ପୂର୍ବତନ ବିଚାରପତି ଅହମଦୀଙ୍କ ପରଲୋକ

Spread the love

ନୂଆଦିଲ୍ଲୀ:  ଭାରତର ପୂର୍ବତନ ବିଚାରପତି ଏଏମ ଅହମଦୀଙ୍କ ଗୁରୁବାର ନିଧନ। ସେ ୧୯୯୪ରୁ ୯୭ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଅହମଦାବାଦରେ ଏକ ସିଟି ସିଭିଲ ଓ କ୍ଷେତ୍ର ନ୍ୟାୟାଳୟର ବିଚାରପତି ରୂପେ ନିଜ ନ୍ୟାୟପାଳିକା କ୍ୟାରିୟର ଆରମ୍ଭ କରିଥିଲେ। ସେ ଭାରତର ଏକମାତ୍ର ମୁଖ୍ୟ ବିଚାରପତି ଥିଲେ, ଯିଏ ସବୁଠାରୁ ଛୋଟ ପଦରୁ ଭାରତୀୟ ନ୍ୟାୟପାଳିକାର ଉଚ୍ଚତମ ପଦ ପର୍ଯ୍ୟନ୍ତ ପହଞ୍ଚିଥିଲେ। ନ୍ୟାୟମୂର୍ତ୍ତି ଅହମଦୀ ନାହିଁ ଭାରତରେ, ବରଂ ସାରା ଦୁନିଆରେ ଏକ ସମ୍ମାନିତ ବିଚାରପତି ଭାବେ ଖ୍ୟାତି ଅର୍ଜ୍ଜନ କରିଥିଲେ। ସେ ଦେଶର ସବୁଠାରୁ ୬ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରୁ ଡକ୍ଟର ଅଫ ଅଡ଼ଲର ଡିଗ୍ରୀ ହାସଲ କରିବା ସହ ପଥପ୍ରଦର୍ଶକ ନିର୍ଣ୍ଣୟଗୁଡିକର ଲେଖକ ଥିଲେ। ତାଙ୍କ ବିଶେଷଜ୍ଞତା ସମ୍ବିଧାନିକ ଆଇନଠାରୁ ମାନବାଧିକାର, ଅଭିବ୍ୟକ୍ତି ସ୍ବତନ୍ତ୍ରତା, ଅପରାଧିକ, କାରାଧନ, କେନ୍ଦ୍ର ରାଜ୍ୟ ଓ ଅନ୍ତରାଜ୍ୟ ସମ୍ବନ୍ଧକୁ ବିସ୍ତୃତ କରିଥିଲେ। ସେ ଅଲିଗଡ ମୁଲିସିମ ବିଶ୍ବବିଦ୍ୟାଳୟର କୁଳପତି ଭାବେ ମଧ୍ୟ କାର୍ଯ୍ୟଭାର ତୁଲାଇଥିଲେ।

Leave a Reply

Your email address will not be published. Required fields are marked *