PRIMINISTER

  • ପୁଣି ବିଶ୍ବର ଲୋକପ୍ରିୟ ନେତା ହେଲେ ମୋଦି

    ନୂଆଦିଲ୍ଲୀ: ପୁଣି ଥରେ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏମିତି କି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ୧୬ ଦେଶର ଆଗଧାଡିର ନେତାକୁ ପଛରେ ପକାଇ ଦେଇଛନ୍ତି ମୋଦି। ମର୍ନିଂ କନସଲ୍ଟର ୱେବ ସାଇଟରେ ଜାରି ସୂଚୀରେ ମୋଦି ୭୮ ପ୍ରତିଶତ ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂ ସହ ଶୀର୍ଷରେ ରହିଛନ୍ତି।

    ଗୋଟିଏ ପଟେ ଦେଶରେ ଦରଦାମ ବୃଦ୍ଧି, ବେରୋଜଗାରୀ ସହ ବିବିସି ଦ୍ବାରା ପ୍ରସ୍ତୁତ ଡକୁମେଣ୍ଟାରୀକୁ ନେଇ ମୋଦିଙ୍କୁ ସମାଲୋଚନାର ସାମ୍ନା କରିବାକୁ ହେଉଥିବା ବେଳେ ବିଶ୍ବର ଲୋକପ୍ରିୟ ନେତା ଭାବେ ପୁଣି ନିର୍ବାଚିତ ହୋଇଛନ୍ତି ସେ। ମୋଦି ଦୁନିଆର ବୟସ୍କ ମଧ୍ୟରେ  ସବୁଠାରୁ ଅଧିକ ରେଟିଂ ପାଇଛନ୍ତି। ଏହି ସୂଚୀର ଦ୍ବିତୀୟସ୍ଥାନରେ ମେକ୍ସିକୋର ରାଷ୍ଟ୍ରପତି ଏଣ୍ଡ୍ରିସ ମେନୁଅଲ ଲୋପେଜ ଓବ୍ରିଡୋରଙ୍କୁ ୬୮ ପ୍ରତିଶତ ଆପ୍ରୁଭାଲ ରେଟିଂ ମିଳିଥିବା ବେଳେ ତୃତୀୟ ସ୍ଥାନରେ ଅଛନ୍ତି ସ୍ବିଜରଲ୍ୟାଣ୍ଡର ରାଷ୍ଟ୍ରପତି ଅଲୈନ ବେରସେଟ, ଯାହାଙ୍କୁ ମିଳିଛି ୬୨ ରେଟିଂ। ସର୍ଭେ ଅନୁଯାୟୀ, ୨୦୨୧ ପରେ ମୋଦିଙ୍କ ଲୋକପ୍ରିୟତା ଆହୁରି ବଢିଯାଇଛି।

    ଏହି ସୂଚୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଟପ ପାଞ୍ଚ ଜଣଙ୍କ ମଧ୍ୟରେ ମଧ୍ୟ ସ୍ଥାନ ପାଇ ନାହାନ୍ତି। ବାଇଡେନ ୪୦ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ସପ୍ତମ ସ୍ଥାନରେ ଥିବା ବେଳେ ସୁନକ ୩୦ ପ୍ରତିଶତ ରେଟିଂ ସହ ୧୩ତମ ସ୍ଥାନ ହାସଲ କରିଛନ୍ତି। ତେବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଅଲ୍ବାନିଜ ୫୮ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ  ଚତୁର୍ଥ ଓ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲ୍ଭା ୫୦ ପ୍ରତିଶତ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।

  • ପୁଣି ପ୍ରସଂଶା ସାଉଁଟିଲେ ମୋଦି

    ନୂଆଦିଲ୍ଲୀ: ପୁଣି ପ୍ରସଂଶାର ପାତ୍ର ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟକୁ ନେଇ ବିଶ୍ୱନେତା ମାନେ ତାଙ୍କୁ ତାରିଫ କରିଛନ୍ତି। ତେବେ ଜାତିସଂଘରେ ମୋଦିଙ୍କ ମନ୍ତବ୍ୟକୁ ଆମେରିକା ଓ  ଫ୍ରାନ୍ସର ସମର୍ଥନ ଜଣାଇଛି। ଏସସିଓରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଯୁଦ୍ଧ ବନ୍ଦ ପାଇଁ କହିଥିଲେ ମୋଦି। ସେହିପରି ଆଜିର ଯୁଗ ଯୁଦ୍ଧ ପାଇଁ ନୁହେଁ ବୋଲି ରୋକଠୋକ କହିଥିଲେ ମୋଦି। ଖାଦ୍ୟ, ସାର, ଜାଳେଣି ନିରାପତ୍ତା ସମସ୍ୟା ସମାଧାନର ସମୟ ଆସିଛି କହିଥିଲେ। ଏହା ସହ ପରାକ୍ରମୀ ପୁଟିନଙ୍କୁ ପରାମର୍ଶ ପାଇଁ ମିଳିତ ଜାତିଂସଘରେ ମୋଦିଙ୍କୁ ପ୍ରଶଂସା କରାଯାଇଛି। ବିଶ୍ୱର ପ୍ରମୁଖ ଗଣମାଧ୍ୟମରେ ମଧ୍ୟ ମୋଦିଙ୍କ ସାହସିକ ମନ୍ତବ୍ୟକୁ ତାରିଫ କରାଯାଇଛି ।

  • ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ

    ନୂଆଦିଲ୍ଲୀ: ବାଲସେବକରୁ ଦେଶର ପ୍ରଧାନ ସେବକ। ଦୃଢ ଇଚ୍ଛାଶକ୍ତି ସର୍ବୋଚ୍ଚ  ଅଧିକାରୀ। ରାଷ୍ଟ୍ର  ନିର୍ମାଣର ସାଜିଛନ୍ତି ସର୍ବୋଚ୍ଚ କର୍ତ୍ତା।  ଆଜି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିନ। ଗୁଜୁରାଟ ମେହସନା ଜିଲ୍ଲାର  ବଡନଗର ରେ ୧୯୫୦ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ବାପା ଦାମୋଦର ଦାସ ମୋଦି ଏବଂ ମାତା ହୀରାବିନ୍ ମୋଦିଙ୍କ ୬ ସନ୍ତାନ ମଧ୍ୟରୁ ନରେନ୍ଦ୍ର ମୋଦିଥିଲେ ୩ୟ ସନ୍ତାନ। ସେତେବେଳେ ତାଙ୍କ ପରିବାର ଦାରିଦ୍ରର କଷାଘାତରେ ପେଶି ହେଉଥିଲା। ବାପା ଦାମୋଦର ଦାସ ମୋଦି ବଡନଗର ରେଲୱେ  ଷ୍ଟେସନରେ ଚା ବିକୁଥିଲେ। ଆଉ ବାପାଙ୍କୁ ସାହାର୍ଯ୍ୟ କରିବାକୁ  ନରେନ୍ଦ୍ର ମୋଦି ମଧ୍ୟ ଷ୍ଟେସନରେ ଚା ବିକିଲେ। ପରେ  ସେଠାରେ ମଧ୍ୟ ଏକ ଟି  ଷ୍ଟଲ ଖୋଲିଥିଲେ । ମାତ୍ର ୮ ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘରେ ଯୋଗଦେଇଥିଲେ। ତେବେ ୧୯୭୦ରେ  ୨୦ ବର୍ଷ ହେଲା ବେଳକୁ ନରେନ୍ଦ୍ର ମୋଦି ହୋଇଥିଲେ ସଂଘର ପୂର୍ଣ୍ଣକାଳୀନ ପ୍ରଚାରକ। ଏବଂ ABVP ର ପ୍ରତିଷ୍ଠା କଲେ। ପରେ ୨୦୦୧ ଅକ୍ଟୋବର ୭ ରେ ଗୁଜୁରାଟର ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ। ସେବେଠାରୁ ୨୦୧୪ ଯାଏ ୪ ଥର ଗୁଜୁରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ପ୍ରଧାନମନ୍ତ୍ରୀ। ୨୦୦୨ରେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଆର୍ଥୀକ ବିକାଶକୁ ପ୍ରାଧାନ୍ୟ ଦେଇଥିଲେ। ଆଜି ଜନ୍ମଦିନ ଅବସରରେ ଗ୍ରାଣ୍ଡ ସେଳିବ୍ରେସନ କରିବ ବିଜେପି। ବିବିଧତା ଭିତରେ ଏକତା ଉତ୍ସବ ପାଳନ କରିବ ଦଳ। ଆଜିଠୁ  ଗାନ୍ଧି ଜୟନ୍ତୀ ଯାଏ ଚାଲିବ ସେବା ଅଭିଯାନ।

  • ଉଜବେକିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ଆଜି ଉଜବେକିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ତେବେ ଚୀନ ରାଷ୍ଟ୍ରପତି ଜିନପିଙ୍ଗକୁ ଭେଟି ପାରନ୍ତି ମୋଦି। ବିଶ୍ୱର ଏହି ପ୍ରଭାବଶାଳୀ ନେତା ଉଜବେକିସ୍ତାନର ସମରକନ୍ଦରେ ଏକାଠି ଡିନର କରିବାର କାର୍ଯ୍ୟକ୍ରମ ରହିଛି ।ଆଜି ଓ ଆସନ୍ତାକାଲି ସମରକନ୍ଦରେ ଏସସିଓ ଶିଖର ବୈଠକ ଅନୁଷ୍ଠିତ ହେବ । କରୋନା ପରେ ଏସସିଓର ପ୍ରଥମ ପ୍ରତ୍ୟକ୍ଷ ଶିଖର ସମ୍ମିଳନୀ ସମରକନ୍ଦରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗକୁ ନେଇ ସେଠାରେ ଆଲୋଚନା କରାଯିବ । ଶେଷଥର ପାଇଁ ୨୦୧୯ରେ କିରଗିଜସ୍ତାନରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ୱର ୧୬ରେ ସ୍ୱଦେଶ ଫେରିବାର କାର୍ଯ୍ୟକ୍ରମ ରହିଛି ।

  • ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନୀତିଶ!

    ୨୪ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୀତିଶ କୁମାର। ମୋଦିଙ୍କୁ ଟକ୍କର ଦେବାକୁ ନୀତିଶ ହିଁ ସମର୍ଥ। କିଛି ଏଭଳି ଆଶାର ସଞ୍ଚାର ଦେଶ ରାଜନୀତିରେ ପୁଣି ଉଜ୍ଜିବୀତ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍। ଅବଶ୍ୟ ନୀତିଶ ଏହାକୁ କେତେଦୂର ଗ୍ରହଣ କରୁଛନ୍ତି, ତାହା ତ ଭିନ୍ନ କଥା। କାରଣ ପ୍ରଧାନମନ୍ତ୍ରୀ ହେବାକୁ କୌଣସି ମୋହ ନାହିଁ ବୋଲି ଏକଦା କହିଥିଲେ ନୀତିଶ। ଆଉ ଏହାକୁ ନେଇ ଉଠୁଛି ପଡ଼ୁଛି ରାଜନୀତି।

    ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନୀତିଶ! କାରଣ କଂଗ୍ରେସ କହିସାରିଛି ସେମାନଙ୍କର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ରାହୁଲ। କିନ୍ତୁ ମିଳିତ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରାହୁଲ ନା ଆଉ କିଏ। ନୀତିଶ କୁମାର ଓ କେସିଆରଙ୍କ ମିଳିତ ସାମ୍ୱାଦିକ ସମ୍ମିଳନୀରେ ସାମ୍ୱାଦିକଙ୍କ ଏଭଳି ପ୍ରଶ୍ନ ଶୁଣି ଉତ୍ତର ଦେବାକୁ ପ୍ରସ୍ତୁତ ହେଉଥିବା କେସିଆରଙ୍କୁ  ହାତଯୋଡ଼ି ଚାଲନ୍ତୁ କହି ନୀତିଶ ଡାକିଥିଲେ। କିନ୍ତୁ କେସିଆର ଉଠିନଥିଲେ। ପାଲଟା ନୀତିଶଙ୍କୁ ବସିବାକୁ କହି ଯେଉଁ ନାଁ ପାଟିରେ ଧରିଥିଲେ, ସେ ହେଉଛନ୍ତି ନୀତିଶ। ନୀତିଶ ଦେଶର ଜଣେ ବରିଷ୍ଠ ନେତା ଓ ସଫଳ ନେତା। ବିରୋଧୀ ଦଳ ମିଳିତ ଭାବେ ବସି ନିଷ୍ପତ୍ତି ନେବେ।

    ତେବେ ପ୍ରଧାନମନ୍ତ୍ରୀ ପଦ ଲାଗି ନୀତିଶ ପ୍ରସ୍ତୁତ କି। କାରଣ ବିହାରରେ ବିଜେପିର ହାତ ଛାଡ଼ି ମହାଗଠବନ୍ଧନ ସହ ମେଣ୍ଟ କରି ସରକାରର ନେତୃତ୍ୱ ନେଉଥିବା ନୀତିଶଙ୍କୁ ଯେତେବେଳେ ପଚରାଯାଇଥିଲା ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶାୟୀ କି। ସେତେବେଳେ ପ୍ରଧାନମନ୍ତ୍ରୀ ପଦ ଲାଗି କୌଣସି ମୋହ ନାହିଁ ବୋଲି କହିଥିଲେ ନୀତିଶ। ସେ କେବଳ ସମଭାବାପନ୍ନ ଦଳକୁ ଏକାଠି କରିବାକୁ ଉଦ୍ୟମ କରୁଛନ୍ତି।

    କେବଳ ଏତିକି ନୁହେଁ, ବିହାର ବିଧାନସଭାରେ ବି ବିହାରର ବିକାଶ ଲାଗି ଆରଜେଡି ଓ ଜେଡିୟୁ ଏକାଠି ହୋଇଛନ୍ତି ବୋଲି କହିଥିଲେ ନୀତିଶ। ବିଜେପିର ହାତ ଛାଡ଼ିଥିବାରୁ ଦେଶ ତମାମ ନେତା ତାଙ୍କୁ କଲ୍ କରି ଅଭିନନ୍ଦନ କରିଥିଲେ ଏଭଳି ନିଷ୍ପତ୍ତି ଲାଗି। ସେଥିଲାଗି ୨୪ରେ ସେ ସମସ୍ତ ଦଳ ଓ ତାଙ୍କର ନେତାଙ୍କୁ ଏକାଠି ଲଢିବାକୁ ହେବ ବୋଲି କହିଥିଲେ ନୀତିଶ। ଆଉ ଏହାଠୁ ପାଦେ ଆଗୁଆ ଯାଇ କ୍ୟାବିନେଟ ମନ୍ତ୍ରୀ ତେଜପ୍ରତାପ ଯାଦବ କହିଥିଲେ କି, ସେ ତାଙ୍କର କକା। ଲାଲକିଲ୍ଲାରେ ନୀତିଶ ପତାକା ଉତ୍ତୋଳନ କରିବେ। ସେଥିଲାଗି ତାଙ୍କୁ ସମର୍ଥନ କରିବୁ।

    ତେବେ ବିଜେପି କହିଛି, ଏଭଳି କଥା ବାରମ୍ୱାର କହି ଆସୁଛନ୍ତି ବିରୋଧୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ବିକାଶ ପଥରେ ଆଗେଇ ଚାଲିଛି। ଏଭଳି ସ୍ଥିତିରେ ବିରୋଧୀ ସେମାନଙ୍କର ଦାୟିତ୍ୱ ନିର୍ବାହ କରିପାରିଥାଆନ୍ତେ। କିନ୍ତୁ ଦୀର୍ଘ ବର୍ଷ ହେଲା ସେଭଳି ସୁଯୋଗ ମିଳୁନି କି ଆଗକୁ ବି ଆସିବନି। କାରଣ ଜନତାର ଆସ୍ଥା ସେମାନଙ୍କ ଉପରେ ନାହିଁ।

    ବିଜେପି ଓ ମୋଦି ମୁକ୍ତ ଭାରତ ଗଠନ ଲାଗି ବିରୋଧୀ କହୁଛନ୍ତି। ହେଲେ ଗଲା ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ଭିତରେ କ୍ରସଭୋଟିଂ ବି ବିରୋଧୀ ଏକତାରେ ଫାଟକୁଦର୍ଶାଇଥିଲା। ଏପରିକି ଜଗଦୀପ ଧନକଡଙ୍କ କଟ୍ଟର ବିରୋଧୀ ମମତା ବାନାର୍ଜୀ ବି ମତଦାନରୁ ଦଳକୁ ଦୂରେଇ ରଖିଲେ।

    • ପ୍ରେମଲତା ବାରିକ ପ୍ରଦୀପ ନାୟକଙ୍କ ରିପୋର୍ଟ
  • ମୋଦିଙ୍କ ୯୨ତମ ମନ୍ କି ବାତ୍‌

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯୨ତମ ମନ କି ବାତ୍‌ ରେଡିଓ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ମୋଦି ଅମୃତ ମହୋତ୍ସବ ଅବସରରେ ହର ଘର ତ୍ରୀରଙ୍ଗା ଅଭିଯାନରେ କରାଯାଇଥିବା ସୃଜନଶୀଳ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଆମ ଦେଶରେ ପ୍ରତି ନଗରୀ, ପ୍ରତି ଗାଁରେ ଅମୃତ ମହୋତ୍ସବର ଅମୃତ ପ୍ରବାହିତ ହେଉଛି। କେବଳ ଭାରତ ନୁହେଁ ଦେଶ ବିଦେଶରେ ମଧ୍ୟ ଉତ୍ସବ ପାଳନ କରାଯାଇଛି।  

    ଏଥର ଅଗଷ୍ଟ ମାସରେ ଆପଣମାନଙ୍କର ପତ୍ରାବଳି, ବାର୍ତ୍ତା, ଓ କାର୍ଡ ମୋ କାର୍ଯ୍ୟାଳୟକୁ ତ୍ରୀରଙ୍ଗାୟିତ କରିଛି। ଅମୃତ ମହୋତ୍ସବ ଓ ସ୍ୱାଧିନତା ଦିବସର ଏହି ସ୍ୱତନ୍ତ୍ର ଅବସରରେ ଆମେ ଦେଶର ସମ୍ମିଳିତ ସାମର୍ଥ୍ୟ ଦେଖିଛନ୍ତି। ସେଥିରୁ ହୃଦୟଙ୍ଗମତାର ଚେତନା ଥିଲା।  ଏହି ଉତ୍ସବ ୨୦୨୩ ସ୍ୱାଧିନତା ଦିବସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କହିଛନ୍ତି ମୋଦି। ସେପଟେ ଜଳ ସଂରକ୍ଷଣର ଗୁରୁତ୍ୱ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

  • ୭୫ ବର୍ଷ ପୂର୍ତ୍ତି ଅବସରରେ ମୋଦିଙ୍କ ସମ୍ୱୋଧନ

    ଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି ଭାରତ। ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ୱୋଧନ କରିଛନ୍ତି। ଦେଶକୁ ପରିବାରବାଦ ରାଜନୀତି ସମେତ ଭ୍ରଷ୍ଟାଚାରରୁ ଦୂରେଇବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱାଧୀନତାର ଅମୃତ କାଳରେ ପାଞ୍ଚ ପ୍ରାଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ମୋଦି।

    ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି ସାରା ଦେଶ। ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଅମୃତକାଳ ସବୁ ଦେଶବାସୀଙ୍କ କର୍ତ୍ତବ୍ୟକାଳ ପାଲଟୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଅମୃତକାଳର ପଞ୍ଚପ୍ରାଣକୁ ନେଇ ଆଗକୁ ବଢ଼ିବାକୁ ହେବ ବୋଲି କହିଛନ୍ତି ମୋଦି। ବଡ଼ ସଂକଳ୍ପ ନେଇ ଆଗକୁ ବଢ଼ିବା, ନିଜ ଭିତରେ ଥିବା ଗୁଲାମୀର କୌଣସି ଅଂଶ ଥିଲେ ତାକୁ ବଞ୍ଚିବାକୁ ଦେବାନି, ନିଜର ରାଜୁତି ଉପରେ ଗର୍ବ କରିବା, ଏକତା ଓ ଏକଜୁଟ ରହିବା ସହ ନାଗରିକ ନିଜର କର୍ତ୍ତବ୍ୟ ତୁଲାଇବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

    ଦେଶ ସମ୍ମୁଖରେ ଦୁଇଟି ବଡ଼ ଆହ୍ୱାନ ଛିଡ଼ା ହୋଇଛି। ଭ୍ରଷ୍ଟାଚାର ଓ ଭାଇ-ପୁତୁରା ପରିବାରବାଦ ରାଜନୀତି। ଏ ଦୁଇଟିରୁ ଦୂରେଇ ରହିବାକୁ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁମାନେ ଦେଶକୁ ଲୁଟିଛନ୍ତି, ସେମାନେ ଦେଶକୁ ଫେରାଇବାକୁ ବି ପଡ଼ିବ। ପରିବାରବାଦ କଥା କହିଲେ, ଲୋକଙ୍କୁ ଲାଗୁଛି କି ସେ ରାଜନୀତିର କଥା କହୁଛନ୍ତି।

    ଅମୃତ କାଳ ପାଇଁ ଜୟ ଜବାନ, ଜୟ କିଷାନ ସହ ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନର ଆବଶ୍ୟକତା ଅଛି। ଦେଶର ଯୁବଗୋଷ୍ଠୀକୁ ଅସୀମ ଅନ୍ତରୀକ୍ଷରୁ ସମୁଦ୍ରର ଗଭୀରତା ଯାଏ ଗବେଷଣା ପାଇଁ ଭରପୁର ସାହାଯ୍ୟ ଦେବାକୁ ସରକାର ପ୍ରୟାସ କରୁଛନ୍ତି। ମହିଳାଙ୍କ ମର୍ଯ୍ୟାଦାକୁ କୌଣସିମତେ କ୍ଷୁର୍ଣ୍ଣ ହେବାକୁ ଦେବାନି। ନାରୀଶକ୍ତିର ଗାରିମା ରକ୍ଷା ଦିଗରେ ବକ୍ତବ୍ୟ ଓ ଆଚରଣରେ ସଂଯତ ରହିବା ଜରୁରୀ। ଆତ୍ମନିର୍ଭର ଭାରତ ସରକାରୀ ଏଜେଣ୍ଡା ନୁହେଁ। ବରଂ ସମାଜର ଜନଆନ୍ଦୋଳନ। ଏହାକୁ ଆଗକୁ ନେବାକୁ ହେବ।

    ଅମୃତ କାଳର ପ୍ରଥମ କିରଣ ଆଙ୍କାକ୍ଷୀ ସମାଜର ଆଶାକୁ ପୂରଣ କରୁ। ଆମ ଦେଶ ଭିତରେ କେତେ ବଡ଼ ସାମର୍ଥ୍ୟ ଅଛି, ତ୍ରିରଙ୍ଗା ହିଁ ତାହାର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
  • ସିଡବ୍ଲୁଜି ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: କମନ ଓ୍ୱେଲଥ ଗେମ (ସିଡବ୍ଲୁଜି)ରେ ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ। ସେମାନଙ୍କ ସହ ଅନୁଭୂତି ବାଣ୍ଟିଲେ ପ୍ରଧାନମନ୍ତ୍ରୀ। କମନ ଓ୍ୱେଲଥ ଗେମରେ ପଦକ ବିଜେତାଙ୍କୁ ନିଜ ବାସଭବନକୁ ଡାକିଥିଲେ ମୋଦି। ଏଥର ମୋଟ୍ ୬୧ଟି ମେଡାଲ ଆଣିଛି ଭାରତ। ଯେଉଁଥିରେ ୨୨ଟି ସ୍ୱର୍ଣ୍ଣପଦକ ଅଛି। ରାଜ୍ୟ ଗୋଷ୍ଠୀ କ୍ରୀଡାରେ ପଦକ ବିଜେତାଙ୍କୁ ଭେଟି ସେମାନଙ୍କର ମନୋବଳ ବୃଦ୍ଧି ସହ ନୂଆ ଟାସ୍କ ବି ଦେଇଛନ୍ତି ପ୍ରଧାନମନ୍ତ୍ରୀ।

    ମୋଦି ବିଜେତାଙ୍କ ସହ ଭାବର ଆଦାନ ପ୍ରଦାନ ବେଳେ କହିଛନ୍ତି କି, କମନ ୱେଲ୍‌ଥ ଗେମରେ ପଦକ କେବଳ ଖେଳର ସ୍ପିରିଟକୁ ସୁଦୃଢ଼ କରିନି, ବରଂ ଏକ ଭାରତ, ଶ୍ରେଷ୍ଠ ଭାରତର ମହତ୍ତ୍ୱକୁ ମଜଭୁତ କରିଛି। କମନ ଓ୍ୱେଲଥ ଗେମ ହେବା ଆଗରୁ ସେ କ୍ରୀଡାବିତଙ୍କୁ ଯେଉଁ କଥା ଦେଇଥିଲେ, ତାକୁ ଆଜି ଅନୁପାଳନ କରିଥିବାରୁ ଖୁସି ଜାହିର କରିଛନ୍ତି ମୋଦି। କାରଣ କ୍ରୀଡାବିତ୍ ଫେରିବା ପରେ ସେ ମିଳିତ ଭାବେ ବିଜୟ ଉତ୍ସବ ପାଳିବାକୁ ପ୍ରତିଶୃତି ଦେଇଥିଲେ। ଦେଶର ୭୫ଟି ସ୍କୁଲ, ଶିକ୍ଷାନୁଷ୍ଠାନକୁ ଯାଇ ପିଲାଙ୍କୁ ପ୍ରୋତ୍ସାହିତ କରିବାର ଟାସ୍କକୁ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ମୋଦି।

    ମିଟ୍ ଦି ଚାମ୍ପିଅନ ଅଭିଯାନ ଜାରି ରଖିବାକୁ କହିଛନ୍ତି। ନୂଆ ପ୍ରତିଭାଙ୍କୁ ଅନ୍ୱେଷଣ ଓ ସେମାନଙ୍କୁ ପୋଡ଼ିଅମ ଯାଏ ପହଞ୍ଚାଇବାକୁ ପ୍ରୟାସକୁ କ୍ଷୀପ୍ର କରିବାକୁ ହେବ। ଏହି ପଦକ କେବଳ ଦେଶର ଯୁବ ପ୍ରତିଭାଙ୍କ ପାଇଁ କ୍ରୀଡ଼ା କ୍ଷେତ୍ରରେ ପ୍ରେରଣାର ଉତ୍ସ ହେବନି। ତା ସହ ଅନ୍ୟାନ୍ୟ କ୍ଷେତ୍ରକୁ ବି ଏହା ପ୍ରୋତ୍ସାହିତ କରିବ। ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଓ ଭାରତ ପ୍ରଥମ ଥର ଆୟୋଜନ କରିଥିବା ଚେସ୍ ଅଲମ୍ପିଆଡ୍ ରେ ଖେଳାଳୀଙ୍କ ଐତିହାସିକ ପରଫରମାନ୍ସ ଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱାଧୀନତାର ଅମୃତ ମହୋତ୍ସବରେ ଦେଶ ଏଭଳି ସଫଳତା ହାସଲ କରିଛି।

    ବକ୍ସିଂ, ଜୁଡ଼ୋ ଅବା ରେସଲିଂ। ସବୁଠି ଝିଅଙ୍କର ପ୍ରଭାବ ଓ ପତିଆରାକୁ ନେଇ ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରତିଯୋଗୀ ବିଦେଶରେ ପ୍ରତିଦ୍ୱନ୍ଦିତା କରୁଥିଲେ। କିନ୍ତୁ ଦେଶର କୋଟି କୋଟି ଜନତା ରାତି ଅନିଦ୍ରା ହୋଇ ଆଥଲେଟଙ୍କର ପ୍ରତିଟି ଆକ୍ସନ, ଗତିକୁ ଟ୍ରାକରେ ନିରିକ୍ଷଣ କରୁଥିଲେ। ଅନେକ ଖେଳ ମିସ୍ କରିବେନି ବୋଲି ଆଲାର୍ମ ଦେଇ ଶୋଉଥିଲେ।
    ପ୍ରଦୀପ ନାୟକଙ୍କ ରିପୋର୍ଟ

  • ସଂସଦରେ ୮ ବର୍ଷର କୁନି ଝିଅ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସଂସଦରେ ଜଣେ ୮ ବର୍ଷର ଶିଶୁକନ୍ୟା ସହ ସାକ୍ଷାତ୍‌ କରିଛନ୍ତି। ଏହି ସମୟରେ ପିଏମ୍ ମୋଦି କୁନି ଝିଅଟିକୁ କିଛି ପ୍ରଶ୍ନ ପଚାରିଥିଲେ। ଝିଅର ଉତ୍ତର ଏପରି ଥିଲା କି ମୋଦି ହସି ପକାଇଥିଲେ।

    ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଉଜ୍ଜେନରେ ବିଜେପି ସାଂସଦ ଅନିଲ ଫିରୋଜିଆ ବୁଧବାର ଦିନ ତାଙ୍କ ପରିବାରକୁ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭେଟ କରାଇଥିଲେ। ଏହି ସମୟରେ ତାଙ୍କ ସାନ ଝିଅ ମଧ୍ୟ ପିଏମ୍ ମୋଦିଙ୍କୁ ଭେଟି ଥିଲେ। ସାକ୍ଷାତ୍ ସମୟରେ ବିଜେପି ସାଂସଦ ଅନିଲ ଫିରୋଜିଆଙ୍କ ସାନ ଝିଅ ଆହାନା ଫିରୋଜିଆଙ୍କୁ ମୋଦି ପଚାରିଥିଲେ କି, ତମେ ଜାଣିଛ ମୁଁ କିଏ? ଝିଅ ଆହାନା ଉତ୍ତର ଦେଇଥିଲେ ହଁ ଜାଣିଛି, ଆପଣ ମୋଦି ଜି। ଆପଣଙ୍କୁ ମୁଁ ଟିଭିରେ ଦେଖିଥିଲି। ଆପଣ ଲୋକସଭା ଟିଭିରେ ଚାକିରୀ କରନ୍ତି। ପିଏମ ମୋଦି ଏବଂ କୁନି ଝିଅ ମଧ୍ୟରେ ଚାଲିଥିବା ବାର୍ତ୍ତାଳାପ ପରେ ରୁମରେ ଉପସ୍ଥିତ ଥିବା ଲୋକମାନେ ହସିବାକୁ ଲାଗିଲେ। ପରେ ପିଏମ ମୋଦି କୁନି ଝିଅଟି ହାତରେ ଚକୋଲଟେ ଦେଇଥିଲେ।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
  • ଭାରତୀୟ ହେବେ ବ୍ରିଟେନ ପ୍ରଧାନ ମନ୍ତ୍ରୀ!

    ଲଣ୍ଡନ: ଅନେକ ଦେଶରେ ଭାରତୀୟ ବଂଶୋଦ୍ଭବ  ସେଠାରେ ଉଚ୍ଚ ପଦ ପଦବୀରେ ରହିବାର ନଜିର ରହିଛି । ବ୍ରିଟେନରେ ରାଜନୈତିକ ଅସ୍ଥିରତା, ଦଳ ଭିତରେ ବିଦ୍ରୋହ ପରେ ଅଡୁଆରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଭାରତୀୟ ବଂଶୋଭବ ରୁଷି ସୁନକଙ୍କ ସମେତ କଞ୍ଜରଭେଟିଭ୍ ପାର୍ଟିର ୧୪ ମନ୍ତ୍ରୀ ଦୁଇ ଦିନରେ ଇସ୍ତପା ଦେବା ପରେ ପ୍ରଧାନମନ୍ତ୍ରୀ ଆସନ ଛାଡିବାକୁ ଜନସନ ବାଧ୍ୟ ହୋଇଛନ୍ତି । ଏବେ ରୁଷିଙ୍କୁ ନେଇ ପୁରା ବିଶ୍ବରେ ଚର୍ଚ୍ଚା । କିଏ ଏହି ରୁଷି ସୁନକ? ତାଙ୍କୁ ନେଇ କଣ ଚର୍ଚ୍ଚା ହେଉଛି ଆସନ୍ତୁ ଜାଣିବା।

     ଜନସନଙ୍କ ଇସ୍ତପା ପରେ କଞ୍ଜରଭେଟିଭ୍ ପାର୍ଟିରୁ କିଏ ବସିବେ ବ୍ରଟିଶ୍ ପ୍ରଧାନମନ୍ତ୍ରୀ ପଦରେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଲାଣି । ଏକାଧିକ ନେତାଙ୍କ ନାଁ ଚର୍ଚ୍ଚାକୁ ଆସୁଛି । ଏମାନଙ୍କ ମଧ୍ୟରେ ରଷି ସନକ ପିଏମ ଦୌଡରେ ସବୁଠୁ ଆଗରେ ଅଛନ୍ତି । ସନକ ଇନଫୋସିସ୍ର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀଙ୍କ ଜ୍ବାଇଁ । ରଷିଙ୍କ ବ୍ୟତିତ ପ୍ରଧାନମନ୍ତ୍ରୀ ଦୌଡରେ ପେନି ମୋରଡଣ୍ଟ, ବେନ୍ ୱାଲିସ୍, ସାଜିଦ୍ ଜାଭେଦ୍, ଲିଜ୍ ଟୁସ୍, ଏବଂ ଡୋମିନିକ୍ ପରାଜ୍ ଅଛନ୍ତି ।

    ରଷି ସନକଙ୍କ ବାପା ମା ଭାରତୀୟ । ସେମାନେ ୬୦ ଦଶକରେ ବ୍ରିଟେନର ନାଗରିକତ୍ବ ଗ୍ରହଣ କରିଥିଲେ । ୧୯୮୦ ମେ ୧୨ରେ  ଜନ୍ମଗ୍ରହଣ କରିଥିଲେ ଋଷି। ବାପା ଡାକ୍ତର ଥିବା ବେଲେ ମା ଔଷଧ ଦୋକାନ ଚଳାଉଥିଲେ । ତିନି ଭାଇ ଭଉଣୀଙ୍କ ମଧ୍ୟରେ ରଷି ବଡ । ବୋରିସ ଜନସନଙ୍କ ସରକାରରେ ରଷିଙ୍କ ଲୋକପ୍ରିୟତା ବହୁତ ବଢିଥିଲା । କରୋନ ମହାମାରୀ ସମୟରେ ବ୍ରିଟେନକୁ ଆର୍ଥିକ ଦୁରାବସ୍ଥାରୁ ଉଦ୍ଧାର କରିବାକୁ ସେ ପୁରା ଦମ୍ ଲଗାଇଥିଲେ । ଏହି କାରଣରୁ ସେ ସବୁ ବର୍ଗର ଲୋକଙ୍କ ପ୍ରିୟ ହୋଇପାରିଥିଲେ । ମହାମାରୀରେ ମେରୁଦଣ୍ଡ ଭାଙ୍ଗିଯାଇଥିବା ପର୍ଯ୍ୟଟନ ଶିଳ୍ପକୁ ୧୦ ହଜାର କୋଟିର ପ୍ୟାକେଜ ଦେଇଥିଲେ । ଏହା ତାଙ୍କର ଲୋକପ୍ରିୟତାକୁ ବହୁତ ବଢାଇ ଦେଇଥିଲା ।

    ନିକଟ ଅତୀତରେ ରଷି ଭାରତକୁ ନେଇ ବହୁତ ବଡ କଥା କହିଥିଲେ  । ତାଙ୍କ ମତରେ ଭାରତରେ ବହୁତ ସୁଯୋଗ ରହିଛି । ଏହା ସହ ଭାରତକୁ ଦୁର୍ବଳ ନ ଭାବିବାକୁ ଚେତାଇ ଦେଇଥିଲେ । କହିଥିଲେ କି,  ଭରତ ଦୃଷ୍ଟିରେ ଆମକୁ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବାକୁ ପଡିବ । ଏଥିପାଇଁ ଭାରତ ସହ ସମ୍ପର୍କରେ ସୁଧାର ଆଣିବା ଦରକାର। ତା ସହିତ କାମ କରିବାର ଆବ୍ୟଶକତା ରହିଥିବା ସେ କୁହନ୍ତି । ଦୁଇ ଦେଶ ମଧ୍ୟରେ ବ୍ୟବସାୟ ସହଭାଗିତାର ଆବଶ୍ୟକତା ରହିଛି । ବ୍ରିଟେନ ଆସୁଥିବା ଭାରତୀୟଙ୍କ ପାଇଁ ଚାକିରି କେମିତି ସହଜ ହେବ ତା ଉପରେ ଆମକୁ ଋଷି ସର୍ବଦା ଫୋକସ କରିଥାନ୍ତି ।

     ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Back to top button