ଝିଅ ବିରୋଧରେ ମା ଥାନାର ଦ୍ବାରସ୍ଥ

ବ୍ରହ୍ମପୁର: ପ୍ରେମ ପାଇଁ ଥାନା ପରିସରରେ ମାଆକୁ ଝିଅ ଠେଲିଦେବା ଘଟଣା। ଝିଅ ବିରୋଧରେ ଥାନାରେ ଦେଲେ ଏତଲା ଦେଲେ ମା । ପାଠ ପଢିବାକୁ ଆସି ଜଣେ ଯୁବକର ପ୍ରେମରେ ପଡି ଶେଷରେ ଘର ଛାଡି ଚାଲିଯାଇଥିବା ଝିଅକୁ ଉଦ୍ଧାର କରିବା ପାଇଁ ପୋଲିସ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ନେହୁରା ହୋଇଥିଲେ ମାଆ । ହେଲେ ମାଆର ଏହି ଦୁଃଖ ଓ ଦରଦକୁ ବୁଝି ପାରିଲାନି ଝିଅ । ବ୍ରହ୍ମପୁରରୁ ଦେଖିବା ଏହି ରିପୋର୍ଟ।

ନିଜ ଜନ୍ମ କଲା ଝିଅ ବିରୋଧରେ ଥାନାରେ ଏତଲା ଦେଲେ ମା।  ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପରିସରରେ ଜନ୍ମ କଲା ଝିଅ ଠେଲି ଦବା ଘଟଣା ସାରା ଓଡିଶା କୁ ଚକିତ କରିଥିବାବେଳେ, ଝିଅ କୁ ସାବଡ଼ କରିବା ସହ ଉପଯୁକ୍ତ ଶାସ୍ତି ପାଇଁ ଥାନାର ଦ୍ୱାରାସ୍ତ ହୋଇଛନ୍ତି ମା ସହ ପରିବାର ଲୋକ । ଗତ 7 ତାରିଖରେ ଦୀର୍ଘ ଦେଢ଼ ବର୍ଷ ପରେ  ଝିଅ କୁ ମା ଖୁସି ହୋଇ କଲେଇ ନେବା ପାଇଁ ଚେଷ୍ଟା କରିଥିବାବେଳେ, ମା କୁ ଠେଲି ତଳେ ପକେଇ  ଦେଇଥିଲା ଝିଅ । ସୂଚନାନୁସାରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା  ବଡବୋରସିଙ୍ଗ ଗାଁର ଗୌରୀବାଳା ସାହୁଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମପୁରରେ ରହି ଇଞ୍ଜିନିୟରିଂ ପାଠ ପଢ଼ୁଥିଲେ ।

ପାଠପଢୁଥିବା ସମୟ ମଧ୍ୟରେ ବ୍ରହ୍ମପୁର ସହରର ଏକ ପୁଅ ସହ ତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୨୦୨୧ ମସିହା ଜାନୁଆରୀ ୨୧ ତାରିଖରେ ଘରେ କେହି ନଥିବା ବେଳେ ଉକ୍ତ ପ୍ରେମିକ ସହ ପ୍ରିୟଙ୍କା କେଉଁଆଡେ ଚାଲିଯାଇଥିଲେ । ଏନେଇ ଯୁବତୀଙ୍କ ପରିବାର ବର୍ଗ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ ।ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରି ଯୁବତୀଙ୍କୁ ଉଦ୍ଧାର କରିଥିଲା । ପରେ ବ୍ରହ୍ମପୁରର ସୁଧାର ଗୃହରେ ୭ ମାସ ଧରି ରଖାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ପ୍ରେମିକ ଏବଂ ତାଙ୍କ ପରିବାର ବର୍ଗ ସୁଧାରଗୃହରୁ ଯୁବତୀଙ୍କୁ ନେଇ ଯାଇଥିଲେ । ଯାହାକୁ ନେଇ ପୁଣିଥରେ ପ୍ରିୟଙ୍କାଙ୍କ ପରିବାର ବର୍ଗ ସହରର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଯୁବତୀଙ୍କୁ ପରିବାର ସହିତ ଆଲୋଚନା କରିବାକୁ ଡକାଇଥିଲା ।

ଦୀର୍ଘ ୧୫ ମାସ ପରେ ଝିଅକୁ ପାଖରେ ପାଇ ସ୍ନେହରେ କୁଣ୍ଢାଇ ଧରୁଥିବା ମାଆଙ୍କୁ ଠେଲି ଦେଇଥିଲା ଝିଅ । ଫଳରେ ଗୌରୀବାଳା ତଳେ ପଡ଼ିଯାଇଥିଲେ । ତେବେ ଥାନା ପରିସରରେ ଝିଅର ଏଭଳି ବ୍ୟବହାର ନେଇ ପରିବାର ଲୋକେ ମର୍ମାହତ ହୋଇପଡ଼ିଥିଲେ । ଏନେଇ ଯୁବତୀଙ୍କ ମାଆ କହିଛନ୍ତି, “ପ୍ରେମରେ ଫସାଇ ଦେଇଥିବା ଯୁବକ ଜଣକ ଝିଅକୁ ବାହାର ଦେଶରେ ବିକ୍ରି କରିଦେବା ପାଇଁ ବାରମ୍ବାର ଧମକ ଦେଉଛନ୍ତି । ସେମାନଙ୍କ କଥାରେ ପଡ଼ି ଝିଅ ଏଭଳି ବ୍ୟବହାର କରୁଛି । ଏହାସହ । ଝିଅକୁ ଦେଖା କରିବା ପାଇଁ ପୁଅର ପରିବାର ଲୋକେ ୫ ଲକ୍ଷ ଦାବି କରୁଥିବା ମାଆ କହିଛନ୍ତି ।,

ସେପଟେ ଯୁବତୀ ଜଣକ ଉଚିତ ରାସ୍ତାକୁ ନ ଆସିଲେ ତାଙ୍କୁ ତେଯ୍ୟ ପୁତ୍ରୀ କରିବେ ବୋଲି ପରିବାର ପକ୍ଷରୁ ପ୍ରତିକ୍ରିୟା  ମିଳିଛି।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *