ବାର୍ କାଉନସିଲ ନିର୍ବାଚନ- ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ୩୦ ପ୍ରତିଶତ ସଂରକ୍ଷଣ

ରାଜ୍ୟ ବାର୍ କାଉନସିଲ ନିର୍ବାଚନରେ ଏଣିକି ମହିଳାଙ୍କ ଲାଗି ରହିବ ୩୦ ପ୍ରତିଶତ ସ୍ଥାନ ସଂରକ୍ଷଣ। ମହିଳା ଆଇନଜୀବିଙ୍କୁ ନେଇ ବଡ଼ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଯେଉଁ ରାଜ୍ୟ ବାର୍ କାଉନସିଲରେ ନିର୍ବାଚନ ବିଜ୍ଞପ୍ତି ଏବେ ଜାରି ହୋଇନି। ସେଠାରେ ମହିଳାଙ୍କ ପ୍ରତିନିଧିତ୍ୱ ୩୦ ପ୍ରତିଶତ ରହିବା ଅନିର୍ବାର୍ଯ୍ୟ ବୋଲି କହିଛନ୍ତି ଅଦାଲତ। ଚଳିତବର୍ଷ ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି ଯେ, ମହିଳା ସଦସ୍ୟଙ୍କ ଲାଗି ୨୦ ପ୍ରତିଶତ ସିଟ୍  ନିର୍ବାଚନ ଦ୍ୱାରା ଓ ୧୦ ପ୍ରତିଶତ ସିଟ୍ କୋ-ଅପ୍ସନ ଦ୍ୱାରା ଭରାଯିବ। ଯେଉଁ କାଉନସିଲରେ ମହିଳାଙ୍କ ସଂଖ୍ୟା ଅପର୍ଯ୍ୟାପ୍ତ ଥିବ। ସେଠାରେ କୋ-ଅପ୍ସନର ପ୍ରସ୍ତାବ ମହିଳା ଆଇନଜୀବିଙ୍କ ଆଗରେ ରଖାଯିବ। ସେହି କାଉନସିଲରେ ମହିଳାଙ୍କ ଲାଗି ସିଟ୍ ନିର୍ଦ୍ଧାରିତ କରିବା ବିବେକପୂର୍ଣ୍ଣ ହେବନି। ଯେଉଁଠି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ରାଜ୍ୟ ବାର୍ କାଉନସିଲ ନିର୍ବାଚନରେ ମହିଳା ସଂରକ୍ଷଣକୁ ନେଇ ଶୁଣାଣୀ ବେଳେ ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, ସମସ୍ତ ରାଜ୍ୟ ବାର୍ କାଉନସିଲରେ ମହିଳାଙ୍କ ଲାଗି ୩୦ ପ୍ରତିଶତ ସଂରକ୍ଷଣ ମୁଦ୍ଦାରେ କୌଣସି ସାଲିସ କରାଯିବନି। ଏହା ସହ କହିଛନ୍ତି, ଆମକୁ ପକ୍କା କରିବାକୁ ପଡ଼ିବ ଯେ, ଆନ୍ଧ୍ର, ପଞ୍ଜାବ ଓ ହରିଆଣା, ୟୁପି ଓ ତେଲେଙ୍ଗାନାର ୪ଟି ବାର୍ କାଉନସିଲରେ ଯେଉଁ ମହିଳା ସଦସ୍ୟା ନିର୍ବାଚନ ଲଢ଼ୁଛନ୍ତି ବା ଲଢ଼ିବାକୁ ପ୍ରସ୍ତାବ ଦେଉଛନ୍ତି। ସେମାନେ ପୁରା ଜୋସ୍ ସହ ନିର୍ବାଚନ ଲଢ଼ିବେ। ଆଉ ଓକିଲ ଭୋଟରଙ୍କୁ ବି ଏହା ନିଶ୍ଚିତ କରିବାକୁ ପ୍ରୟାସ କରିବା ଦରକାର ଯେମିତି ମହିଳା ସଭ୍ୟଙ୍କୁ ସଠିକ୍ ପ୍ରତିନିଧିତ୍ୱ ମିଳିବ। ବିହାର ଓ ଛତିଶଗଡ଼ର ବାର୍ କାଉନସିଲ ନିର୍ବାଚନରେ ନୋଟିଫିକେସନ ହୋଇସାରିଛି। ସେଥିଲାଗି ଏହି ଦୁଇଟି କାଉନସିଲକୁ ଏହାର ପରିଧି ବାହାରେ ରଖାଯାଉ। ବରିଷ୍ଠ ଓକିଲ ମିନାକ୍ଷୀ ଅରୋରା କହିଛନ୍ତି, କିଛି ବାର୍ କାଉନସିଲରେ ମହିଳାଙ୍କ ପ୍ରତିନିଧିତ୍ୱ ବହୁତ୍ କମ୍। ଏମିତି ରିହାତି ୟୁପି ଭଳି ରାଜ୍ୟରେ ଲାଗୁ କରିବାକୁ ପଡ଼ିପାରେ। ମହାରାଷ୍ଟ୍ରରେ ସଂଖ୍ୟା ବେଶୀ। କିନ୍ତୁ ସକ୍ରିୟ ଭାବେ ପ୍ରାକ୍ଟିସ କରୁଥିବା ସଦସ୍ୟାଙ୍କ ସଂଖ୍ୟା ନଗଣ୍ୟ। ଏଥିରେ ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, ଯେଉଁମାନେ ଘରେ ବସିଛନ୍ତି ଓ ପେଶାରେ ନାହାନ୍ତି, ସେମାନଙ୍କୁ ଏମିତି କରିବା ଉଚିତ ନୁହେଁ। କେବଳ ପ୍ରାକ୍ଟିସ କରୁଥିବା ସଦସ୍ୟାଙ୍କ କ୍ଷେତ୍ରରେ ଏହା ଲାଗୁ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *