ଆଜି ପବିତ୍ର ଶୀତଳଷଷ୍ଠୀ ଯାତ୍ରା: ଉତ୍ସବମୁଖର ଶିବ ମନ୍ଦିର

Spread the love

ଆଜି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର ସହର। ମାଆ ପାର୍ବତୀଙ୍କ ହାତ ଧରିବେ ଦେବଦେବ ମହାଦେବ। ଆଜି ରାତିରେ ବିଭିନ୍ନ ଶିବାଳୟରୁ ଦେବଦେବ ମହାଦେବ ବରବେଶରେ ସଜ୍ଜିତ ହୋଇ ସୁସଜ୍ଜିତ ବିମାନରେ ଉପବେସନ ପୂର୍ବକ ବାହାରିବେ ବିବାହ ଶୋଭାଯାତ୍ରାରେ। ବାଜାବାଣ ରୋଷଣୀ ଶୋଭାଯାତ୍ରାରେ କନ୍ୟା ଘର ଅଭିମୁଖେ ଅଗ୍ରସର ହେବେ। ସେଠାରେ ପହଞ୍ଚିବା ପରେ ପାରମ୍ପରିକ ବୈଦିକ ରିତୀନିତୀରେ ଦେବ ବିବାହ ସମ୍ପନ୍ନ ହେବ।

ସେପଟେ ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ଜୟପାଟଣା ବାବା ମୌଲେଶ୍ଵର ଶିବ ମନ୍ଦିର।  ମୌଲେଶ୍ଵର ଶିବ ମନ୍ଦିରରେ ଧୁମଧାମରେ ପାଳିତ ହେଉଛି ଶୀତଳଷଷ୍ଠୀ। ରୀତିନୀତି ଅନୁଯାୟୀ ଶିବ ପାର୍ବତୀ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଗତ ଶନିବାର ଠାରୁ ଶିବମନ୍ଦିର ପରିସରରେ ଏହି ଦିବ୍ୟ କାର୍ଯ୍ୟକ୍ରମ ହେଉଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେବା ସହ ସାରା ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ସୋମବାର ରୀତିନୀତି ଅନୁସାରେ ବିବାହଉତ୍ସବ ଅନୁଷ୍ଠିତ ହେବ। ମଙ୍ଗଳବାର ବାବା ମୌଲେଶ୍ଵର ମନ୍ଦିରରେ ଯୁଗଳମୂର୍ତ୍ତି ଦର୍ଶନ ସହ ବୁଧବାର ବିଗ୍ରହଭିଷେକ ଓ ପିର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *