ଶିବଲିଙ୍ଗ ସହ ପୋଷ୍ଟର- ମଡେଲଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

 ଶିବ ଲିଙ୍ଗ ସହ ବିବାଦୀୟ ପୋଷ୍ଟ କରିଥିବା ଫେସନ୍ ମଡେଲରଙ୍କୁ ଅଦାଲତି ଆଶ୍ୱସ୍ତି। ସଂପୃକ୍ତ ମଡେଲଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଚାଲିବା ଉପରେ ରହିତାଦେଶ ଜାରି କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ବାରାଣସୀର ଫେସନ ମଡେଲ୍ ମମତା ରାଇଙ୍କୁ ଏଭଳି ଆଶ୍ୱସ୍ତ ମିଳିଛି। ୨୦୨୨ରେ ମୁଁ କାଶୀ କହି ଶିବଲିଙ୍ଗରେ ଫୁଲ୍ ଚଢ଼ାଇ ଏକ ବିବାଦୀୟ ପୋଷ୍ଟ କରିଥିଲେ ମମତା। ଯାହାକୁ ବିଭିନ୍ନ ସମ୍ପ୍ରଦାୟ ଭିତରେ ଶତୃତା ବୃଦ୍ଧି ସହ ଉଦ୍ଦେଶ୍ୟମୂଳକ ଭାବେ ଉତ୍ତେଜନା ବଢ଼ାଇଥିଲା। ଲୋକଙ୍କୁ ବାବା ବିଶ୍ୱନାଥଙ୍କ ସିଟିକୁ ସାଓ୍ୱନ ଉତ୍ସବରେ ସ୍ୱାଗତ କରିବାକୁ ଯାଇ ପୁରା ସହର ଯାକ ପୋଷ୍ଟର ଓ ବ୍ୟାନର ମାରିଥିଲେ। ଯେଉଁଠି ଶିବଲିଙ୍ଗ ସହ ନିଜର ଫଟୋକୁ ମାରିଥିଲେ। ଅଖିଳ ଭାରତୀୟ କ୍ଷତ୍ରୀୟ ମହାସଭା ନେତା ବିକ୍ରାନ୍ତ ସିଂ ତାଙ୍କ ବିରୁଦ୍ଧରେ ଏତଲା କରିଥିଲେ। ଏହି ମାମଲାରେ ଆଇପିସିର ଧାରା ୫୦୪, ୫୦୬ ଓ ୧୫୩(ଏ) ଲଗାଇଥିଲା ପୁଲିସ। ବାରାଣସୀ ଫାଷ୍ଟ ଟ୍ରାକ୍ କୋର୍ଟ ନିଜ ଆଡ଼ୁ ସଂଜ୍ଞାନ ନେଇ ୨୦୨୩ରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ଏହି ଚାର୍ଜସିଟକୁ ବିରୋଧ କରି ମମତା ହାଇକୋର୍ଟ ଯାଇଥିଲେ। ମାମଲାରେ ଏ ସବୁ ଧାରା ଲାଗିବା ଉଚିତ୍ ନୁହେଁ ବୋଲି ମମତାଙ୍କ ଓକିଲ ଯୁକ୍ତି ରଖିଥିଲେ। ଏପରିକି ମାମଲା କରିଥିବା ବିକ୍ରାନ୍ତ ସିଂ ବିଜେପିର ଜଣେ ସକ୍ରିୟ ସଦସ୍ୟ। ଶାସକ ଦଳର ପ୍ରଭାବ ହେତୁ ମମତାଙ୍କ ବିରୁଦ୍ଧରେ ମିଛ ଓ ବିଭ୍ରାନ୍ତିକର ମାମଲା ରୁଜୁ କରିବାକୁ ସକ୍ଷମ ହେଲେ। ବାକ୍ ସ୍ୱାଧିନତାର ଅଧିକାରକୁ ଉଲ୍ଲଂଘନ ହୋଇଛି। କେବଳ ଏଭଳି ପୋଷ୍ଟରକୁ ଦେଖିଦେଲେ ଧାର୍ମିକ ବିଦ୍ୱେଷ ହେବ ବୋଲି କୁହାଯାଇପାରିବନି। ହାଇକୋର୍ଟ ଏହାର ପରବର୍ତ୍ତୀ ଶୁଣାଣୀ ଫେବୃଆରୀ ୨୫ରେ କରିବେ। ସେ ପର୍ଯ୍ୟନ୍ତ ମମତାଙ୍କ ବିରୁଦ୍ଧରେ କୌଣସି ପ୍ରୋସିଡିଂକୁ ବାରଣ କରିଛନ୍ତି ହାଇକୋର୍ଟର ଜଷ୍ଟିସ ଦିନେଶ ପାଠକ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *