ବିଏଫ-୭କୁ ନେଇ ସତର୍କ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରେ ଚୀନ ଭାରିଆଣ୍ଟ ଚିହ୍ନଟ ପରେ ରାଜ୍ୟ  ସ୍ବାସ୍ଥ୍ୟ ବିଭାଗ ତତ୍ପର । ପୁଣି କୋଭିଡ-୧୯କୁ ନେଇ ସତର୍କତା ଅବଲମ୍ବନ ଉପରେ ଦିଆଗଲା ଗୁରୁତ୍ବ। ମାକ୍ସ ପିନ୍ଧିବାକୁ ଅପିଲ ପଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ବିଶେଷ କରି ଗହଳି ଜାଗାରେ ମାକ୍ସ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାସହ ଆସନ୍ତାକାଲି ସ୍ୱାସ୍ଥ୍ୟ ବିଭାଗରେ ବସିବ ଗୁରୁତ୍ୱପୂର୍ଣ୍ଣ  ବୈଠକ।

ଚୀନର ଭାରିଆଣ୍ଟ  ରାଜ୍ୟରେ ଚିହ୍ନଟ ହେବା ପରେ ଚିନ୍ତା ବଢିଛି। ରାଜ୍ୟ ସରକାର ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଏହାକୁ ନେଇ ପୁଣି କୋଭିଡ ସତର୍କତା ଅବଲମ୍ବନ କରିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ମହାପାତ୍ର କହିଥିବା ବେଳେ କୋଭିଡ ସ୍ଥିତି କୁ ନେଇ ଆସନ୍ତା କାଳି ବସିବାକୁ ଯାଉଛି  ବୈଠକ। ଦିନ ୧୨.୩୦ ରେ ସଚିବାଳୟ ରେ ବସିବ ବୈଠକ। ବର୍ତ୍ତମାନର ସ୍ଥିତିକୁ ନେଇ  ଆବଶ୍ୟକୀୟ ପଦକ୍ଷେପ  କଣ ନିଆଯିବ ତାହା ଉପରେ ବୈଠକ ହେବ। ସ୍ୱାସ୍ଥ୍ୟ ବିଭାଗ ସହ ଆରଏମଆରସି, ଆଇଏଲଏସ ଓ ବିଭିନ୍ନ ମେଡ଼ିକାଲ୍ କଲେଜ କର୍ତ୍ତୃପକ୍ଷ ବୈଠକରେ ସାମିଲ ହେବେ।

ସେପ୍ଟେମ୍ବର ୩୦ ଭାରିଆଣ୍ଟ ଚିହ୍ନଟ ହୋଇଥିଲା ଏହା ବିଏଫ୭ ଥିଲା। ଏହା ପରେ ଆଉ ସେହି ଭାରିଆଣ୍ଟ ଚିହ୍ନଟ ହୋଇନାହାନ୍ତି। ତେବେ  ଭୟଭୀତ ହେବାର ଆବଶ୍ୟକ ନାହିଁ। ଚୀନରେ ଭାରିଆଣ୍ଟର ଯେଉଁ ପ୍ରଭାବ ଦେଖା ଦେଇଛି ତାହା ଆମ ଦେଶରେ ଦେଖା ଦେବ ନାହିଁ। ଆମ ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଛି। ତଥାପି ଆମେ ସର୍ଭେଲାନ୍ସ ଜାରି ରହିଛି ଓ ଆଗକୁ ବି ରହିବ। ବୁଷ୍ଟର ଡୋଜ ନେବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ।

କୋଭିଡ ସଂକ୍ରମଣକୁ ପ୍ରତିହତ କରିବାକୁ ଲୋକଙ୍କୁ ସଚେତନ ହେବାକୁ କହିବା ସହ  ଅଯଥା ଗହଳି ନ କରିବାକୁ ପରାମର୍ଶ ଦେଇଛନ୍ତି। ଯଦି ଗହଳିକୁ ଯିବା ଦରକାର ହୁଏ ତେବେ ମାସ୍କ ପିନ୍ଧିବା ଉପରେ ଜୋର ଦେଇଛନ୍ତି। । ନିଜ ପାଇଁ ନିଜେ ସତର୍କ ହୁଅନ୍ତୁ। ଟେଷ୍ଟିଂ, ଟ୍ରାକିଂ,ଟ୍ରିଟମେଣ୍ଟ ସରକାର କରୁଛନ୍ତି ତାହା ଜାରି ରହିବ। ଭାରତ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଆଗକୁ କଟକଣା ଲାଗୁ ହେବ ବୋଲି ସୂଚନା ଦିଆଯାଇଛି।

ସେପଟେ ଆଇଏମଏ ପକ୍ଷରୁ କୋଭିଡ ଗାଇଡ ଲାଇନ ଜାରି କରାଯାଇଛି। ତୁରନ୍ତ କୋଭିଡ ନିୟମ ମାନିମାକୁ କୁହାଯିବା ସହ ବୁଷ୍ଟର ଡୋଜ ନେବାକୁ କୁହାଯାଇଛି। ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *