ନୂଆଦିଲ୍ଲୀ: ୨୦୧୬ର ବିମୁଦ୍ରା କରଣ ପ୍ରସଙ୍ଗରେ ସୁପ୍ରିମ କୋର୍ଟ କେନ୍ଦ୍ର ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ପ୍ରଶ୍ନ କରିଛନ୍ତି। ଏଥିସହ ବିମୁଦ୍ରାକରଣ ବିରୋଧରେ ଦାୟର ଯାଚିକାର ଶୁଣାଣି କାଳରେ ସୁପ୍ରିମ କୋର୍ଟ କହିଛନ୍ତି କି, ସରକାରର ନୀତିଗତ ନିଷ୍ପତ୍ତି ଉପରେ ନ୍ୟାୟିକ ସମୀକ୍ଷାର ଲକ୍ଷ୍ମଣରେଖା ସହ ଆମେ ଅବଗତ, କିନ୍ତୁ ବିମୁଦ୍ରାକରଣକୁ ନେଇ ନିଷ୍ପତ୍ତିର ଯାଞ୍ଚ କରିବାର ଆବଶ୍ୟକତା ରହିଛି, ଯେମିତି ଏହା କେବଳ ଏକ ଏକାଡେମିକ ବ୍ୟବସ୍ଥା କି ନାହିଁ ତାହା ଜଣାପଡିବ।
ଜଷ୍ଟିସ ଏସ ଅବ୍ଦୁଲ ନଜୀର, ଜଷ୍ଟିସ ବିଆର ଗଭଇ, ଜଷ୍ଟିସ ଏଏସ ବୋପନ୍ନା, ଜଷ୍ଟିସ ବି ରାମାସୁବ୍ରମଣ୍ୟମ ଓ ଜଷ୍ଟିସ ବିଭି ନାଗରତ୍ନାଙ୍କ ସମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ମୋଦି ସରକାରର ବିମୁଦ୍ରାକରଣ ବିରୋଧରେ ୫୮ ଯାଚିକା ଉପରେ ଶୁଣାଣି ହେଉଛି। ଏଥିରେ କେନ୍ଦ୍ର ସରକାର ଦ୍ବାରା ୫୦୦ ଓ ଏକ ହଜାରର ନୋଟ ବନ୍ଦ କରାଯିବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି।
ବିମୁଦ୍ରାକରଣର ସମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ଆରବିଆଇକୁ ଜବାବ ତଲବ କରିଛନ୍ତି। ଏଥିସହ ସର୍ବୋଚ୍ଚ ନ୍ୟାୟାଳୟର କର୍ତ୍ତବ୍ୟ କି, ଯେଉଁ ପ୍ରଶ୍ନ ତାଙ୍କୁ ପଚରା ଯାଇଛି, ତାର ଜବାବ ସେ ଦିଅନ୍ତୁ। କୋର୍ଟ ଏହି ନିଷ୍ପତ୍ତି ଉପରେ ପରୀକ୍ଷା ନିରୀକ୍ଷା କରିବ। ଏହି ମାମଲାର ପରବର୍ତ୍ତି ଶୁଣାଣି ନଭେମ୍ବର ୯ ତାରିଖରେ ହେବ।
ବିମୁଦ୍ରାକରଣ ଏକ ଏକାଡେମିକ ବିଧି ଥିଲା ନା ଏହାର ଆବଶ୍ୟକତା ଥିଲା, ସରକାରର ଏହି ନିଷ୍ପତ୍ତି ନିସ୍ଫଳ ହୋଇ ନାହିଁ ତ, ତାହା ଜାଣିବାର ଆବଶ୍ୟକତା ରହିଛି। ଏହାର ଯଥାର୍ଥତା ଜାଣିବାକୁ ଏହା ଉପରେ ଶୁଣାଣିର ହେବ ବୋଲି ଖଣ୍ଡପୀଠ କହିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now