ଧଳା ଜହର ଜବତ

କଳାହାଣ୍ଡି: ଦିନକୁ ଦିନ ଧଳ ଜହର କାରବାର ବଢିବାରେ ଲାଗିଛି। କଳାହାଣ୍ଡି ଭବାନୀପାଟଣା ନକଟିଗୁଡା ଆରଟିଓ ଅଫିସ ଠାରୁ ଧଳା ଜହର ଜବତ। ଘଟଣାରେ ଜଣେ ଯୁବକ ଗିରଫ। ଗିରଫ ଯୁବକ ହେଲେ ନକଟିଗୁଡାର ଶିବ ସେନାପତି। ତେବେ ଶିବ ୨ମାସ ହେବ ଭବାନୀପାଟଣା ସହରରେ ବ୍ରାଉନ ସୁଗାର ବେପାର ଆରମ୍ଭ କରିଥିଲେ। ବିଶେଷ ସୁତ୍ରରୁ ଅବକାରୀ ବିଭାଗ ଖବର ପାଇ ଶିବ ଠାରୁ ୨୨.୬୭ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଏହାସହ ଗୋଟିଏ ମୋଟରସାଇକେଲ, ଗୋଟିଏ ମୋବାଇଲ ଫୋନ ଓ ୭୦୦୦ ଟଙ୍କା ମଧ୍ୟ ଜବତ ହୋଇଛି। ବ୍ରାଉନସୁଗାରର ଆନୁମାନିକମୂଲ୍ୟ ୨ ଲକ୍ଷ ୨୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *