ଜିରୋ ନାଇଟ୍ ପାଇଁ ଟୁଇନ୍ ସିଟିରେ ବ୍ୟାପକ ବ୍ୟବସ୍ଥା

ନୂଆ ବର୍ଷରେ ନୂଆ ଆଭିମୁଖ୍ୟ । ଅପରାଧ ଏବଂ ଅପରାଧିଙ୍କ କ୍ଷେତ୍ରରେ ଜିରୋ ଟଲେରାନ୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କମିଶନରେଟ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଟୁଇନ୍ ସିଟି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଆମେମାନେ କାର୍ଯ୍ୟ କରୁଛୁ । ଯେଉଁ ପ୍ରକାର ସମସ୍ୟା ଆସିବ ଆମେ ସମାଧାନ କରିବାକୁ ଚେଷ୍ଟା କରିବୁ । ଜୀବନରେ କେତେ ଫିଜିକ୍ସ୍ ଓ କେତେ କେମେଷ୍ଟ୍ରୀ ଅଛି ତା’କୁ ଆମେ ପାଠ୍ୟକ୍ରମରେ ପଢ଼ିଥାଉ କିନ୍ତୁ ଯିଏ ଅପରାଧ ଘଟାଇବ ତା’ ପାଇଁ କଡ଼ାକଡ଼ି ଆକ୍ସନ ନେବ ପୋଲିସ । ସେହିଭଳି ଜିରୋ ନାଇଟ୍ ପାଇଁ ଟୁଇନ୍ ସିଟିରେ ପୋଲିସ ତରଫରୁ ବ୍ୟବସ୍ଥା କରାଯାଇଛି । ଚେକିଂ ଜୋରଦାର ହେବା ସାଙ୍ଗକୁ ଯିଏ ନିୟମ ଭଙ୍ଗ କରିବ ତା’ ପାଇଁ କଠୋର ହେବ ପୋଲିସ ବୋଲି କହିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *