ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଗାଡି ଉପରକୁ ଆକ୍ରମଣ

Spread the love

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଗାଡି ଉପରକୁ ଆକ୍ରମଣ। ସୁରକ୍ଷା ବଳ ଭିତରେ ଯାଉଥିବା ଏନ ବିରେନ ସିଂ କାଙ୍ଗପୋକପି ଜିଲ୍ଲାକୁ ଯାଉଥିବା ବେଳେ ତାଙ୍କ ଗାଡି ଉପରକୁ ଉଗ୍ରବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ଯବାନ ଆହାତ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ମଣିପୁରର ହିଂସା ପ୍ରଭାବିତ ଜେରିବାମ ଜିଲ୍ଲାକୁ ଯାଉଥିଲେ । ହେଲେ ହଠାତ ରାସ୍ତାରେ ତାଙ୍କ ଗାଡି ଉପରକୁ ଉଗ୍ରବାଦୀମାନେ ଗୁଳି ଚାଳନା କରିଥିଲେ । ଏହାକୁ ଦେଖି ସୁରକ୍ଷା କର୍ମୀମାନେ ପାଲଟା ଜବାବ ଦେଇଥିଲେ । ଏହା ପୂର୍ବରୁ ସେହି ଜିଲ୍ଲାର ବନ ବିଭାଗ କାର୍ଯ୍ୟାଳୟ ଓ ୫୦ ରୁ ଅଧିକ ଘର ପୋଡି ଦେଇଥିଲେ ।

Leave a Reply

Your email address will not be published. Required fields are marked *