ଦିବ୍ୟାଙ୍ଗ ହେଲେ ଜଣେ ସଫଳ ଚାଷୀ

ନୟାଗଡ: ଜଣେ ଦିବ୍ୟାଙ୍ଗ ହୋଇ ଆଜି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ନୟାଗଡ ଖଣ୍ଡପଡା ବ୍ଲକ ନଟବରପୁର ଶାସନ ଗାଁର ଦୁର୍ଗାପ୍ରସାଦ ନନ୍ଦ। ସବୁଦିନ ପରି ନିକଟ ଗାଁରୁ ଫେରୁଥିଲେ ଘରକୁ l ଅଚାନକ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଫଳରେ ଦୁର୍ଗା ଦିବ୍ୟାଙ୍ଗ ହୋଇଗଲେ। ଧିରେ ଧିରେ ମନରେ ଥିବା ଅସୁମାରୀ ସ୍ୱପ୍ନ ମରିବାକୁ ବସିଲା। ହେଲେ ଦୁର୍ଗାଙ୍କ ସ୍ତ୍ରୀ ଆଗକୁ ବଢିବାକୁ ପ୍ରେରଣା ଦେବା ପରେ ଆରମ୍ଭ କଲେ ଚାଷ କାମ। ଦୁର୍ଗାଙ୍କର ଡାହାଣ ହାତ ନଥିଲେ ମଧ୍ୟ ସେ ବାମ ହାତରେ ସବୁ କରି ବନିଗଲେ ଜଣେ ସଫଳ ଚାଷୀ। ବିଲରେ ବାଇଗଣ, ଭେଣ୍ଡି, କାକୁଡି, ଜହ୍ନି ପ୍ରଭୁତି ଫସଲ ଫଳେଇ ଆଜି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଗଲେ। 

ଗୋଟେ ହାତ ନଥିଲେ ମଧ୍ୟ ସେ କୌଣସି କାମରେ କମ ନୁହନ୍ତି। ଗୋଟିଏ ହାତରେ ସକାଳୁ ରାତି ଯାଏ କାମ କରିଥାନ୍ତି ଦୁର୍ଗା। ବର୍ଷକୁ ୫ ରୁ ୭ଲକ୍ଷ ଟଙ୍କା ରୋଜଗାର କରୁଥିବା ଦୁର୍ଗାପ୍ରସାଦ ବିଲରେ ସମସ୍ତ କାର୍ଯ୍ୟ କରିଥାନ୍ତି ଗୋଟାଏ ହାତରେ। ବିଲରେ ସେ କୌଣସି ରାସାୟନିକ ସାର ପ୍ରୟୋଗ କରୁନଥିବା ବେଳେ ତାଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଥିବା କହିଛନ୍ତି  ନୟାଗଡସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ। ଦିବ୍ୟାଙ୍ଗ ହୋଇ ଆଜି ଜଣେ ସଫଳ ଚାଷୀ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଦୁର୍ଗାପ୍ରସାଦ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *