ଭୁବନେଶ୍ୱର: ପୋଲିସ ଉପସ୍ଥିତିରେ ରାଜଧାନୀରେ କଙ୍ଗାରୁ କୋର୍ଟ। କମେଣ୍ଟମରାକୁ ନେଇ ବରମୁଣ୍ଡାରେ ତୁମୁଳକାଣ୍ଡ ଘଟିଛି। ବରମୁଣ୍ଡା ପାଲାମଣ୍ଡପ ଠାରେ ସଭା ମଝିରେ ଦୁଇ ଜଣଙ୍କୁ ଗ୍ରାମବାସୀ ଆଣ୍ଠେଇଥିଲେ। ସ୍କୁଲ ପିଲାଙ୍କୁ କମେଣ୍ଟ ମାରିବାକୁ ନେଇ ଦୁଇ ନାବାଳାକଙ୍କୁ ଶାସ୍ତି ମିଳିଥିବା ଜଣାପଡିଛି। ଗାଁ ସଭା ଆଳରେ ଆଇନକୁ ହାତକୁ ନେଇଛନ୍ତି ଲୋକେ। ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ନିଆଁ ପାଣି ବାସନ୍ଦ କରିବାକୁ ସମସ୍ତଙ୍କ ସାମ୍ନାରେ ଚେତାବନୀ। ପୋଲିସ ଉପସ୍ଥିତିରେ ଏଭଳି ଦୃଶ୍ୟକୁ ଚାରିଆଡୁ ନିନ୍ଦା କରାଯାଇଥିବା ବେଳେ ଭାଇରାଲ ହେଉଛି କଙ୍ଗାରୁ କୋର୍ଟର ଭିଡିଓ।
Naxatra News is now on Whatsapp
Join and get latest news update delivered to you via whatsapp
Join Now