକୁ ହୋଇଥିବା ଯାଚିକା ଖାରଜ। ହିନ୍ଦୁ ପକ୍ଷ ମସଜିଦ ମଧ୍ୟରେ ଥିବା ଶିବଲିଙ୍ଗକୁ ପ୍ରାଚୀନ ବିଶ୍ବଶ୍ବର ମହାଦେବ ଦାବି କରୁଛି, କିନ୍ତୁ ମୁସଲମାନ ପକ୍ଷ ଏହାକୁ ଫାଉଣ୍ଟେନ କହିବା ସହ ଏହାର କାର୍ବନ ଡେଟିଂକୁ ବିରୋଧ କରୁଥିଲା। ଶୁକ୍ରବାର ହିନ୍ଦୁ ପକ୍ଷର ଯାଚିକା ଖାରଜ ପରେ ପୁଣି ଜ୍ଞାନବାପୀ ମାମଲା ସରଗରମ ହେଇଛି।

ବାରାଣସୀ ଜିଲ୍ଲା କୋର୍ଟ ପୂର୍ବରୁ ମସଜିଦ ପରିସରରେ ଥିବା ହିନ୍ଦୁ ଦେବାଦେବୀଙ୍କ ପୂଜା ପାଇଁ ହୋଇଥିବା ଆବେଦନ ପାଇଁ ମଞ୍ଜୁରୀ ଦେଇଥିଲେ। ଏହା ପରେ ହିନ୍ଦୁ ପକ୍ଷ କାର୍ବନ ଡେଟିଂ ପାଇଁ ଆବେଦନ କରିଥିଲା ଓ ଆଶା ଥିଲା କୋର୍ଟ ହିନ୍ଦୁ ପକ୍ଷରେ ନିଷ୍ପତ୍ତି ନେବେ।

ସେପଟେ ପୂର୍ବରୁ ମୁସଲମାନ ପକ୍ଷର ଯାଚିକା ଖାରଜ ହେବା ସହ ପୂଜା ପାଇଁ ଅନୁମତି ଦେବାକୁ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଷ ବିରୋଧରେ ମୁସଲମାନ ପକ୍ଷ ହାଇକୋର୍ଟ ଓ ସୁପ୍ରିମ କୋଟର ଦ୍ବାରସ୍ଥ ହୋଇଥିଲା। କିନ୍ତୁ ସୁପ୍ରିମକୋର୍ଟ ମାମଲାର ଶୁଣାଣି ସ୍ଥାନୀୟ କୋର୍ଟରେ କରିବାକୁ କହିଥିଲେ। ହେଲେ ଆଜି ଜିଲ୍ଲା କୋର୍ଟଙ୍କ ଦ୍ବାରା କାର୍ବନ ଟେଡିଂ ଆବେଦନ ଖାରଜ ମୁସଲମାନ ପକ୍ଷ ପାଇଁ ଏକ ବଡ ବିଜୟ କୁହାଯାଉଛି।

ଆଜି ପ୍ରକାଶ ପାଇଥିବା ରାୟକୁ ଅକ୍ଟୋବର ୧୧ରେ କୋର୍ଟ ସଂରକ୍ଷିତ ରଖିଥିଲେ।  

Leave a Reply

Your email address will not be published. Required fields are marked *