ବ୍ୟାପୁଛି ଆଖିଧରା ରୋଗ

ଗଞ୍ଜାମ : ଏବେ ମାଡି ଚାଲିଛି ଆଖିଧରା ରୋଗ । ଜଣକ ଠାରୁ ଅନ୍ୟ ଜଣକୁ ସଂକ୍ରମିତ ହେବାରେ ଲାଗିଛି ଏହି ରୋଗ । ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଆଖିଧରା ରୋଗକୁ ନେଇ ସମସ୍ତେ ଚିନ୍ତିତ ହୋଇପଡିଛନ୍ତି । ବ୍ରହ୍ମପୁର ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଚକ୍ଷୁ ଚିକିତ୍ସାଳୟରେ ଆଖିଧରା ରୋଗୀଙ୍କ ଭିଡ଼ ଦେଖିବାକୁ ମିଳିଛି । ଏହି ରୋଗ ଭୂତାଣୁଜନିତ । ବିଶେଷ କରି ସ୍କୁଲ ପିଲାଙ୍କ କ୍ଷେତ୍ରରେ ଆଖିଧରା ରୋଗ ବଢିବାରେ ଲାଗିଛି । ସହର ଠାରୁ ଆରମ୍ଭ କରି ମଫସଲ ଅଂଚଳରେ ସ୍କୁଲରେ ପିଲାଙ୍କୁ ଆଖିଧରା ରୋଗ ଦେଖାଦେଇଥିବା ଯୋଗୁଁ ଅଭିଭାବକ ମାନେ ଚିନ୍ତାରେ ପଡିଛନ୍ତି । ଏହା ଏକ ସଂକ୍ରମଣ ରୋଗ ମୁଖ୍ୟତଃ ସ୍ପର୍ଶ ମାଧ୍ୟମରେ ବ୍ୟାପୀଥାଏ । ତେଣୁ ଆଖି ଧରିଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ସହ ସେମାନେ ବ୍ୟବହାର କରୁଥିବା ସାମଗ୍ରୀକୁ ବ୍ୟବହାର ନକରିବାକୁ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *