ବୁଲା କୁକୁରଙ୍କୁ ଖାଦ୍ୟ ଦେଉଥିବା ଲୋକେ ସେମାନଙ୍କୁ ଟୀକ ଦିଅନ୍ତୁ: ଏସସି

Spread the love

ନୂଆଦିଲ୍ଲୀ: ବୁଲା କୁକୁରଙ୍କୁ ଖାଦ୍ୟ ଦେଉଛନ୍ତି, ସେମାନଙ୍କୁ ଏହି କୁକୁରଙ୍କ ଟୀକାକରଣ କରାଇବା ଆବଶ୍ୟକ ବୋଲି କହିଛନ୍ତି ସୁପ୍ରିମ କୋର୍ଟ। ବୁଲା କୁକୁର ଯଦି କୌଣସି ବ୍ୟକ୍ତିଙ୍କୁ କାମୁଡୁଛନ୍ତି ତେବେ ସେହି ବ୍ୟକ୍ତିର ଚିକିତ୍ସା ଖର୍ଚ୍ଚ ବି ସେମାନଙ୍କୁ ଉଠାଇବା ଦରକାର। ଜଷ୍ଟିସ ସଞ୍ଜିବ ଖନ୍ନା ଓ ଜଷ୍ଟିସ ଜେକେ ମାହେଶ୍ବରୀଙ୍କ ଖଣ୍ଡପୀଠ କହିଛନ୍ତି କି, ବୁଲା କୁକୁର ସମସ୍ୟାର ସମାଧାନ ପାଇଁ ତର୍କ ସଂଗତ ସମାଧାନ ଖୋଜିବାର ଆବଶ୍ୟକତା ରହିଛି।

ଜଷ୍ଟିସ ଖନ୍ନା କହିଛନ୍ତି, ଆମ ଭିତରୁ ଅଧିକାଂଶ କୁକୁର ପ୍ରେମୀ ଅଛନ୍ତି। ମୁଁ ମଧ୍ୟ କୁକୁରଙ୍କ ସହ ଖେଳିଥାଏ। ମୋ ମୁଣ୍ଡକୁ ଏକ ଭାବନା ଆସିଲା, ଲୋକଙ୍କୁ କୁକୁରର ଯତ୍ନ ନେବା ଆବଶ୍ୟକ। କିନ୍ତୁ ସେମାନଙ୍କୁ ଚିହ୍ନଟ କରିବା ଜରୁରୀ। ସେମାନଙ୍କୁ ଚିପ ମାଧ୍ୟମରେ ଟ୍ରାକ କରାଯିବା ଉଚିତ ନୁହେଁ, ଏହା ସପକ୍ଷରେ ମୁଁ ନୁହେଁ।

ପୀଠ ଆହୁରି କହିଛନ୍ତି କି, ଆମକୁ ଏହା ସ୍ବୀକାର କରିବା ଆବଶ୍ୟକ କି, ବୁଲା କୁକୁର ଏକ ବଡ ସମସ୍ୟା ହୋଇ ଠିଆହୋଇଛି। ବେଳେବେଳେ ଖାଦ୍ୟାଭାବରୁ କୁକୁରମାନେ ଆକ୍ରାମକ ହୋଇପାରନ୍ତି ବା ସେମାନଙ୍କୁ ସଂକ୍ରମଣ ହୋଇପାରେ। ରେବିଜ ସଂକ୍ରମିତ କୁକୁରଙ୍କୁ ଅଧିକାରୀଙ୍କ ଦ୍ବାରା ଦେଖାଶୁଣା କେନ୍ଦ୍ରରେ ରଖାଯିବାକୁ ଖଣ୍ଡପୀଠ ମତ ଦେଇଛନ୍ତି।

ବୁଲା କୁକୁରଙ୍କୁ ମାରିବା ପାଇଁ ବିଭିନ୍ନ ନଗରର ସଂସ୍ଥା ଦ୍ବାରା ପାରିତ ଆଦେଶଗୁଡିକ ସମ୍ବନ୍ଧିତ ମୁଦ୍ଦା ଉପରେ ଯାଚିକାସବୁର ଏକକ ଖଣ୍ଡପୀଠ ଶୁଣାଣି କରିଛି, ଯାହା ବିଶେଷ ରୂପେ କେରଳ ଓ ମୁମ୍ବାଇରେ ସଂକଟ ହୋଇ ଠିଆହୋଇଛି। ଏହି ମାମଲାରେ କୋର୍ଟ ଆଗାମୀ ଶୁଣାଣି ୨୮ ସେପ୍ଟେମ୍ବରରେ ହେବ।

Leave a Reply

Your email address will not be published. Required fields are marked *