କେନ୍ଦୁଝର ରଥ ଯାତ୍ରାର ନିଆରା ପରମ୍ପରା : ସିଆଡି ଲତାର ଦଉଡିରେ ଟଣାଯାଏ ବିଶ୍ୱର ବୃହତ ରଥ

Spread the love

କେନ୍ଦୁଝର : କେନ୍ଦୁଝର ରଥ ଯାତ୍ରାରେ ରହିଛି ଏକ ନିଆରା ପରମ୍ପରା । ସେହି ପରମ୍ପରା ଅନୁଶାରେ ସିଆଡି ଲତାରେ ପ୍ରସ୍ତୁତ ଦଉଡିରେ ବିଶ୍ୱର ସର୍ବ ବୃହତ ରଥ କେନ୍ଦୁଝର ରଥ ଟଣା ଯାଇଥାଏ । ଏହି ନିଆରା ପରମ୍ପରା କେନ୍ଦୁଝରରେ ରଥ ଯାତ୍ରା ଆରମ୍ଭ ହେବା ଦିନଠାରୁ ପ୍ରଚଳିତ ହୋଇ ଆସୁଥିବା ଜଣା ପଡିଛି । ପ୍ରାରମ୍ଭରୁ ସିଆଡି ଲତାରେ ପ୍ରସ୍ତୁତ ଏହି ଦଉଡି ଭୁୟାଁ ସଂପ୍ରଦାୟର ଲୋକମାନେ ଯୋଗାଇ ଆସୁଛନ୍ତି । ଏହି ଭୁୟାଁ ସଂପ୍ରଦାୟର ଲୋକମାନେ ଅନେକ ପରିଶ୍ରମ କରି ଜଙ୍ଗଲ ଭିତରୁ ସିଆଡି ଲତା ସଂଗ୍ରହ କରି ସେଥିରୁ ବକଳ ବାହାର କରି ସେଥିରୁ ଦୌଡି ପ୍ରସ୍ତୁତ କରିଥାନ୍ତି । ଯେଉଁଥିରେ କି ପ୍ରଭୁଙ୍କ ପ୍ରତି ଥିବା ସେମାନଙ୍କ ରହିଥିବା ଗଭୀର ଭକ୍ତି ପ୍ରଦର୍ଶିତ ହୋଇଥାଏ ।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ ର ଦଅଁଳା ଗ୍ରାମ । ଏହି ଗ୍ରାମର ଅଧିକାଂଶ ପରିବାର ଭୁୟାଁ ସଂପ୍ରଦାୟର । ରଥ ଯାତ୍ରା ସମୟ ଆସିଗଲେ ଗ୍ରାମର ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଲାଗି ପଡନ୍ତି ରଥ ଦଉଡି ତିଆରି କରିବାରେ । ଅକ୍ଷୟ ତୃତୀୟା ଠାରୁ ଦଅଁଳା ଗ୍ରାମର ଲୋକମାନେ ଗନ୍ଧମାର୍ଦ୍ଧନ ପାହାଡ ରୁ ଶିଆଡିି ଲତାରୁ ଛେଲି ସଂଗ୍ରହ କରିଥାନ୍ତି ଏବଂ ଦେବସ୍ନାନ ପୁର୍ଣ୍ଣମୀ ରେ ଠାକୁରଙ୍କର ଆଜ୍ଞା ମାଳ ପାଇବା ପରେ ରଥ ଦଉଡି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥାନ୍ତି । ସେମାନଙ୍କର କହିବାନୁଶାରେ ସବୁ ଶିଆଡି ଲତାରୁ ଦଉଡି ପ୍ରସ୍ତୁତ ହୋଇ ନଥାଏ । ଯେଉଁ ଗଛରେ କୌଣସି ଚଢେଇ ବସା କରି ନଥାନ୍ତି , ଶିଆଡି ଲତାଟି ଗଛ ଉପରୁ ତଳକୁ ଲମ୍ବି ଆସିଥାଏ କେବଳ ସେହି ଲତାକୁ କଟା ଯାଇ ସେଥିରୁ ବକଳ ବାହାର କରାଯାଇଥାଏ । ପରେ ପରେ ଏହି ବକଳ କୁ ମୋଡି ମୋଡି ଦଉଡି ନିର୍ମାଣ କରାଯାଇଥାଏ । ଯେଉଁ ଦଉଡିର ଲମ୍ବ ୧୦୮ ହାତ ହୋଇଥିବା ବେଳେ ମୋଟାଇ ୬ ଇଂଚ ରହିଥାଏ ବୋଲି ଦଉଡି ତିଆରି ତିଆରି କରୁଥିବା ଭୀମସେନ ପୁହାଣ , ମାଘୁ ନାଏକ ପ୍ରମୁଖ ଭୁୟାଁମାନେ ପ୍ରକାଶ କରିଛନ୍ତି । ଏହି କାମକୁ ପୁରା ଗାଁ ଲୋକମାନେ ବେଶ ଆଗ୍ରହର ସହିତ କରିଥାନ୍ତି । ଲୋକ ଶ୍ରୃତି ଅନୁସାରେ ଓ କେତେକ ଗବେଷକଙ୍କ ମତରେ ଏହି ଦୌଡି ରଥରେ ଲାଗିଗଲା ପରେ ତାହା ଦେବତା ପାଲଟି ଯାନ୍ତି । ବିଶ୍ୱାସ ରହିଛି ଯେ ଏହି ଦଉଡିକୁ ଛୁଇଁଲେ ଜନ୍ମ ଜନ୍ମ ର ପାପ ନାଶ ହେବା ସହ ରଥ ଦଉଡିକୁ ନେଇ ଘରେ ରଖିଲେ ଲୋକଙ୍କୁ ଅନେକ ଶୁଭ ମିଳିଥାଏ । ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀ କୃଷ୍ଣ ଶିଆଳି ଲତାରେ ଶୋଇଥିବା ବେଳେ ଜରା ଶବର ର ଶର ବିଦ୍ଧ ହୋଇଥିଲା ଓ ପରେ ସେ ଦେହ ତ୍ୟାଗ କରିଥିଲେ । ତେଣୁ ଏହି ଗଛ ଛାଲେି ନିର୍ମିତ ଦଉଡିରେ ରଥ ଟାଣିଲେ ଭକ୍ତର ସ୍ୱର୍ଗପ୍ରପ୍ତି ହୋଇଥାଏ । ସେହି ଦୃଷ୍ଟିରୁ ଏହି ରଥ ଦଉଡିର ମହତ୍ୱ ବହୁ ଅଧିକ । ଏହି ବିଶ୍ୱାସକୁ ଆଖି ଆଗରେ ରଖି ଆଦିବାସୀ ମାନଙ୍କୁ ଯେତେବେଳେ ରଥ ଦଉଡି ତିଆରି ପାଇିଁ କେନ୍ଦୁଝର ରାଜା ପ୍ରଥମେ ନିର୍ଦ୍ଦେଶ ଦେଇଥିଲେ ସେତେବେଳେ ଆଦିବାସୀ ମାନେ କୃଷ୍ଣଙ୍କର ଅଂଶ ରହିଥିବା ଶିଆଡି ଲତାରେ ପ୍ରସ୍ତୁତ ଦଉଡି ତିଆରି କରିଥିଲେ । ସେବେଠାରୁ ଏହି ପରମ୍ପରା ଚାଲିଆସିଛି ବୋଲି ସେମାନେ କୁହନ୍ତି ।

Leave a Reply

Your email address will not be published. Required fields are marked *