ଶୋଭା କେୟାର ହସ୍ପିଟାଲରେ ରକ୍ତଦାନ ଶିବିର : ଉଦଘାଟନ କଲେ ଜିଲ୍ଲାପାଳ ଓ ଏସପି

ସୁବର୍ଣ୍ଣପୁର : ଗତକାଲି ସୋନପୁର ଶୋଭା କେୟାର ହସ୍ପିଟାଲ ଓ ମହାନଦୀ ଧାରା ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଶୋଭା କେୟାର ହସ୍ପିଟାଲରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସପି ଅମରେଶ ପଣ୍ଡା ଓ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗଦେଇ ଆୟୋଜକ ଓ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏବଂ ଆଗାମୀ ଦିନରେ ଅଧିକ ନୂତନ ରକ୍ତଦାତାଙ୍କୁ ପ୍ରୋତ୍ସାହିତ କରିବାକୁ ଓ ଏ ଅନୁଷ୍ଠାନରେ ରୋଗୀଙ୍କୁ ଉତମ ବ୍ୟବହାର ସହିତ ଉତମ ଚିକିତ୍ସା ସୁବିଧା ଦେବାକୁ ପରାମର୍ଶ କରିଥିଲେ ।

ଶୋଭା କେୟାରର ନୂତନ ପରିଚାଳକ ଡା. ଆକାଶ ଆଗ୍ରୱାଲ, ସୁବାଷ ଚରଣ ପଣ୍ଡା ଓ ସଞ୍ଜୟ ବଡ଼ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶିବିର ପରିଚାଳନା କରାଯାଇଥିଲା । ଶିବିରରେ ସହରର ଅନେକ ସ୍ୱେଛାସେବୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *