ଷ୍ଟିଭଙ୍କ ଇଛା ପୁରଣ କରୁଛନ୍ତି ଲରେନ୍

 ପ୍ରୟାଗରାଜରେ ଚାଲିଥିବା କୁମ୍ଭ ମେଳାରେ ବିଦେଶୀଙ୍କ ଆଗମନ ଉତ୍ସାହଜନକ ରହିଛି । ସେମାନଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛନ୍ତି ଆପଲ୍ କମ୍ପାନୀର କୋ ଫାଉଣ୍ଡର ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ ପାୱେଲ । ମେଳାର ବହୁ ପୂର୍ବରୁ ସେ ଭାରତ ଆସି ସାରିଥିଲେ। ସମ୍ପୁର୍ଣ୍ର ଗେଂରିକ ବେଶ ଧାରଣ କରିବା ସହ ଲରେନ ଭାରତରେ ନିଜକୁ କମଳା ବୋଲି ପରିଚୟ ଦେଉଛନ୍ତି। ପ୍ରାୟ ୧୭ ଦିନ ରହିବେ ସ୍ଥିର କରି ସେ ଆସିଛନ୍ତି ।ମିଡିଆର ନଜରରେ ବରାବର ସେ ରହିଛନ୍ତି ।ତେବେ ଏହାରି ମଧ୍ୟରେ ଷ୍ଟିଭଙ୍କର ଏକ ପୁରୁଣା ଚିଠି ଚର୍ଚ୍ଚାରେ ରହିଛି ।୧୯୭୪ରେ ସେ ତାଙ୍କର ବନ୍ଧୁଙ୍କୁ ଯେଉଁ ଚିଠି ଲେଖିଥିଲେ ସେଥିରେ ଭାରତର କୁମ୍ଭମେଳାକୁ ଯୋଗ ଦେବାକୁ ଯିବେ ବୋଲି ଲେଖିଛନ୍ତି । ଯାହା ସେ ତାଙ୍କ ୧୯ତମ ଜନ୍ମ ଦିନ ପାଳନର ଦିନକ ପୂର୍ବରୁ ସାଙ୍ଗ ଟିମ ବ୍ରାଉନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । ସେହି ଚିଠି ଏବେ ୪.୩୨ କୋଟି ଟଙ୍କାରେ ନିଲାମ ହୋଇଛି । ଷ୍ଟିଭ୍ ବୌଦ୍ଧ ଧର୍ମ ଓ ହିନ୍ଦୁ ଧର୍ମ ବିଷୟରେ ଜାଣିବାକୁ ବେଶ ଆଗ୍ରହୀ ଥିଲେ । ଖୁବ ଆସ୍ଥା ଓ ବିଶ୍ୱାସ ପ୍ରକଟ କରୁଥିଲେ । ବିଭିନ୍ନ ସମୟରେ ଆଧାତ୍ମିକ ଶିକ୍ଷା ପାଇଁ ସେ ଭାରତରେ ଆସି ରହିଛନ୍ତି । ଭାରତୀୟ ସଂସ୍କୃତି ଓ ପରମ୍ପରାର ଛାପ ନେଇ ସ୍ୱଦେଶକୁ ଫେରିଛନ୍ତି ।ସମ୍ଭବତଃ ଷ୍ଟିଭଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଜୀବନସାଥୀଙ୍କ ମୃତ୍ୟୁ ପରେ ଲରେନ ପାୱେଲ କୁମ୍ଭମେଳାକୁ ଆସିଛନ୍ତି। କୁମ୍ଭ ସ୍ନାନର ସମସ୍ତ ରିତିନୀତି ପାଳନ କରୁଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *