ବିଶ୍ୱ

ଉଜବେକିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଉଜବେକିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ତେବେ ଚୀନ ରାଷ୍ଟ୍ରପତି ଜିନପିଙ୍ଗକୁ ଭେଟି ପାରନ୍ତି ମୋଦି। ବିଶ୍ୱର ଏହି ପ୍ରଭାବଶାଳୀ ନେତା ଉଜବେକିସ୍ତାନର ସମରକନ୍ଦରେ ଏକାଠି ଡିନର କରିବାର କାର୍ଯ୍ୟକ୍ରମ ରହିଛି ।ଆଜି ଓ ଆସନ୍ତାକାଲି ସମରକନ୍ଦରେ ଏସସିଓ ଶିଖର ବୈଠକ ଅନୁଷ୍ଠିତ ହେବ । କରୋନା ପରେ ଏସସିଓର ପ୍ରଥମ ପ୍ରତ୍ୟକ୍ଷ ଶିଖର ସମ୍ମିଳନୀ ସମରକନ୍ଦରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗକୁ ନେଇ ସେଠାରେ ଆଲୋଚନା କରାଯିବ । ଶେଷଥର ପାଇଁ ୨୦୧୯ରେ କିରଗିଜସ୍ତାନରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ୱର ୧୬ରେ ସ୍ୱଦେଶ ଫେରିବାର କାର୍ଯ୍ୟକ୍ରମ ରହିଛି ।

Related Articles

Leave a Reply

Your email address will not be published.

Back to top button