“ବିବାହ ପ୍ରତିଶ୍ରୁତି ଦେଇ ଯୌନ ସମ୍ୱନ୍ଧ ଦୁଷ୍କର୍ମ ନୁହେଁ”

Spread the love

କୋଚି: ସହମତିରେ ଯୌନସ୍ଥାପନ କରିଥିବା ଯୁବକ ଯୁବତୀଙ୍କ ମଧ୍ୟରେ କୌଣସି କାରଣରୁ  ବିବାହ ହୋଇନପାରିବା କ୍ଷେତ୍ରରେ ଏହାକୁ ଯୌନ ଉତ୍ପୀଡନ କୁହାଯିବ ନାହିଁ। ଏପରି କହିଛନ୍ତି କେରଳ ହାଇକୋର୍ଟ। ଏହାକୁ ସେତେବେଳେ ଯୌନ ଉତ୍ପୀଡନ କୁହାଯାଇ ପାରିବ ଯେତେବେଳେ ଯୁବତୀଙ୍କ ଇଛା ବିରୋଧରେ ବା ଜୋର ଜବରଦସ୍ତି, ସହମତି ବିନା କିମ୍ବା ଚାପରେ ଦୈହିକ ସମ୍ପର୍କ ସ୍ଥାପନ ହୋଇଥିବ।

କେରଳ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଜଷ୍ଟିସ ବେଚୁ କୁରିଆନ ଥୋମସଙ୍କ ଦ୍ବାରା ଏକ ଦୁଷ୍କର୍ମ ମାମଲାର ଶୁଣାଣି କାଳରେ କୋର୍ଟ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ବରିଷ୍ଠ ଓକିଲ ନବନୀତ ଏନ ନାଥଙ୍କୁ ଜାମିନ ଦେବା କାଳରେ ଏହା କହିଛନ୍ତି। ନାଥଙ୍କ ବିରୋଧରେ ଜଣେ ମହିଳା ଓକିଲ  ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ।

କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି କି, ତେବେ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ବିବାହ ନ କରିବାକୁ ସେତେବେଳେ ଦୁଷ୍କର୍ମ କୁହାଯିବ, ଯେତେବେଳେ କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ବିବାହ ପ୍ରତିଶ୍ରୁତି ଦିଆଯାଇଥିବ ବା ଠକିବାକୁ କିମ୍ବା ଏପରି କରିବାକୁ ମିଛ ପ୍ରତିଶ୍ରୁତି ଦିଆଯାଇଥିବ।

ତେବେ ବିବାହ ପ୍ରତିଶ୍ରୁତି ପାଳନ କରିବାରେ ବିଫଳତା କାରଣରୁ ଜଣେ ପୁରୁଷ ବା ମହିଳାଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧକୁ ବଳାତ୍କାର ବୋଲି ସେତେବେଳେ ଧରାଯିବ, ଯେତେବେଳେ ମହିଳା ବିବାହ ପ୍ରତିଶ୍ରୁତିକୁ ବିଶ୍ବାସ କରି ସମ୍ପର୍କସ୍ଥାପନ କରିଥାଏ। ଏକ ମିଛ ପ୍ରତିଶ୍ରୁତି ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେବା ପରେ ମହିଳାଙ୍କୁ ମାନସିକ ଭାବେ ଚାପ ପକାଯାଇଥାଏ। ଅର୍ଥାତ୍ କେବଳ ବିବାହ ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖି ମହିଳା ସମ୍ବନ୍ଧ ସ୍ଥାପନ କରିବାକୁ ପ୍ରସ୍ତୁତ ହୋଇଥାଏ।

Leave a Reply

Your email address will not be published. Required fields are marked *