କଫି ପିଇବା ପୂର୍ବରୁ କଣ ଖାଇବା ଉଚିତ ନୁହେଁ

Spread the love

ବର୍ଷା, ଖରା ଏବଂ ଶୀତ ଦିନରେ ଚା,କଫି ପିଇବାକୁ କିଏ ବା ନ ଭଲପାଏ। ଆଉ କିଛି ଲୋକେ କଫି ବହୁଳ ମାତ୍ରାରେ ପିଇଥାନ୍ତି। ସେମାନଙ୍କର ନିତିଦିନ ଜୀବନରେ ଏହା ସାମିଲ ହୋଇଯାଏ। କେହି କେହି ଦିନକୁ ୪,୫ ଥର କଫି ପିଇଥାନ୍ତି। ତେବେ କଫି ପିଇବା ପରେ ଏବଂ ପୂର୍ବରୁ କଣ ଖାଇବା ଉଚିତ ଆସନ୍ତୁ ଜାଣିବା। ତେବେ କଫି ପିଇବା ପୂର୍ବରୁ ତେଲରେ ଛଣାଛଣି ଖାଦ୍ୟ ଖାଇବା ଉଚିତ ନୁହେଁ। ନହେଲେ ଶରୀରରେ ଗ୍ୟାସ ସମସ୍ୟା ଦେଖାଦେବ ବୋଲି ବିଶେଷଜ୍ଞ କହିଛନ୍ତି। ଏହାସହ କ୍ୟାଲସିୟମ କଫି ପିଇବା ପୂର୍ବରୁ କ୍ୟାଲସିୟମ ଯୁକ୍ତ ଜିନିଷଠାରୁ ରହିବା ଦରକାର। ନହେଲେ କଫିରେ ଥିବା କାଫିନ ଦ୍ୱାରା କ୍ୟଲସିୟମ ଶୋଷିତ ହୋଇନଥାଏ। ସେହିପରି ଜିଙ୍କ ଯୁକ୍ତ ଜିନିଷ ମଧ୍ୟ ଖାଇବା ଉଚିତ ନୁହେଁ। କଫି ପିଇବା ପୂର୍ବରୁ ଆଇରନ ଯୁକ୍ତ ଖାଦ୍ୟ ଖାଇଲେ ଶରୀରରେ ସ୍ୱାସ୍ଥ୍ୟ ବିଗିଡିବାର ସମ୍ଭାବନା ଥାଏ।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *