ଦୁଇ ବର୍ଷ ପରେ ମହକୁଛି ସରଗି ଫୁଲ

() ଦୁଇ ବର୍ଷ ପରେ ପୁଣି ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ ୨୦୨୨। ୪ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାର SC ST ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି l ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମନଙ୍କର ଦକ୍ଷତାକୁ ଆହୁରି ବିକଶିତ କରିବା ଏହି ଉତ୍ସବର ମୂଳ ଲକ୍ଷ୍ୟ l

ଦୁଇ ବର୍ଷ ପରେ ପୁଣି ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ 2022। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ଅଧିକ ପ୍ରୋତ୍ସାହନ କରିବା ପାଇଁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଏହି ମହୋତ୍ସବ ଆଯୋଜନ କରାଯାଉଛି ।  ଏଥିରେ ୩୦ଟି ଜିଲ୍ଲା ର ଏସସି ,ଏସଟି ଛାତ୍ର ଛାତ୍ରୀମାନେ ଯୋଗ ଦେଇଛନ୍ତି । ଭୁବନେଶ୍ଵର ଆଦିବାସୀ ପଡିଆ ରେ ଏହି ମହୋତ୍ସବ ୪ଦିନ ଧରି ଅନୁଷ୍ଠିତ ହେବ । ଏହି ଚାରି ଦିନରେ ପିଲାମାନେ ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିବେ। ଚଳିତ ବର୍ଷ ୧୦୬୯ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ୧୪୯ ପ୍ରଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରୀ ଯୋଗଦେଇଛନ୍ତି। ମୋଟ ୨୫ୱାର୍କସପ ଷ୍ଟଲ କରା ଯାଇଥିବା ବେଳେ ୨୩ ଟି ତାଲିମ କେନ୍ଦ୍ର କରାଯାଇଛି।  ଏସ ସି ଏବଂ ଏସ ଟି ବିଭାଗ ପକ୍ଷରୁ ୨୦୧୦ ମସିହାରୁ ଏହା ଆୟୋଜିତ ହେଉଛି । ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମନଙ୍କର ଦକ୍ଷତାକୁ ବିକଶିତ କରିବା ଏହି ଉତ୍ସବର ମୂଳ ଲକ୍ଷ୍ୟ ଅଟେ। ଏହି ମହୋତ୍ସବରେ ଯୋଗଦେଇ ବେଶ ଖୁସି ଅଛନ୍ତି ଛାତ୍ରଛାତ୍ରୀl

ଅନ୍ୟପଟେ ଶିଳ୍ପ ପରି ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ପାଇଁ ବି କନକ୍ଳେଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର l ସେଥିପାଇଁ  ଆସନ୍ତା ବର୍ଷ ଡିସେମ୍ବର ୧ ରୁ ୩ ଯାଏଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଏଜୁକେସନ ଇନଭେଷ୍ଟ  କନକ୍ଳେଭ l ଏ ନେଇ ମୁଖ୍ୟ ଶାସନ ସଚିବ ସବୁ ବିଭାଗ ସହ ବୈଠକ କରି ତାରିଖ ସ୍ଥିର କରିଛନ୍ତି l ଏଥିରେ ଗୋଟିଏ କନଫରେନ୍ସ, ଏଗ୍ସିଭିସନ ଓ ଇଭେଣ୍ଟସ କର୍ନର କରାଯିବା ପାଇଁ ଆୟୋଜନ ହୋଇଛି l ଯେଉଁଥିରେ ପ୍ରାଥମିକ ଶିକ୍ଷା, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଶିକ୍ଷା ଓ କୃଷି ଶିକ୍ଷା ପ୍ରମୁଖ ସମ୍ପୃକ୍ତ ରହିବେ l ପ୍ରଥମ ଥର ପାଇଁ ଏହି ଗ୍ଲୋବାଲ ଇଭେଣ୍ଟ ଓଡିଶାରେ ହେବାକୁ ଯାଉଛି l ୫୦ ଦେଶରୁ ଶିକ୍ଷା ମନ୍ତ୍ରୀମାନେ ଆସିବାର କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି l ଓଡ଼ିଶାରେ ହାଇସ୍କୁଲ 5T ରୂପାନ୍ତର, ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ, ମୋ କଲେଜ କାର୍ଯ୍ୟକ୍ରମ ଏଥିରେ “ସୋ” କରାଯିବ l ଓଡିଶା ଏଥିରେ ୧୦୦୦ କୋଟି ପୁଞ୍ଜି ନିବେଶ ଚାହୁଁଥିବା ବେଳେ କେବଳ ଅର୍ଥ ନୁହେଁ, ଏଥିରେ ଅଭିଭାବକ, ଶିକ୍ଷକ ଅଧିକ ସମୟ ନିବେଶ କରିପାରିବେ l ଯେହେତୁ ବଡ଼ ନିବେଶ ଆଶା ରହିଛି ତେଣୁ ନୂଆ ନୂଆ ବିଶ୍ଵବିଦ୍ୟାଳୟ  ମାନଙ୍କୁ ମଧ୍ୟ ଏଥିରେ ସ୍ୱାଗତ କରାଯିବ  ବୋଲି ପ୍ରତିକ୍ରିୟା ରଖିଛନ୍ତି ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ l

ଶିକ୍ଷାକ୍ଷେତ୍ରରେ କୋଭିଡ଼ ପରଠୁ ଧୀରେ ଧୀରେ ସୁଧାର ଆସୁଥିବା ବେଳେ, ଏଭଳି କାର୍ଯ୍ୟକ୍ରମ ଆଗକୁ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ କେତେ ପରିବର୍ତ୍ତନ ଆଣିପାରୁଛି ତାହା ସମୟ ସାପେକ୍ଷ୍ୟ l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *