ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଶୀତ ଅଧିବେଶନ ପାଇଁ ବସିବ ସର୍ବଦଳୀୟ ବୈଠକ। ଆସନ୍ତା ୨୧ତାରିଖରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହେବ ବୈଠକ। ନଭେମ୍ବର ୨୪ରୁ ଡିସେମ୍ବର ୩୧ତାରିଖ ଯାଏ ଲମ୍ବା ସମୟ ଧରି ଚାଲିବାକୁ ଥିବା ଅଧିବେଶନକୁ ସୁରୁଖୁରରେ ଶେଷ କରିବାକୁ ବୈଠକରେ ବାଚସ୍ପତି ସବୁ ଦଳର ସହଯୋଗ ଲୋଡିବେ l ଏଥର ଅଧିବେଶନ କୋଭିଡ କଟକଣା ଭିତରେ ହେବ ନା ନିୟମର କିଛି ପରିବର୍ତ୍ତନ କରାଯିବ ତାହା ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯିବ। ଦିନ ୧୧ଟା ୩୦ମିନିଟରେ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧକ୍ଷତାରେ ବସିବାକୁ ଥିବା ଏହି ବୈଠକର ବିରୋଧି ଦଳର ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରମୁଖ ସାମିଲ ହୋଇପାରନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *