ଓଡିଶାରୁ ଖସିଲାଣି କୋଟିଆ, ଲୋକ ବି ଏବେ ଆନ୍ଧ୍ର ମୁହାଁ। ମାନିବାକୁ ନାରାଜ ବିଧାୟକ।

ଥମୁନି କୋଟିଆ ବିବାଦ । ରାଜ୍ୟ ସରକାରଙ୍କ ଆନ୍ତରିକାତର ଅଭାବକୁ କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ସରକାର ବେଆଇନ ଅନୁପ୍ରବେଶ କରିଥିବା ବେଳେ ଏହି କୋଟିଆ ଗ୍ରାମପୁଞ୍ଜକୁ ନିଜ ରାଜ୍ୟର ନକ୍ସାରେ ମିଶାଇ ଦେଇଛି । ଯାହାକୁ ନେଇ ଏବେ କୋରାପୁଟ ରାଜନୀତି ସରଗରମ ହୋଇଛି ।
ଓଡିଶାରୁ ଖସିଲାଣି କୋଟିଆ। ଆଉ ଲୋକ ବି ଏବେ ଆନ୍ଧ୍ର ମୁହାଁ।

ହେଲେ ଏହାକୁ ମାନିବାକୁ ନାରାଜ ବିଧାୟକ। ଆନ୍ଧ୍ର ତାର ଏହି ନୂଆ ମାନଚିତ୍ରରେ ଓଡ଼ିଶାର ୨୮ ଗାଁକୁ ସ୍ଥାନ ଦେଇଛି। ହେଲେ ଏହାକୁ ହାଲକା ଭାବେ ନେଇଛନ୍ତି ପଟାଙ୍ଗି ବିଧାୟକ । ରାଜ୍ୟ ସରକାର କୋଟିଆର ଉନ୍ନତି ପାଇଁ ପ୍ରୟାସ କରୁଥିବା କଥା ସେ କହିଛନ୍ତି। ତାହାଲେ ଏଠି ପ୍ରଶ୍ନ ଉଠୁଛି ଏଯାଏଁ ଓଡ଼ିଶା ସୀମାନ୍ତରେ ଆସି ଯେଉଁ ଅଧିକାରୀ ମାନେ ହାକିମାତି ଦେଖାଉଛନ୍ତି ତାଙ୍କୁ ବିରୋଧରେ ଆକ୍ସନ ନେଇଛନ୍ତି କି ରାଜ୍ୟ ସରକାର।
କୋଟିଆବାସୀ ମଧ୍ୟ ଏବେ ଆନ୍ଧ୍ର ମୁହାଁ ହେବାରେ ଲାଗିଲେଣି। ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏଠି ଫେଲ ହୋଇଛି କି ବୋଲି ପ୍ରଶ୍ନ ଉଠିବା ମଧ୍ୟ ସ୍ବଭାବିକ । କାରଣ କୋଟିଆ ବିବାଦ ଦୀର୍ଘ ଦିନରୁ ଲାଗି ରହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଥରୁଟିଏ ହେଲେ କୋଟିଆ ଯାଇ ନାହାଁନ୍ତି। ଶୁଣନ୍ତୁ ମୁଖ୍ୟମନ୍ତ୍ରୀଙ୍କ କୋଟିଆ ଗସ୍ତକୁ ନେଇ କଣ କହୁଛନ୍ତି ବିଧାୟକ । ଗୋଟେ ପଟେ ଆନ୍ଧ୍ର ବିଭିନ୍ନ ସମୟରେ କୋଟିଆରେ ନିର୍ବାଚନ କରିବା ସହ ବିଭିନ୍ନ ସହାୟତା ଦେଉଥିଲେ ମଧ୍ୟ ରାଜ୍ୟ ସରକାର ଚୁପ ବସିବା ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଉଛି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *