ଆଣ୍ଟାର୍କଟିକାରେ ରକ୍ତ ଜଳପ୍ରପାତ ପ୍ରବାହିତ

ଆଣ୍ଟାର୍କଟିକା: ଆଣ୍ଟାର୍କଟିକାର ଏକ ଗ୍ଲାସିୟରରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଆଣ୍ଟାର୍କଟିକାରେ ଥିବା ଏକ ଗ୍ଲାସିୟରରୁ ରକ୍ତ ଜଳପ୍ରପାତ ପ୍ରବାହିତ ହେଉଛି। ଏହି ଗ୍ଲାସିୟର ନାଁ ହେଉଛି ଟେଲର ଗ୍ଲାସିୟର। ଏହା ପୂର୍ବ-ଆଣ୍ଟାର୍କଟିକାର ଭିକ୍ଟୋରିଆ ଲ୍ୟାଣ୍ଡରେ ଅବସ୍ଥିତ। ଏହି ଗ୍ଲାସିୟରର ଦୃଶ୍ୟ ସମସ୍ତ ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା କିପରି ସମ୍ଭବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଏହି ରକ୍ତ ଝରଣା ଅନେକ ଦଶନ୍ଧି ଧରି ପ୍ରବାହିତ ହେଉଛି। ବର୍ତ୍ତମାନ ପ୍ରବାହିତ ହେଉଥିବା ଏହି ରକ୍ତ ଝରଣାର କାରଣ ଜଣାପଡିଛି।  

ଟେଲର ଗ୍ଲାସିୟର୍ ତଳେ ଏକ ପୁରାତନ ପ୍ରାଚୀନ ସ୍ଥାନ ରହିଛି। ଏମିତି କୁହାଯାଉଛି ଯେ, ସେଠାରେ ଜୀବନ ବିଦ୍ୟମାନ ଅଛନ୍ତି। ଯେମିତି କି ପୃଥିବୀରେ ଏଲିୟନ୍ ମାନେ ବାସ କରୁଥିବା କୁହାଯାଉଛି। ସେହିପରି ଗ୍ଲାସିୟର ତଳେ ଜୀବନ ଯାପନ କରୁଥିବା ଅନୁମାନ କରାଯାଉଛି। ସେଠାକର ବୈଜ୍ଞାନିକମାନେ ରକ୍ତ ଝରଣା ନିକଟକୁ ଯାଇ ଅନୁସନ୍ଧାନ କରିଛନ୍ତି। ଏହାସହ ଗ୍ଲାସିୟରର ସାମ୍ପୁଲ ଟେଷ୍ଟ କରି କହିଥିଲେ ଯେ, ରକ୍ତ ଝରଣା ପାଣିରେ ଲୁଣିଆ ଅଂଶ ରହିଛି। ଯେମିତିକି ରକ୍ତ ସ୍ୱାଦ ଲୁଣିଥାଏ ସେହିପରି ରକ୍ତ ଝରଣାର ସ୍ୱାଦ ଲୁଣିଆ ଲାଗୁଛି। ତେବେ ଏହି ସ୍ଥାନ କୌଣସି ନର୍କଠାରୁ କମ୍ ନୁହେଁ ବୋଲି ବୈଜ୍ଞାନିକ ସୂଚନା ଦେଇଛନ୍ତି। ଏହାସହ ଏଠାକୁ ଯିବା ଅର୍ଥ ଜୀବନକୁ ବିପଦରେ ପକାଇବା।

ଆଣ୍ଟାର୍କଟିକାର ଏହି ରକ୍ତ ଝରଣାର ନିଖୋଜ ପ୍ରଥମେ ବ୍ରିଟିଶର ଅନୁସନ୍ଧାନକାରୀ ଥୋମସ ଗ୍ରିଫିଥ୍‌ ଟାୟ୍ଲୋର ୧୯୧୧ ମସିହାରେ କରିଥିଲେ। ଏହି ସ୍ଥାନରେ ପ୍ରଥମେ ୟୁରୋପିୟର ବୈଜ୍ଞାନିକ ପହଞ୍ଚିଥିଲେ। ତେବେ ଆରମ୍ଭରୁ ଥୋମସ ଏବଂ ତାଙ୍କ ସାଥୀମାନଙ୍କୁ ଲାଗିଥିଲା କି, ଏହା ହେଉଚି ଲାଲ ରଙ୍ଗର ଶୀଳା। କିନ୍ତୁ ଏହା ଶୀଳା ନଥିଲା। ଏହାପରେ ଏହାର ମାନ୍ୟତା ରଦ୍ଦ କରାଯାଇଥିଲା। ୧୯୬୦ରେ ଜଣାପଡିଥିଲା ଯେ, ଏହା ହେଉଛି ଗ୍ଲାସିୟର ତଳେ ଆଇରନ୍ ଲୁଣ ରହିଛି। ଯାହାକୁ ଫେରିକ୍ ହାଇଡ୍ରକ୍ସାଇଡ୍ କୁହାଯାଏ। ଯେମିତିକି ଟୁଥପେଷ୍ଟ ଭିତରୁ ପେଷ୍ଟ ବାହାରି ଯାହା ସେହିପରି ଏହା ବରଫର ଘନ ସ୍ତରରୁ ବାହାରୁଛି।

୨୦୦୯ ମସିହାରେ ଏହା ଉପରେ ଅଧ୍ୟୟନ କରାଯାଇଥିଲା ଯେ, ଗ୍ଲେସିୟର ତଳେ ସୂକ୍ଷ୍ମଜୀବମାନେ ରହୁଛନ୍ତି। ଯେଉଁଥିପାଇଁ ଏଠାରୁ ରକ୍ତ ଝରଣା ପ୍ରବାହିତ ହେଉଛି। ଏହି ସୂକ୍ଷ୍ମଜୀବ ଗୁଡିକ ଗ୍ଲାସିୟର ତଳେ ୧୫ରୁ ୪୦ବର୍ଷ ହେବ ରହିଆସୁଛନ୍ତି। ଏହା ଏକ ବୃହତ ଇକୋସିଷ୍ଟମର ଏକ ଛୋଟ ଅଂଶ ଅଟେ। ମଣିଷମାନେ ଏହାର ଏକ ଛୋଟ ଅଂଶ ଖୋଜି ପାଇଥିଲେ। ଏହା ଏତେ ବଡ ଯେ, ଗୋଟିଏ ପ୍ରନ୍ତରୁ ଅନ୍ୟ ପ୍ରାନ୍ତକୁ ଖୋଜିବା ପାଇଁ ଦଶନ୍ଧି ସମୟ ଲାଗିଯିବ। କାରଣ ଏହି ଅଞ୍ଚଳକରେ ଯାତାୟତ କରିବାର ଏବଂ ରହିବା ଅତ୍ୟନ୍ତ କଷ୍ଟକର।

ଯେତେବେଳେ ରକ୍ତ ଝରଣାର ପରୀକ୍ଷା କରାଗଲା ସେତେବେଳେ ଜଣାପଡିଥିଲା ଯେ, ଏଥିରେ ବିରଳ ସବଗ୍ଲାସିୟର ଇକୋସିଷ୍ଟମରୁ ଜୀବାଣୁ ରହିଛନ୍ତି। ଯାହା ବିଷୟରେ କେହି ଜାଣନ୍ତି ନାହିଁ। ଏହି ଜୀବାଣି ଗୁଡିକ ଅମ୍ଳଜାନ ନଥିବା ସ୍ଥାନରେ ଜୀବିତ ରହିଥାନ୍ତି। ଅର୍ଥାତ୍, ଜୀବାଣୁ ଏହି ସ୍ଥାନରେ ଫଟୋସନ୍ଥେସିସ୍ ବିନା ଜୀବନ ବିତାଉଛନ୍ତି। ଏହି ସ୍ଥାନର ତାପମାତ୍ରା ଦିନରେ ମାଇନସ୍ ୭ ଡିଗ୍ରି ସେଲସିୟସ୍ ରହିଥାଏ। ଯେଉଁଥିପାଇଁ ରକ୍ତର ଝରଣା ଅତ୍ୟଧିକ ଥଣ୍ଡା ହୋଇଥାଏ। ଅଧିକ ଲୁଣ ରହିଥିବା ଯୋଗୁଁ ଏହା ପ୍ରବାହିତ ହୋଇଥାଏ। ନଚେତ୍ ଏହା ତୁରନ୍ତ ଫ୍ରିଜ ହୋଇ ଯାଇଥାଏ। ତେବେ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ବୁଝିପାରି ନାହାନ୍ତି ଯେ, ଝରଣା ଭିତରେ କିଏ ଚାପ ଦେଉଛି। ଯେଉଁଥି ପାଇଁ ଏହି ଗ୍ଲାସିୟର ବାହାରୁଛି। ଏହା ପଛରେ ଭୌଗଳିକ ଶକ୍ତି ଅଛି କି ନାହିଁ ତାହା ଜଣା ପଡିନାହିଁ। ତେବ ରକ୍ତ ଝରଣାର ସ୍ରୋତ ଗ୍ଲାସିୟରର ତଳୋ ଲକ୍ଷାଧିକ ବର୍ଷ ହେଲାଣି ପୋତି ହୋଇ ରହିଛି। ଯଦି ଏଠାରେ ଅଧ୍ୟୟନ କରିବାର ସୁଯୋଗ ଆଉ ମିଳିବ ତେବେ ଏହା ଜଣାପଡିଯିବ ଯେ ପୃଥିବୀରେ ଜୀବନର ସୃଷ୍ଟି କିପରି ହୋଇଛି। ଏବଂ ଏହାର ସମ୍ୱନ୍ଧ ମଙ୍ଗଳ, ବୃହସ୍ପତି ଏବଂ ଚନ୍ଦ୍ର ୟୁରୋପା ସହ ଜଡିତ ଅଛି କି ନାହିଁ।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *