ବିଅର ପିଅନ୍ତୁ ପୁରସ୍କାର ଜିତନ୍ତୁ…କମ୍ପାନୀର ଲୋଭନୀୟ ଅଫର

Spread the love

ଅଫର ଲୋଭରେ ବିଅର ବିକ୍ରି ହେଲା ଆକାଶ ଛୁଆଁ । ଗ୍ରାହକ ଙ୍କ ଲୋଭ କମ୍ପାନୀ ପାଇଁ ଲାଭ । ବର୍ଷକର ବିଅର ମାସକରେ ବିକ୍ରି ହେଲା । ତେବେ ସତରେ ଲୋଭ ପାଇଁ ଲାଭ ନା କମ୍ପାନୀର ଆଉ କିଛି ସିଲି ମିସଟେକ୍ ପାଇଁ ଏଭଳି ହୋଇଗଲା। ପ୍ରସିଦ୍ଧ ବିଅର କମ୍ପାନୀ ଦି ହେନିକେନର ବିଅର ବ୍ରାଣ୍ଡ୍‌ ଟ୍ରେସ କ୍ରୁସ ପେରୁ ରେ ଗତ ବର୍ଷ ଲଞ୍ଚ କରିଥିଲା। ଲଞ୍ଚ ପୁର୍ବରୁ କମ୍ପାନୀ ୩ ଲକ୍ଷ ରୁ ଉର୍ଧ ବିଅର କେନ ରିଟେଲର କୁ ଦେଇଥିଲା । କିନ୍ତୁ ଏହି କେନ ରେ ପ୍ୟାକେଜିଙ୍ଗ ରେ କମ୍ପାନୀର ସ୍ଲୋଗାନ ଡିସଫ୍ରୁଟ୍ ( DISFRUTE) ଲେଖାହୋଇଥିଲା ।

ଡିସଫ୍ରୁଟ ହେଉଛି ଏକ ସ୍ପେନିଶ୍ ଶଦ୍ଦ । ଏହାର ଅର୍ଥ ହେଉଛି ଆନନ୍ଦ ବା ଉପଭୋଗ । ରିଟେଲର କୁ ବିୟର ପହଞ୍ଚାଇବା ପରେ ଜଣାପଡିଲା କି ଡିସଫ୍ରୁଟ ରୁ ପ୍ରିଣ୍ଟିଙ୍ଗ ଜିନିତ ତ୍ରୁଟି କାରଣରୁ S ଉଡିଯାଇଛି । କମ୍ପାନୀ ତ୍ରୁଟି ସୁଧାରିବା ପରିବର୍ତ୍ତେ ଆପଣେଇଲା ବ୍ୟବସାୟୀ ର ନୁଆ ଫଣ୍ଡା । ଭୁଲ ସୁଧାରିବା ପାଇଁ ଲକି ଡ୍ର ଗେମ୍‌ ରେ ବଦଳିଳା ନିଷ୍ପତ୍ତି । କରୋନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଅପଦା ମେ ଅପସର । ଏହାର ଅର୍ଥ ହେଉଛି ଅସୁବିଧା ଆମକୁ କିଛି ଶିକ୍ଷା ଦିଏ। ଅସୁବିଧା ବାଟ କଢାଏ । ଏହି ନିଷ୍ପତ୍ତି ପରୀକ୍ଷା ମୁଳକ ଭାବରେ ହେନିକେନ କମ୍ପାନୀ କରିଥିଲା । ହେନିକେନ ର ଏହି ନିଷ୍ପତ୍ତି ସୋନେ ପେ ସୁହାଗା ଭଳି କାମ ଦେଲା କମ୍ପାନୀ ପାଇଁ ।

କମ୍ପାନୀ ଘୋଷଣା କଲା S ନଥିବା ବିୟର କେନ ଫଟୋ ଉଠାଇ କମ୍ପାନୀ ୱେବସାଇଟ ରେ ଏପ୍ରିଲ ୧ ରୁ ଏପ୍ରିଲ ୨୦ ମଧ୍ୟ୍ୟରେ ଅପଲୋଡ କଲେ ଲକି ଡ୍ର ବିଜେତା ଙ୍କୁ S ଶବ୍ଦ ରୁ ଆରମ୍ଭ ହୋଇଥିବା ଉପହାର ଦିଆଯିବ । ଷ୍ପିକର, ସ୍ମାର୍ଟ ୱାଚ୍ , ସ୍କୁଟର ଓ ଟ୍ରେସ କ୍ରୁସ ର ସିକ୍ସ ପେଗ୍‌ ଆଦି ସାମିଲ । ଉପହାର ପାଇବା ଲୋଭରେ ପଡି ପେରୁ ବାସୀ ବିଅର ପିଇଲେ । ଉପହାର ଲୋଭ ଏତେ ଘାରିଲା ଯେ ଲୋକ ମାନେ ବୋଧ ହୁଏ ପାଣି ପିଇବା ଛାଡି ବିଅର ପିଇଲେ । ଏପ୍ରିଲ ୧, ୨୦୨୧ ରୁ ଏପ୍ରିଲ ୩୦ , ୨୦୨୧ ମଧ୍ୟ୍ୟରେ ୧ କୋଟି ଲିଟର ବିଅର ବିକ୍ରି ହୋଇଗଲା। ଗରମ ଦିନେ ସାଧାରଣତଃ ବିଅର ବିକ୍ରି ବୃଦ୍ଧି ପାଇବା କଥା ସମସ୍ତେ ଜାଣିଛନ୍ତି ।

କିନ୍ତୁ ପେରୁ ରେ ଗରମ ହେଉଥିଲା କି ନାହିଁ ଆମେ କହିପାରିବୁ ନାହିଁ । ଅଫର ଏତେ ଲୋଭନୀୟ ଥିଲା ବର୍ଷରେ ଯେତିକି ବିଅର ପେରୁ ରେ ବିକ୍ରି ହୁଏ ଗୋଟିଏ ମାସରେ ବିକ୍ରି ହେଲା । କମ୍ପାନୀ ର ପ୍ରିଣ୍ଟିଙ୍ଗ ଜନିତ ତ୍ରୁଟି କମ୍ପାନୀ କୁ ମାଲେମାଲ୍ କରିଦେଲା ମାସକରେ । ପେରୁ ଭଳି ଅନ୍ୟ ଦେଶ ମାନେ ଏଭଳି କିଛି ଲୋଭନୀୟ ଅଫର ଦେଲେ ବିୟର ବିକ୍ରି ବୃଦ୍ଧି ପାଇବ ବୋଲି କୁହାଯାଉଛି।

  • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *