ରାଜଦ୍ରୋହ ଆଇନ ଉପରେ ସ୍ଥଗିତାଦେଶ ବଳବତ୍ତର

Spread the love

ନୂଆଦିଲ୍ଲୀ: ରାଷ୍ଟ୍ରଦ୍ରୋହ ଆଇନ ବା ଆଇପିସିର ଧାରା ୧୨୪ ଏ ଉପରେ ଜାରି ସ୍ଥଗିତାଦେଶକୁ ସୁପ୍ରିମକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ସୋମବାର ଶୁଣାଣି କାଳରେ ସୁପ୍ରିମକୋର୍ଟ କେନ୍ଦ୍ରର ଶୁଣାଣିକୁ ଆଉ କିଛି କାଳ ସ୍ଥଗିତ ରଖିବାକୁ ହୋଇଥିବା ଅନୁରୋଧକୁ ମାନି ନେଇଛନ୍ତି। ରାଜଦ୍ରୋହ ମାମଲାକୁ ନେଇ କେନ୍ଦ୍ର ପକ୍ଷରୁ ସମ୍ବିଧାନିକ ପୀଠ ଦ୍ବାରା ବଳବତ୍ତର ରଖାଯାଇଥିବା ରାଜଦ୍ରୋହ ବ୍ୟବସ୍ଥା ଉପରେ ରୋକ ଲଗାଇବାକୁ  କୌଣସି ଆଦେଶ ପାରିତ କରିବା ଉଚିତ ହେବ ନାହିଁ ବୋଲି କୁହାଯାଇଥିଲା।

ଶୁଣାଣି କାଳରେ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା କି, ସଂସଦର ଶୀତ ଅଧିବେଶନରେ ଏହା ଉପରେ ନିଷ୍ପତ୍ତି ନିଆଯାଇ ପାରେ। ତେଣୁ ସେପର୍ଯ୍ୟନ୍ତ ରାଷ୍ଟ୍ରଦୋହ ଆଇନ ଉପରେ ରୋକ ଲଗାଇବାକୁ ହୋଇଥିବା ଆଦେଶର ପାଳନ କରାଯାଉ। ଏଥିସହ ଯେଉଁ ଯାଚିକାଗୁଡିକ ଉପରେ ନୋଟିସ ଜାରି ହୋଇନାହିଁ, ସେଥିରେ ନୋଟିସ ଜାରି କରାଯାଇଛି। ୬ ସପ୍ତାହରେ ମଧ୍ୟରେ ଏହା ଉପରେ କେନ୍ଦ୍ର ଜବାବ ଦେବାକୁ କୁହାଯାଇଛି। ରାଜଦ୍ରୋହ ମାମଲାରେ ଆସନ୍ତା ଜାନୁଆରୀ ଦ୍ବିତୀୟ ସପ୍ତାହରେ ଶୁଣାଣି ହେବ।

ମାମଲାରେ ସୋମବାର ଦିନ କୋର୍ଟ କହିଛନ୍ତି କି, ଯଦି ରାଜଦ୍ରୋହ ମାମଲା ରୁଜୁ ହୁଏ ତେବେ ସେହି ପକ୍ଷ କୋର୍ଟଙ୍କ ଦ୍ବାରସ୍ଥ ହେବାର ସ୍ବତନ୍ତ୍ରତା ରଖିଛନ୍ତି। କୋର୍ଟଙ୍କ ଏପରି ମାମଲାଗୁଡିକର ତ୍ବରିତ୍ ସମାଧାନ କରିବାକୁ ହେବ।  ସଲିସିଟର ଜେନେରାଲ ତୁଷାର ମେହତା କେନ୍ଦ୍ର ପକ୍ଷରୁ କୋର୍ଟଙ୍କୁ ଜଣାଇଥିଲେ କି,  କୁଖ୍ୟାତ ଅପରାଧୀମାନଙ୍କ ନାମରେ ମାମଲା ଦାୟର କରିବାକୁ ରୋକା ଯାଇ ନ ପାରେ। ଏହା ସଠିକ ହେବ ନାହିଁ।

ତେଣୁ ଯାଞ୍ଚ ପାଇଁ ଜଣେ ଦାୟିତ୍ବବାନ ଅଧିକାରୀଙ୍କ ଆବଶ୍ୟକତା ହେବ ଓ ତାର ସନ୍ତୁଷ୍ଟି ନ୍ୟାୟିକ ସମୀକ୍ଷା ଅଧୀନରେ ହେବ। ଏଥିପାଇଁ ଏସପି ରାଙ୍କର ଜଣେ ଅଧିକାରୀଙ୍କୁ ଦାୟିତ୍ବ ଦେବା ଜରୁରୀ ବୋଲି ମେହତା କହିଥିଲେ।

Leave a Reply

Your email address will not be published. Required fields are marked *