ଉଦ୍‌ଘାଟନର ୬ ଦିନରେ ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଭାରତର ସବୁଠାରୁ ଆଧୁନିକ ଓ ବିଭିନ୍ନ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହାଇସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ୍ ଗୁରୁବାର ସକାଳ ୧୧.୧୮ରେ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ଟ୍ରେନର ଆଗ ଅଂଶ ଭାଙ୍ଗି ଯାଇଛି। ଟ୍ରେନ ମୁମ୍ବାଇରୁ ଅହମଦାବାଦ ଆସୁଥିବା ବେଳେ ବଟବା ଓ ମଣିନଗର ଷ୍ଟେସନ ମଧ୍ୟରେ ପଶୁମାନଙ୍କ ଏକ ଦଳ ମାଡିଆସିବାରୁ ଟ୍ରେନ ଧକ୍କା ହୋଇଥିଲା। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।

ଏସମ୍ପର୍କରେ ଅହମଦାବାଦ ରେଳବାଇ ପିଆରଓ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣା ପରେ ଟ୍ରେନକୁ ୨୦ ମିନିଟ ଅଟକିବାକୁ ହୋଇଥିଲା। ଏହି ଏକ୍ସପ୍ରେସ ଟ୍ରେନ ଗତ ୩୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଯାତ୍ରା ଆରମ୍ଭ କରିଥିଲା। ଟ୍ରେନର ଘଣ୍ଟା ପ୍ରତି ବେଗ ୧୨୦ରୁ ୨୦୦ କିଲୋମିଟର ରହିଛି।

ତେବେ ଏହା ଦେଶର ତୃତୀୟ ବନ୍ଦେ ଭାରତ ଟ୍ରେନ। ଏହା ପୂର୍ବରୁ ନୂଆ ଦିଲ୍ଲୀରୁ ବାରାଣସୀ ଓ ନୂଆ ଦିଲ୍ଲୀରୁ ମାତା ବୈଷ୍ଣୋଦେବୀ କଟରା ଭିତରେ  ବନ୍ଦେ ଭାରତ ଟ୍ରେନ ଚାଲିଛି। ଦୁର୍ଘଟଣାଗ୍ରସ୍ତ ଟ୍ରେନ ଗାନ୍ଧୀନଗରରୁ ଅହମଦାବାଦ ହୋଇ ମୁମ୍ବାଇ ପର୍ଯ୍ୟନ୍ତ ଯାତ୍ରା କରି ଗାନ୍ଧୀ ନଗର ଫେରିଥାଏ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *