ଶ୍ରୀମନ୍ଦିରରେ ଜଳକ୍ରୀଡ଼ା ଏକାଦଶୀ

Spread the love

ପୁରୀ : ଗତକାଲି ଜଳକ୍ରୀଡ଼ା ଏକାଦଶୀ ଥିଲା। ଶ୍ରୀମନ୍ଦିର ଭିତର ଚନ୍ଦନ ଯାତ୍ରା ଅବସରରେ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଠାକୁରଙ୍କ ଜଳକ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରସ୍ଥ ଜଳକ୍ରୀଡ଼ା ମଣ୍ଡପରେ ଠାକୁର ଠାକୁରାଣୀ ବିଜେ ହୋଇ ଏହି ଦେବନୀତି ସମ୍ପନ୍ନ ହୋଇଛି । ଠାକୁରଙ୍କ ଆଲଟଲାଗି ଓ ଚନ୍ଦନଲାଗି ନୀତି ବଢିଲା ପରେ ଯାତଭୋଗ କରାଯାଇଛି । ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇ ଜଳକ୍ରୀଡ଼ା ମଣ୍ଡପକୁ ବିଜେ କରିଥିଲେ । ସୁବାଷିତ ପୁଷ୍ପ, କର୍ପୂର, ଚନ୍ଦନ ଆଦି ସୁଗନ୍ଧିତ ଦ୍ରବ୍ୟଯୁକ୍ତ ଜଳରେ ଠାକୁର ଅଧିଷ୍ଠିତ ହୋଇଥିଲେ । ପୂଜାପଣ୍ଡା ସାଆନ୍ତ ପଂଚୋଉପଚାରରେ ଶୀତଳ ଭୋଗ ଅର୍ପଣ କରିଥିଲେ । ଏହାପରେ ଠାକୁରଙ୍କ ବେଶ ଅନୁଷ୍ଠିତ ହୋଇଥିଲା । ମୁଦିରସ୍ତ ପ୍ରସାଦ ଲାଗି କରିଥିଲେ । ଚନ୍ଦନ ଜଳରେ ପିଚକାରୀ ଖେଳ ଅନୁଷ୍ଠିତ ହୋଇଥିଲା । ଏଭଳି ଜଳକ୍ରୀଡ଼ା ନୀତି ସରିବା ପରେ ଦେବାଦେବୀ ନିଜ ଆସ୍ଥାନକୁ ବାହୁଡ଼ିଥିଲେ । ଏଥିସହ ଆଜି ଶମ୍ଭୁ ଏକାଦଶୀର ସ୍ୱତନ୍ତ୍ର ନୀତି ମଧ୍ୟ ଅନୁଷ୍ଠିତ ହୋଇଛି ।  

Leave a Reply

Your email address will not be published. Required fields are marked *