ବାଲିଯାତ୍ରାରେ ଇତିହାସ ରଚିଲା ସିଏମସି

କଟକ: ବାଲିଯାତ୍ରାରେ ଇତିହାସ ରଚିଲା କଟକ ମହାନଗର ନିଗମ। ନୌ ବାଣିଜ୍ୟ ପରମ୍ପରାକୁ ପାଥେୟ କରି ପ୍ରସ୍ତୁତ ହେଲା 23ହଜାର କାଗଜ ଡଙ୍ଗା । ବିଶ୍ୱରେ ପ୍ରଥମ ଥର ପାଇଁ ଏଭଳି ଏକ ନିଆରା ପ୍ରୟାସ କରି ଗୀନିଜ ବୁକ ଅଫ ୱାଲର୍ଡ ରେକର୍ଡ ର ଅଧିକାରୀ ହୋଇଛି ସିଏମସି । 2121ଜଣ ଛାତ୍ରଛାତ୍ରୀ 35 ମିନିଟରେ କାଗଜ ଡଙ୍ଗା ପ୍ରସ୍ତୁତ କରି ସୃଷ୍ଟି କରିଛନ୍ତି ଏହି ରେକର୍ଡ।

ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡରେ ନିଜର ସ୍ଥାନ ସୃଷ୍ଟିକଲା ସିଏମସି। 35 ମିନିଟରେ 23 ହଜାର କାଗଜ ଡଙ୍ଗା ପ୍ରସ୍ତୁତ କରିଛନ୍ତି 2ହଜାର 121 ଜଣ ଛାତ୍ର ଛାତ୍ରୀ। 35 ମିନିଟ ରେ ଭାଙ୍ଗିଛି ପୂର୍ବ ରେକର୍ଡ। ନୌବାଣିଜ୍ୟ ଇତିହାସ ଓ ଏହାର ସମୃଦ୍ଧ ପରମ୍ପରା କୁ ନେଇ ଆରମ୍ଭ ହୋଇଥିଲା ଐତିହାସିକ ବାଲିଯାତ୍ରା। ପୂର୍ବ କାଳରେ ନୌ ବାଣିଜ୍ୟ ରେ ନୌକା ବା ଡଙ୍ଗା ର ଭୂମିକା ଅନନ୍ୟ। ସେଇ ଡଙ୍ଗା ଏବେ ଉତ୍ତର ପିଢ଼ି ପାଖରେ ପହଞ୍ଚାଇବା ଓ ସେ ସ୍ମୃତିକୁ ଉଜ୍ଜୀବିତ କରିରଖିବା ପାଇଁ ସିଏମସି କରିଥିଲା ଏକ ନିଆରା ପ୍ରୟାସ। ତେବେ ଏହି ଡଙ୍ଗା ନିର୍ମାଣ ସମୟରେ ଏହାକୁ ତଦାରଖ କରୁଥିଲେ 60 ରୁ ଅଧିକ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ ର ଅଧିକାରୀ। ତେବେ କଟକ ମହାନଗର ନିଗମର ଏହି ପ୍ରୟାସ ବିଶ୍ୱ ଦରବାରରେ ସ୍ଥାନ ପାଛି।

ଏହି ବିଶ୍ୱ ରେକର୍ଡ ପାଇଁ ସିଏମସି ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ। ବିଗତ 15 ଦିନ ଧରି ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ଦିଆଯାଇଥିଲା। ବିଶ୍ଵଦରବାରରେ କଟକକୁ ସ୍ଥାନିତ କରିବା ପାଇଁ ଛାତ୍ର ଛାତ୍ରୀ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। 20  ଟି ସ୍କୁଲର ଛାତ୍ର ଛାତ୍ରୀ ଏହି କାଗଜ ଡଙ୍ଗା ନିର୍ମାଣରେ ସାମିଲ ହୋଇଥିଲେ। ତେବେ ଗିନିଜ ୱାର୍ଲଡ଼ ରେକର୍ଡ ରେ ସ୍ଥାନ ପାଇବା ପରେ ବେଶ ଖୁସି ପ୍ରକାଶ କରିଛନ୍ତି ଛାତ୍ର ଛାତ୍ରୀ।

ରାଜ୍ୟ ମାନ୍ୟତା ପାଇଥିବା ବାଲିଯାତ୍ରା, ଏବେ ଆନ୍ତ ଜାତୀୟ ସ୍ତରର ମେଳାର ମାନ୍ୟତା ଦୌଡର ଆଉ ପଦେ ଆଗେଇଛି।

ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *