ଦେଶ ପାଳୁଛି ସ୍ୱର୍ଣ୍ଣିମ ବିଜୟ ଦିବସ

()ଆଜି ପାକିସ୍ତାନ ଉପରେ ଭାରତର ବିଜୟକୁ ୫୧ ବର୍ଷ ପୂରିଛି । ଇଣ୍ଡୋ- ପାକ୍‌ ୱାରରେ ପାକିସ୍ତାନର ଆତ୍ମସମର୍ପଣ  ଏବଂ ବାଙ୍ଗଲାଦେଶର ମୁକ୍ତି ଅବସରରେ ଭାରତୀୟ ସେନା ପାଳନ କରୁଛି ସ୍ଵର୍ଣ୍ଣିମ ବିଜୟ ଦିବସ । ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଜାତୀୟ ୱାର ମେମୋରିଆଲରେ ପହଞ୍ଚି ସହିଦ ଯବାନମାନଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି। । ଭାରତୀୟ ସଶସ୍ତ୍ର ବାହିନୀର ବିଳିଦାନକୁ  ସ୍ମରଣୀୟ କରିବା ପାଇଁ ଏହି ଦିବସ ପାଳନ କରାଯାଏ।  ଭାରତର ତାର ସମସ୍ତ ସୀମାରେ ଶାନ୍ତି ଚାହେଁ ଆଉ ଯଦି କେହି ଆଗୁଆ ଅଶାନ୍ତି ସୃଷ୍ଟି କରେ ତେବେ ତାକୁ କେବେବି କ୍ଷମା କରାଯିବ ନାହିଁ ବୋଲି କହିଛନ୍ତି ଲେପ୍ଟନାଣ୍ଟ ଜେନେରାଲ ।

ଆଜି ସାରା ଦେଶ ପାଳୁଛି ସ୍ୱର୍ଣ୍ଣିମ ବିଜୟ ଦିବସ। ୧୬ ଡିସେମ୍ୱର ୧୯୭୧ରେ ଐତିହାସିକ ବିଜୟର ଆନନ୍ଦ ଆଜି ମଧ୍ୟ ପ୍ରତ୍ୟେକ ଦେଶବାସୀଙ୍କ ହୃଦୟକୁ ଉତ୍ସାହରେ ଭରି ଦେଉଛି। ୧୯୭୧ ‘ବାଂଲାଦେଶ ମୁକ୍ତି ଯୁଦ୍ଧ’ରେ ପାକିସ୍ତାନ ଉପରେ ବିଜୟ ହାସଲ କରିଥିବା ଭାରତ ଆଜି ୫୧ତମ ବିଜୟ ଦିବସପାଳନ କରୁଛି। ଏହି ଅବସରରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏହାସହ ସିଡିଏସ ଜେନେରାଲ ଅନିଲ ଚୌହ୍ୱାନ, ଆର୍ମି ଚିଫ ଜେନେରାଲ  ମନୋଜ ପାଣ୍ଡେ ,  ଏୟାର ଫୋର୍ସ ଚିଫ ମାର୍ସଲ ଭିଆର ଚୌଧୁରୀ ମଧ୍ୟ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାର ଅବ୍ୟବହିତ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଜେନେରାଲ୍‌ ମନୋଜ ପାଣ୍ଡେ ଆର୍ମି ହାଉସ୍‌ରେ ‘ଆଟ ହୋମ’ ରିସେପସନରେ ଯୋଗ ଦେଇଥ‌ିଲେ। ତେବେ ୫୧ ତମ ବିଜୟ ଦିବସ ଅବସରରେ ମୁଁ ମୁକ୍ତିଯୁଦ୍ଧା,ବୀରଙ୍ଗନା ଏବଂ ଭାରତୀୟ ସଶସ୍ତ୍ର ବାହିନୀର ଯବାନମାନଙ୍କର ଶୌର୍ଯ୍ୟ ଓ ଆତ୍ମବଳୀଦାନକୁ ସ୍ମରଣ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହାସହ ଭାରତର ତାର ସମସ୍ତ ସୀମାରେ ଶାନ୍ତି ଚହେଁ , ଆଉ ଯଦି କେହି ଆଗୁଆ ଅଶାନ୍ତି ସୃଷ୍ଟି କରେ ତେବେ ତାକୁ କେବେବି କ୍ଷମା କରାଯିବ ନାହିଁ ବୋଲି କହିଛନ୍ତି ଲେପ୍ଟନାଣ୍ଟ ଜେନେରାଲ ।

୧୯୭୧ ଯୁଦ୍ଧରେ ବିଜୟ ହାସଲ କରାଇଥିବା ଆମ ସଶସ୍ତ୍ର ବଳଙ୍କ ‌ଶୌର୍ଯ୍ୟକୁ ଭାରତ କଦାପି ଭୁଲି ପାରିବ ନାହିଁ। ତେଣୁ ପ୍ରତ୍ୟେକ ବର୍ଷ ଆଜିର ଦିନରେ ଯୁଦ୍ଧରେ ସହିଦ ଯବାନଙ୍କ ବଳିଦାନକୁ ସ୍ମରଣ କରାଯିବା ସହିତ ସେମାନଙ୍କ ପ୍ରତି ବର୍ଣ୍ଣାଢ଼୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଏ। ଇଣ୍ଡୋ- ପାକ୍‌ ଯୁଦ୍ଧରେ ପରାଜିତ ହେବା ପରେ ପାକିସ୍ତାନ ଜେନେରାଲ ଅମିର ଅବ୍ଦୁଲ୍ଲା ଖାଁ ନିଆଜିଙ୍କ ନେତୃତ୍ୱଧୀନ ପାକିସ୍ତାନୀ ସେନା ଢାକାରେ ଲେଫଣ୍ଟନାଣ୍ଟ ଜେନେରାଲ୍‌ ଜଗଜିତ ସିଂହ ଅରୋରାଙ୍କ ନେତୃତ୍ବାଧୀନ ମିଳିତ ସେନା ନିକଟରେ ନିଃସର୍ତ୍ତ ଆତ୍ମସମର୍ପଣ କରିଥିଲା। ଯୁଦ୍ଧର ଅବସାନ ପରେ ବାଂଲାଦେଶ ସ୍ବାଧୀନତା ଲାଭ କରିଥିଲା। ଏଥିପାଇଁ ପାକିସ୍ତାନ ସହିତ ଭାରତ ୧୩ ଦିନ ଧରି ଯୁଦ୍ଧ କରିଥିଲା। ୧୯୭୧ର ଏହି ଯୁଦ୍ଧ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ଆଦି ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକର ସମ୍ପର୍କକୁ ବଦଳାଇ ଦେଇଥିଲା।

ଏହି ଯୁଦ୍ଧରେ ଭାରତୀୟ ସେନା ସାହସିକତା ଦେଖାଇ ଏକ ଚମତ୍କାର ବିଜୟ ହାସଲ କରିଥିଲା। ପ୍ରାୟ ୯୦ ହଜାରରୁ ଅଧିକ ପାକିସ୍ତାନୀ ଭାରତୀୟ ସେନା ନିକଟରେ ଆତ୍ମ ସମର୍ପଣ କରିଥିଲେ। ସେଥିପାଇଁ ଆଜିର ଦିନକୁ ସ୍ୱର୍ଣ୍ଣିମ ବିଜୟ ଦିବସ ଭାବରେ ପାଳନ କରାଯାଏ।

ଜୟଶ୍ରୀ ରଥଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *