ବିଷମକଟକରେ ଝାଡାବାନ୍ତି ଆତଙ୍କ : ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ

Spread the love

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଗୟେଲକଣା ଗାଁରେ ଝାଡାବାନ୍ତି ଆତଙ୍କ। ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁଯାଇ ଗୟେଲକଣା ଗାଁରେ ଗତ ତିନିଦିନ ମଧ୍ୟରେ ୮ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୋପାଳ କଣ୍ଡାମାକାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବର୍ତମାନ ସୁଦ୍ଧା ୫ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା ବେଳେ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ କେଉଁ କାରଣରୁ ଝାଡାବାନ୍ତି ବ୍ୟାପିଛି ତାହା ଜଣାପଡିନାଥବା ବେଳେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସେପଟେ ଝାଡ଼ାବାନ୍ତି ବ୍ୟପିଥିବା ଜାଣିବା ପରେ ବିଷମ କଟକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ୨ଟି ଟିମ୍ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଗୋଟିଏ ମେଡିକାଲ ଟିମ୍‌ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି। ଏହି ମେଡିକାଲ ଟିମ ଘରକୁ ଘର ବୁଲି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଗ୍ରାମବାସୀ ବ୍ୟବହାର କରୁଥିବା ପାଣିର ନମୁନା ସଂଗ୍ରହ କରିଛି। ଗୋପାଳ କଣ୍ଡାମାକା ମୃତ୍ୟୁ ଝାଡାବାନ୍ତି ପାଇଁ ଘଟିଛି ନା ଅନ୍ୟ କୌଣସି କାରଣରୁ ଘଟିଛି ସେନେଇ ମେଡିକାଲ ଟିମ ଛାନଭିନ୍ କରୁଛନ୍ତି।  

Leave a Reply

Your email address will not be published. Required fields are marked *