ନୂଆଦିଲ୍ଲୀ: ବୋର୍ଡ ଅଫ କ୍ରିକେଟ କଣ୍ଟ୍ରୋଲ ଫର ଇଣ୍ଡିଆ ବା ବିସିସିଆଇ ତାର ଯାଚିକାର ଶୁଣାଣି ତ୍ବରିତ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛି। ବିସିସିଆଇ ତାର ସମ୍ବିଧାନରେ ସଂଶୋଧନ ଆଣିବାକୁ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛି। ଶୁକ୍ରବାର ଭାରତର ମୁଖ୍ୟ ବିଚାରପତିଙ୍କ ନିକଟରେ ବରିଷ୍ଠ ଓକିଲ ପି ଏସ ପଟୱାଲା ଉପସ୍ଥାପନ କରିଛନ୍ତି।
ଖଣ୍ଡପୀଠଙ୍କ ନିକଟରେ ପଟୱାଲା ଜଣାଇଛନ୍ତି କି, ବିସିସିଆଇ ସମ୍ବିଧାନର ସଂଶୋଧନ ପାଇଁ ଦୁଇ ବର୍ଷ ପୂବେ ଯାଚିକା ଦାୟର କରାଯାଇଥିଲା। କିନ୍ତୁ କୋଭିଡ ସଂକ୍ରମଣ ପାଇଁ ଏହାକୁ ଲିଷ୍ଟିଂ କରାଯାଇ ପାରି ନ ଥିଲା। ସଂଶୋଧନଗୁଡିକ ପାଇପ ଲାଇନରେ ରହିଥିବା ବେଳେ ଏହାର ବିଚାରକୁ ଅପେକ୍ଷା କରାଯାଇଛି। ୨୦୨୧ ଏପ୍ରିଲରେ ତତ୍କାଳୀନ ବରିଷ୍ଠ ଓକିଲ ପି ଏସ ନରସିଂହା ପରାମର୍ଶଦାତାଙ୍କ ସହ ଆଲୋଚନା କରି ତାଙ୍କ ତଥ୍ୟ ଉପସ୍ଥାପନ କରିବାକୁ କିଛି ସମୟ ମାଗିବାରୁ ତତ୍କାଳୀନ ଜଷ୍ଟିସ ଏଲଏନ ରାଓଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ବିସିସିଆଇର ଆବେଦନକୁ ସ୍ଥଗିତ ରଖିଥିଲେ।ଅବସରପ୍ରାପ୍ତ ବିଚାରପତି ଆରଏମ ଲୋଧା କମିଟି ପକ୍ଷରୁ ଦିଆଯାଇଥିବା ସୁପାରିସ ଆଧାରରେ ବିସିସିଆଇ ତାର ସମ୍ବିଧାନ ପ୍ରସ୍ତୁତ କରିଛି।
ସଂଶୋଧିତ ନିୟମ ମଧ୍ୟରେ ବିସିସିଆଇ ବା ରାଜ୍ୟସ୍ତରରେ ଜଣେ ଅଧିକାରୀ ୬ ବର୍ଷ କାର୍ଯ୍ୟକାଳ ପରେ ୩ ବର୍ଷ କୁଲ ପିରିଅଡକୁ ଉଠାଇଦେବାକୁ କୁହାଯାଇଛି। ଏପରି ହେବା ଦ୍ବାରା ବିସିସିଆଇର ବର୍ତ୍ତମାନର ସଭାପତି ସୌରଭ ଗାଙ୍ଗୁଲି ଓ ସଚିବ ଜୟ ସାହଙ୍କ ୬ ବର୍ଷ କାର୍ଯ୍ୟକାଳ ପରେ ମଧ୍ୟ ସେମାନେ ଅଫିସରରେ ରହିପାରିବେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now