ଅଜେମଙ୍କୁ ଉଚିତ ସୁଯୋଗ ଦିଆଯିବା ଆବଶ୍ୟକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଉଚିତ ସୁଯୋଗ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଖାନଙ୍କ ବିଧାୟକ ପଦ ରଦ୍ଦ କରାଯିବା ବିରୋଧରେ ହୋଇଥିବା ଯାଚିକା ଉପରେ ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରି ଏହା କହିଛନ୍ତି। ସର୍ବୋଚ୍ଚ କୋର୍ଟ ଆଜମ ଖାନଙ୍କ ଅଭିଯୋଗ ଉପରେ ଗୁରୁବାର ଶୁଣାଣି କରିବାକୁ ରାମପୁର ସେସନ କୋର୍ଟଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗକୁ ନିର୍ଦ୍ଦେଶପୂର୍ବକ କହିଛନ୍ତି ରାମପୁର ଉପନିର୍ବାଚନର ଅଧିସୂଚନାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି। ହେଟ ସ୍ପିଚ ମାମଲାରେ ଅକ୍ଟୋବର ୨୭ରେ ରାମପୁର କୋର୍ଟ  ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କ ଜନପ୍ରତିନିଧିତ୍ବ ଅଧିନିୟମ ୧୯୫୧ ଓ ରୈମ୍ପ ଅନ୍ତର୍ଗତ ଅଯୋଗ୍ୟ ଘୋଷିତ କରିଥିଲେ।

ମାମଲାର ଶୁଣାଣି କରି ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ହେମା କୋହଲୀଙ୍କ ଖଣ୍ଡପୀଠ ଉତ୍ତର ପ୍ରଦେଶ ସରକାର ପକ୍ଷରୁ ଲଢୁଥିବା ବରିଷ୍ଠ ଓକିଲ ଗରିମା ପ୍ରସାଦଙ୍କୁ ଖାନଙ୍କ ଯାଚିକା ଉପରେ ନିଜ ରାୟ ଦାଖଲ କରିବାକୁ କହିବା ସହ ତାଙ୍କ ଯାଚିକା  ନିର୍ବାଚନ ଆୟୋଗଙ୍କ ସ୍ଥାୟୀ ଓକିଲଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ପ୍ରସାଦଙ୍କୁ ପ୍ରଶ୍ନ କରିଛନ୍ତି କି, ତାଙ୍କୁ ଅଯୋଗ୍ୟ ସାବ୍ୟସ୍ତ କରିବାର କି ଶୀଘ୍ରତା ଥିଲା? ତାଙ୍କୁ କିଛି ସମୟ ତ ଦେବାର ଥିଲା ବୋଲି କହିଛନ୍ତି।

ଏହାର ଉତ୍ତରରେ ପ୍ରସାଦ କୋର୍ଟଙ୍କୁ ଜଣାଇଛନ୍ତି କି, ଅଯୋଗ୍ୟ ସାବ୍ୟସ୍ତ କରିବା ସର୍ବୋଚ୍ଚ କୋର୍ଟଙ୍କ ସେହି ନିର୍ଦ୍ଦେଶ ଅନୁରୂପ ଯାହାକୁ ସେ ନିଜ ନିଷ୍ପତ୍ତିରେ ଦେଇଥିଲେ। ଖାନଙ୍କ ପକ୍ଷରୁ ବରିଷ୍ଠ ଓକିଲ ପି ଚିଦାମ୍ବରମ କହିଥିଲେ କି, ମୁଜାଫରନଗର ଜିଲ୍ଲାର ଖତୌଲି ବିଧାନସଭାରୁ ବିଜେପି ବିଧାୟକ ବିକ୍ରମ ସୈନୀଙ୍କୁ ମଧ୍ୟ ୧୧ ଅକ୍ଟୋବରକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଓ ଦୁଇ ବର୍ଷ ଦଣ୍ଡବିଧାନ ହୋଇଥିଲା। କିନ୍ତୁ ତାଙ୍କ ଅଯୋଗ୍ୟତାକୁ ନେଇ କୌଣସି ନିଷ୍ପତ୍ତି ହୋଇନଥିଲା।

ଏହା ପୂର୍ବରୁ ୭ ନଭେମ୍ବରକୁ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାର ଓ ଭାରତୀୟ ନିର୍ବାଚନ ଆୟୋଗଙ୍କଠାରୁ ଜବାବ ତଲବ କରିଥିଲେ। ଆଜମ ଖାନ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *