ପଦ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କାମ ଦେଲା

() ପଦ୍ମପୁରରେ ବିଜେଡି ବୃହତ୍ ବ୍ୟବଧାନରେ ଜିତିଲା। ତେବେ ଏହି ଜିତାପଟ୍ଟ ଧାମନଗର ପରାଜୟର କ୍ଷତକୁ ଲାଘବ କରିବା ସହ ବିଜେଡିର ରଣନୀତି ଓ ସର୍ବୋପରି ନବୀନଙ୍କ କ୍ରେଜ୍ କୁ ପ୍ରତିଫଳିତ କରିଛି। ବିଜେପିର ଦମଦାର ପ୍ରାର୍ଥୀ ଥିଲେ ବି ଦଳର ତାହେଲେ କେଉଁଠି ରହିଗଲା ଭୁଲ୍। ପ୍ରସଙ୍ଗକୁ ଭୁଲି ବ୍ୟକ୍ତିଗତ ଆକ୍ଷେପ ବୁମେରାଂ ସାଜିଲା କି। ଆଉ କଂଗ୍ରେସ କହିଛି, ଜନାଦେଶ ନୁହେଁ ଏହା ଧରାଦେଶ।

ବର୍ଷାଙ୍କୁ ବ୍ୟକ୍ତିଗତ ଆକ୍ଷେପ ହେଉଛି। ତାଙ୍କୁ ସୋସିଆଲ ମିଡ଼ିଆରୁ ନେଇ ମଞ୍ଚରେ ବିଜେପି ନେତାଏ ଅସମ୍ମାନ କରୁଛନ୍ତି। ମା ମାନେ ଏହାର ଉଚିତ ଜବାବ ଦେବେ। ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀ ବର୍ଷାଙ୍କ ପାଇଁ କରିଥିବା ଏହି ନିବେଦନ ପଦ୍ମପୁରରେ କାମ ଦେଲା କି। ୪୨ହଜାର ଭୋଟରେ ଜିତିଲେ ବର୍ଷା ସିଂ ବରିହା। ବିଜେଡି କେବଳ ପଦ୍ମପୁର ଆସନକୁ ହାତରେ ରଖିବାକୁ ସକ୍ଷମ ହେଲାନି, ବରଂ ବୃହତ ବିଜୟ ଆଣିଲା। ଆଉ ଇଏ ହେଉଚି ତାହାର ପ୍ରତିଫଳନ। ବିଜେଡି ଶିବିରରେ ସେଲିବ୍ରେସନ୍।  ଅନୁକମ୍ପା ନା ବିକାଶ ନା ଆଉ କିଛି କାମ ଦେଲା ପଦ୍ମପୁରରେ। ପ୍ରସଙ୍ଗକୁ ପସନ୍ଦ କଲେ ନା ବ୍ୟକ୍ତିଗତ ଆକ୍ଷେପକୁ , ଏ କଥାର ବି ବାର୍ତ୍ତା ଦେଲେ ପଦ୍ମପୁର ଭୋଟର୍। ଧାମନଗର ପରାଜୟର ପ୍ରତିଶୋଧ ନେବା ପରେ ଏବେ ଏହି ବିଜୟର ଶ୍ରେୟ ନେବାକୁ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା ବିଜେଡି ଭିତରେ। କିଏ ସୁରେଶ ପୂଜାରୀଙ୍କୁ ତ କିଏ ପ୍ରଦୀପ ପୁରୋହିତଙ୍କୁ ପୁରୁଣା କଥା ମନେ ପକାଇ ଚ୍ୟାଲେଞ୍ଜ ଦେଲାଣି। ପୁଣି କିଏ ନବୀନଙ୍କ ଆଗରେ ସବୁ ଫିକା ବୋଲି କହି ନିଜର କାଟତିକୁ ପ୍ରଦର୍ଶିତ ପାଇଁ ବ୍ୟସ୍ତ ।

ସେପଟେ ବିଜେପିର ଜୟନାରାୟଣ, ଜୁଏଲଙ୍କଠୁ ନେଇ ଅପରାଜିତାଙ୍କ ଭଳି ଅନେକ ନେତା ବର୍ଷାଙ୍କୁ ବ୍ୟକ୍ତିଗତ ଆକ୍ଷେପ ବୁମେରାଂ ହେଲା କି ବୋଲି ଚର୍ଚ୍ଚା ହେଉଛି। କାରଣ ବର୍ଷା ଜିତୁଛନ୍ତି ବୋଲି ଆଗରୁ କହିଥିଲେ ଖାରବେଳ ସ୍ୱାଇଁ। ତାଙ୍କ ଶ୍ୱଶୁର ତଥା ବିଜେପି ନେତା ରମାରଞ୍ଜନ ବି ବର୍ଷାଙ୍କ ପ୍ରତି ଏଭଳି ଦଳୀୟ ନେତାଙ୍କ କଟାକ୍ଷକୁ ନାପସନ୍ଦ କରିଛନ୍ତି। ବିଜେପି ଧାମନଗର ଉପନିର୍ବାଚନର ବିଜୟ ଧାରାକୁ ପଦ୍ମପୁରରେ ଦୋହରାଇ ତ ପାରିଲାନି। ତା ସାଙ୍ଗକୁ ବଡ଼ ବ୍ୟବଧାନରେ ହାରିବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ହାରିବା ପରେ ପ୍ରଦୀପ କହିଛନ୍ତି, ଏଭଳି ରେଜଲ୍ଟ ତାଙ୍କ ଭାବନାର ବାହାରେ ଥିଲା। ମୁଖ୍ୟମନ୍ତ୍ରୀ ପ୍ରଚାରରେ ଆସି ପଦ୍ମପୁର ପାଇଁ ଯେଉଁ ପ୍ରତିଶୃତି ଦେଇଛନ୍ତି, ପାଳନ କରନ୍ତୁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଛା ଦେବା ସହ ଆଗକୁ ଜନକଲ୍ୟାଣ ଓ ଲୋକସମ୍ପର୍କ ମାଧ୍ୟମରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ବିଜେପି ଚେଷ୍ଟା କରିବ ବୋଲି କହିଛନ୍ତି। ଆଉ କଂଗ୍ରେସ କଥା ନ କହିବା ଭଲ। ମୈଦାନରେ ଥିଲା ସତ। କିନ୍ତୁ ପ୍ରତିଯୋଗିତାରେ ନଥିଲା ଭଳି ଫଳ କହୁଛି। ସେଥିଲାଗି ତ ଅମାନତ ହରାଇଦେଲା। ଏବେ କଂଗ୍ରେସ କହୁଛି, ଏହା ଜନାଦେଶ ନୁହେଁ, ଧରାଦେଶ।

ବୁଧବାର ନବୀନ ନିବାସରେ ପଦ୍ମପୁର ହିସାବନିକାଶ କରିଥିଲେ ମୁଖ୍ୟମନ୍ତ୍ରୀ। ଭୋଟ୍ ଫଳାଫଳ ନେଇ ନେତାଏ ଯେଉଁ ଉତ୍ସାହଜନକ ରିପୋର୍ଟ ଦେଇଥିଲେ ଆଜି ତାହାର ପ୍ରତିଫଳନ ଦେଖିବାକୁ ମିଳିଛି।

ବରଗଡ଼ ପଦ୍ମପୁରରୁ ଧୃବ କର୍ମୀ, ଝାରସୁଗୁଡ଼ାରୁ ସନ୍ତୋଷ ମିଶ୍ର, ଭୁବନେଶ୍ୱରରୁ ନବକିଶୋର ସାହୁଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *