ବାପ ଘରୁ ବାହାରି ଆସିଲେ, ମା ଭଗବତୀ ପାଳିଲେ ସାବିତ୍ରୀ ବ୍ରତ

Spread the love

ଖୋର୍ଦ୍ଧା : ମା’ ଭଗବତୀ ପାଳିଲେ ସାବିତ୍ରୀ ବ୍ରତ । ବାଣପୁର ସତ୍ୟରେ ସେ ଦକ୍ଷ କନ୍ୟା ସତୀ । ଦେବ ଦେବ ମହାଦେବଙ୍କୁ ପତି ଭାବରେ ବରଣ କରି ନିଜକୁ ଧନ୍ୟ ମନେ କରିଛନ୍ତି । ନିଜ ପତିଙ୍କ ପ୍ରତି ପିତାଙ୍କ ତାଛଲ୍ୟ, କଟୁକ୍ତିସହ୍ୟ କରି ନ ପାରି ଯଜ୍ଞକୁଣ୍ଡରେ ନିଜକୁ ଝାସ ଦେଇ ପାରନ୍ତି । ସେହି ମା’ ଭଗବତୀ ପାର୍ବତୀ ରୂପରେ ଜନ୍ମ ନେଇ ପୁଣି ଦେବ ଦେବ ମହାଦେବଙ୍କୁ ପତି ଭାବରେ ପାଇବା ପାଇଁ ହିମାଳୟରେ କଠୋର ତପସ୍ୟା କରି ବରପ୍ରାପ୍ତ ହୁଅନ୍ତି । ପୌରାଣିକ ଉପାଖ୍ୟାନରେ ବର୍ଣ୍ଣିତ ଦେବୀ ଭଗବତୀ ଯିଏ ସମସ୍ତଙ୍କର ମା’ ଆରାଧ୍ୟା ଦେବୀ , ସେ ସତୀ , ସେ ପାର୍ବତୀ , ସେ ସାବିତ୍ରୀ ବୋଲି ବିଶ୍ୱାସ ଅଛି । କିନ୍ତୁ କଳି ଯୁଗରେ ମା” ମାନବୀୟ ଲୀଳା ର ପ୍ରତୀକ ଭାବରେ ଦେବ ଦେବ ମହାଦେବଙ୍କ ଶୁଭ ମନାସି ସେ ନିଜେ ପାଳନ୍ତି ସାବିତ୍ରୀ ବ୍ରତ । କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ଏହି ନୀତିକାନ୍ତି ଓଡିଶାର ସମସ୍ତ ଶକ୍ତିପୀଠ ଠାରୁ ଅନନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତ୍ୟୁଷରୁ ଅଙ୍ଗରାଗ ମାଜଣା, ଅଂଳା ହଳଦୀ ଅଗୁରୁ ଚନ୍ଦନ କର୍ପୁର ମିଶ୍ରିତ ସୁବାଷିତ ଜଳରେ ମହାସ୍ନାନ, ବେଶ, ମହାପ୍ରସାଦ ସେବନ ,ବଲ୍ଲଭ ଆଳତୀ ପରେ ସର୍ବ ସାଧାରଣ ଦର୍ଶନ ।ପିତ୍ରାଳୟଦକ୍ଷପ୍ରଜାପତିଙ୍କ ମନ୍ଦିରରୁ ”ଦଣ୍ଡସେଣା ନେଇଥିଲେ ସାବିତ୍ରୀ ଭାର । ନୂଆ ଶାଢୀ,ଚୂଡ଼ି, ଅଳତା, ସିନ୍ଦୁର କଜ୍ୱଳ, ପାନିଆ,ଦର୍ପଣ, ସହ ମୁଗ, ଆମ୍ବ, ପଣସ, ନଡ଼ିଆ, ତାଳ ଖଜୁରଇତ୍ୟାଦି ଫଳ ମୂଳ । ପାଳି ଆ ମାଳି ମଧ୍ୟାହ୍ନରେ ପୁଣି ମା”ଙ୍କୁ ନୂଆ ଶାଢିରେ ବେଶ କରାଇସିନ୍ଧୁର କଜ୍ୱଳ ଓ ଚୁଡ଼ି ଆଦି ସମର୍ପଣ କରି ସୁନ୍ଦର ଭାବରେ ବେଶ ବଢାଇଥିଲେ ।ପରିଚ୍ଛା ସାଆନ୍ତେ ବ୍ରତ ବିଧି ବଢାଇ ଆଳତୀ ବନ୍ଦାପନା ପରେଶଙ୍କୁଡ଼ି ଧୂପ ଲାଗି ହୋଇଥିଲା । ଘଂଟଘଂଟା କାହାଳୀ ବାଦ୍ୟହୁଳହୁଳି ଧୂନୀରେ ମନ୍ଦିର ବେଢା ଉଛୁଳି ପଡୁଥିଲା । ପରେ ସ୍ୱର୍ସାଧାରଣ ଦର୍ଶନ ପାଇଁ ସାହାଣମେଲା ହୋଇଥିଲା । ଓଡ଼ିଶାର ଏହି ପ୍ରସିଦ୍ଧ ସାବିତ୍ରୀ ବ୍ରତ କେବଳ ଓଡ଼ିଆଣି ମା’ ଭଉଣୀମାନେ ପାଳନ କରୁଥିବାବେଳେ ବାଣପୁରର ଆରାଧ୍ୟା ଦେବୀ ଭଗବତୀ ମଧ୍ୟ ଏହି ବ୍ରତ ଓଷା ପାଳୁଥିବାର ପରମ୍ପରା ପ୍ରାଚୀନ କାଳରୁ ଚଳି ଆସୁଛି । ଦେବୋତର କାର୍ଯ୍ୟାଳୟ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କଥା କାର୍ଯ୍ୟନିର୍ବାହୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *