ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ବସ୍ତି। ଜୁହୁସ୍ଥିତ ମନ୍ତ୍ରୀଙ୍କ ୮ ମହଲା ବଙ୍ଗଳାକୁ ଭାଙ୍ଗିବାକୁ ବିଏମସିର ନୋଟିସ ପରେ ରାଣେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ କୋର୍ଟ ରାଣେଙ୍କ ଉପରେ କୌଣସି ପଦକ୍ଷେପ ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଦିନ ରାଣେଙ୍କ ଦ୍ବାରା ଦାଖଲ ଯାଚିକାର ଶୁଣାଣି କରି ବମ୍ବେ ହାଇକୋର୍ଟ ବିଏମସିକୁ କଡାନିର୍ଦ୍ଦେଶ ଦେଇଛନ୍ତି କି କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ୮ ମହଲା କୋଠା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଉ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଆଦେଶ ପାଳନ କରିବାକୁ କୁହାଯାଇଥିବା ବେଳେ ସେପଟେ ରାଣେ ଏହାରି ମଧ୍ୟରେ କୌଣସି ପରବର୍ତ୍ତୀ ନିର୍ମାଣ ନ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାରେ ଅଗଷ୍ଟ ୨୩ରେ ପରବର୍ତ୍ତୀ ଶୁଣାଣି ହେବ। ଜଷ୍ଟିସ ରମେଶ ଡି ଧାନୁକା ଓ କମଲ ଆର ଖତାଙ୍କ ଖଣ୍ଡପୀଠ ରାଣେଙ୍କ ଦ୍ବାରା ଦାୟର ଯାଚିକାର ଶୁଣାଣି କରିଛନ୍ତି।
ନିଜର ଆଠ ମହଲା ଘରକୁ ଉଛେଦରୁ ବଞ୍ଚାଇବାକୁ ମନ୍ତ୍ରୀ ବମ୍ବେ ହାଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କାଲକା ରିଅଲ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହି ପିଟିସନ ଦାୟର ହୋଇଥିଲା। ମୁମ୍ୱାଇ ମହାନଗର ନିଗମ ଆକ୍ଟ ୩୪୨ର ଉପଯୋଗ କରି ବିଏମସିର ଉଛେଦ ନୋଟିସ ଉପରେ ରହିତାଦେଶ ଜାରି କରିବାକୁ ଅଦାଲତରେ ଗୁହାରି କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now