୧୫ ବର୍ଷର ବିଜେପି ଉପରେ ଆପର ଝାଡୁ ପାହାର

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ  ବା ଏମସିଡି ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ମିଳିଛି ବହୁମତ। ଗତ ୧୫ ବର୍ଷ ପରେ ବିଜେପି ଶାସନକୁ ଝାଡୁ ମାରି ସଫା କରି ଦେଇଛି ଆପ। ଏପର୍ଯ୍ୟନ୍ତ ହୋଇଥିବା ଗଣତିରେ ଆପ ୧୩୪ ସିଟରେ ବିଜୟ ହାସଲ କରିଛି। ଏଥିରେ ଦ୍ବିତୀୟ ନମ୍ବରରେ ବିଜେପି ୧୦୩ ସିଟ ନିଜ ଖାତାକୁ ନେଇଛି। କଂଗ୍ରେସ ୧୦ ଭୋଟ ହାତେଇ ତିବା ବେଳେ ସ୍ବାଧୀନ ୩ ବିଜୟୀ ହୋଇଛନ୍ତି। ବିପୁଳ ବହୁମତ ପରେ ଆପ ପକ୍ଷରୁ ଦିଲ୍ଲୀରେ ଆରମ୍ଭ ହୋଇ ଯାଇଛି ସେଲିବ୍ରେସନ।   

ଅବୁଲ ଫଜଲ ଙ୍କଠାରୁ କଂଗ୍ରେସ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି। ତାଙ୍କ ବାପା ଆସିଫ ଖାନ ପିତା ନିର୍ବାଚନ କାଳରେ ପୁଲିସ କର୍ମୀଙ୍କ ସହ ଦୁର୍ବ୍ୟବହାର ଅଭିଯୋଗରେ ଜେଲରେ ବନ୍ଦୀ ଅଛନ୍ତି। କଂଗ୍ରେସ ଜାକିର ନଗର ସିଟକୁ କବଜା କରି ନେଇଛି। ଦିଲ୍ଲୀ ସରକାର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିଧାନସଭା ଅଧୀନ ଶକୁରବସ୍ତୀରେ ବିଜେପି ତିନୋଟି ସରସ୍ବତୀ ବିହାର, ପଶ୍ଚିମ ବିହାର, ରାଣି ବାଗକୁ ହାତେଇ ନେଇଛି।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋସିଆ ଫଳାଫଳକୁ ନେଇ ଟ୍ବିଟ କରି ଲୋକେ ତାଙ୍କୁ ଭରସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଏହା ଦୁନିଆର ସବୁଠାରୁ ବଡ ଓ ସବୁଠାରୁ ନକାରାତ୍ମକ ଦଳକୁ ହରାଇ ଦିଲ୍ଲୀ ଜନତା କଟ୍ଟର ବିଶ୍ବସ୍ଥ ତଥା କାର୍ଯ୍ୟ ଦକ୍ଷ ଅରବିନ୍ଦ କେଜରିୱାଲକୁ ଜିତାଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ସୁଲତାନପୁରୀରେ ଏ ୱାଇଠାରୁ ଆପ ପ୍ରାର୍ଥୀ ବାବି କିନ୍ନର ବିଜୟ ହାସଲ କରିଛନ୍ତି। ନିର୍ବାଚନ କାଳରେ ବାବି କିନ୍ନର ଚର୍ଚ୍ଚାରେ ଥିଲେ।

ଆପର ବିଜୟ ସୁନିଶ୍ଚିତ ହେବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି କି, ଆପ ଦିଲ୍ଲୀରେ ଦୀର୍ଘ ୧୫ ବର୍ଷର କଂଗ୍ରେସ ଶାସନର ମୂଳୋତ୍ପାଟନ କରିବା ପରେ ଏବେ ଏମସିଡି ନିର୍ବାଚନରେ ବିଜେପିର ୧୫ ବର୍ଷର ଶାସନକୁ ମୂଳପୋଛ କରିବ। ଦିଲ୍ଲୀର ମୋଟ ଏମସିଡି ସିଟ ୨୫୦ ହୋଇଥିବା ବେଳେ ୧୩୪ ସିଟରେ ଆପ ବିଜୟ ହାସଲ କରି ଏମସିଡିକୁ ନିଜ ନାମକୁ ନେଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *