ନୂଆଦିଲ୍ଲୀ: ସମ୍ପ୍ରତି ବ୍ୟାଙ୍କରେ ଦୀର୍ଘ ଦିନରୁ ନିଷ୍କ୍ରୀୟ ପଡିଥିବା ଆକାଉଣ୍ଟକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେବା ପରେ ଏହା ଉପରେ ଦାୟର ଏକ ଜନ ସ୍ୱାର୍ଥ ମାମଲା ବା ପିଆଇଏଲ ଉପରେ ସୁପ୍ରିମ କୋର୍ଟ ନୋଟିସ ଜାରି କରିଛନ୍ତି। ଆର୍ଥନୈତିକ ସାମ୍ବାଦିକା ତଥା ମନି ଲାଇଫର ମ୍ୟାନେଜିଂ ଏଡିଟର ସୂଚେତା ଦଲାଲ ଏହା ଉପରେ ଏକ ପିଆଇଏଲ ଦାୟର କରିଥିଲେ। ଆଡଭୋକେଟ ପ୍ରଶାନ୍ତ ଭୂଷଣ ଯାଚିକାକର୍ତ୍ତାଙ୍କ ପକ୍ଷରୁ ଳଢୁଛନ୍ତି।
ଯାଚିକାକର୍ତ୍ତା ତାଙ୍କ ଯାଚିକାରେ ଉଲ୍ଲେଖ କରିଥିଲେ କି, ନିଷ୍କ୍ରୀୟ ବା ବନ୍ଦ ଆକାଉଣ୍ଟର ଅର୍ଥକୁ ଭିନ୍ନ ଭିନ୍ନ ରେଗୁଲେଟରୀ ଦ୍ୱାରା ବ୍ୟବହାର କରାଯାଇଛି। ଜଷ୍ଟିସ ଅବ୍ଦୁଲ ନଜୀର ଓ ଜଷ୍ଟିସ ଜେକେ ମାହେଶ୍ୱରୀଙ୍କ ପୀଠ ମୌଖିକ ଭାବେ କହିଛନ୍ତି କି, ଏହା ଏକ ବଡ ଓ ମହତ୍ୱପୂର୍ଣ୍ଣ ମୁଦ୍ଦା, ତେଣୁ ଏହା ଉପରେ ଜନହିତ ଯାଚିକା ଉପରେ ନୋଟିସ ଜାରି କରାଯାଉଛି।
ଯାଚିକାରେ ଅଦାଲତଙ୍କୁ ପ୍ରତିପକ୍ଷ ଭାବେ ଅର୍ଥମନ୍ତ୍ରଣାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ, କର୍ପୋରେଟ ମାମଲାର ମନ୍ତ୍ରଣାଳୟ ଓ ସେବିକୁ ନୋଟିସ ଦେବାକୁ ଦାବି କରାଯାଇଛି, ଯେମିତି ସୁନିଶ୍ଚିତ ହୋଇପାରିବ କି, ଲୋକଙ୍କ ଦ୍ୱାରା ଦାବି କରାଯାଇ ନ ଥିବା ଅର୍ଥ ଜମାକର୍ତ୍ତା ଶିକ୍ଷା ଓ ଡିଇଏଏଫ, ଶିକ୍ଷା ତଥା ସୁରକ୍ଷା କୋଷ ତଥା ବରିଷ୍ଠ ନାଗରିକ କଲ୍ୟାଣ କୋଷ ମାଧ୍ୟମରେ ସରକାରର ସ୍ୱାମିତ୍ୱ ଥିବା ଫଣ୍ଡରେ ସ୍ଥାନାନ୍ତରିତ ହୋଇଯାଏ।
ଏହି ଆଧାରରେ ଆଇନତଃ ଉତ୍ତରାଧିକାରୀ ଦ୍ୱାରା ଦାବି କରାଯାଇନଥିବା କେନ୍ଦ୍ରୀକୃତ ଅନଲାଇନ ଡାଟାବେସରେ ନିଷ୍ପ୍ରୀୟ ଖାତା ସଂଖ୍ୟା ଓ ଧାରକର ସୂଚନା ପ୍ରଦାନ କରାଯାଇ ସେହି ଆଇନଗତ ଉତ୍ତରାଧିକାରୀଙ୍କୁ ଉପଲବ୍ଧ କରାଯାଉ। ଯାଚିକାକର୍ତ୍ତା ଆହୁରି କହିଛନ୍ତି କି, ନିଷ୍କ୍ରୀୟ ବ୍ୟାଙ୍କ ଖାତାରେ ଯେଉଁ ଅର୍ଥ ଡିଆଇଏଏଫକୁ ହସ୍ତାନ୍ତରିତ କରାଯାଇଛି ପ୍ରାୟତଃ ଏମିତି ପଡିରହିଥାଏ। କାରଣ ମୃତ ବ୍ୟାଙ୍କ ଖାତା ଧାରକଙ୍କ ଅଇନତଃ ଉତ୍ତରାଧିକାରୀ ଓ ନାମାଙ୍କିତ ବ୍ୟକ୍ତି ଉକ୍ତ ଆକାଉଣ୍ଟ ସମ୍ପର୍କରେ ଅନଭିଜ୍ଞ ରହିଥାନ୍ତି ତଥା ଏମିତି ମାମଲାରେ ବ୍ୟାଙ୍କ ଖାତାର ଅସ୍ତିତ୍ୱ ସମ୍ପର୍କରେ ଜାଣିବାକୁ ଓ ସେମାନଙ୍କୁ ସୂଚିତ କରିବାରେ ବିଫଳ ହୋଇଥାଏ।
ଦାବି କରାଯାଉନଥିବା ଟଙ୍କାର ଅନ୍ୟ ଏକ କାରଣ କି, ମୃତ ନିବେଶକଙ୍କ ବିଭିନ୍ନ ଆକାଉଣ୍ଟ ସମ୍ପର୍କରେ ଆଇଇପିଏପର ୱେବସାଇଟରେ ତଥ୍ୟ ଉପଲବ୍ଧ ନ ଥାଏ। ଯଦି ବି କେହି ଏହି ଅର୍ଥ ଉପରେ ଦାବି କରିଥାଏ ତେବେ ତାଙ୍କ ଦସ୍ତାବିଜ ମଗାଯାଇ, ଅଦାଲତର ଚକର କାଟିବାକୁ ହୋଇଥାଏ। ତେଣୁ ଏପରି ଅନାବଶ୍ୟକ ମକଦମାରୁ ବଞ୍ଚିବାକୁ ଏକ ସହଜ ରାସ୍ତା ବାହାର କରିବାକୁ ଯାଚିକାକର୍ତ୍ତା ଅପିଲ କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now