ରାଜ୍ୟରେ ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ

Spread the love

ଭୁବନେଶ୍ୱର : ରାଜ୍ୟରେ ୧୭୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ୯୩ ରୋଗୀ ଖୋର୍ଦ୍ଧା ଜିଲ୍ଲା ରୁ ଚି଼ହ୍ନଟ ହୋଇଛନ୍ତି । ଜନ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ରାଜ୍ୟରେ ଜୁନ ୩୦ ତାରିଖ ସୁଦ୍ଧା ୧୦ ହଜାର ୭୦୦ ଟେଷ୍ଟ ହୋଇଛି । ଗତ ବର୍ଷ ତୁଳନାରେ ଦୁଇ ଗୁଣ ଟେଷ୍ଟିଂ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

ଭୁବନେଶ୍ୱର ରେ ୪ଟି ସାଇଟ ରେ ଟେଷ୍ଟିଙ୍ଗ କରାଯାଉଛି । ବେଡ଼, ଔଷଧ ସହ ପ୍ଲାଟିଲେଟ ସଂରକ୍ଷିତ ରଖିବା ପାଇଁ ସବୁ ମେଡିକାଲକୁ ଚିଠି କରାଯାଇଛି । ୯୮ ପ୍ରତିଶତ ଲୋକ ଶୀଘ୍ର ସୁସ୍ଥ ହୋଇଯାଉଛନ୍ତି । ସତର୍କମୂଳକ ପଦକ୍ଷେପ ପାଇଁ ସବୁ ଜିଲ୍ଲାକୁ ଏସଓପି ଜାରି କରାଯାଇଛି । କୁଡୁଆ ଡଷ୍ଟ ବିନ, କୁଲରକୁ ନିୟମିତ ସଫା କରିବାକୁ ଓ ସଂଧ୍ୟାରେ ଘରେ ମଶା ନିବାରଣର ବ୍ୟବସ୍ଥା କରନ୍ତୁ ।

Leave a Reply

Your email address will not be published. Required fields are marked *