ସଡକ ଦୁର୍ଘଟଣାରେ ଚାଲିଗଲା ୧୬ ଯବାନଙ୍କ ଜୀବନ

ନୂଆଦିଲ୍ଲୀ: ସିକିମରେ ବଡ ଧରଣର ସଡକ ଦୁର୍ଘଟଣାରେ ଚାଲିଗଲା ୧୬ ଯବାନଙ୍କ ଜୀବନ ଓ  ୪ ଜଣ ଆହତ ହୋଇଛନ୍ତି। ଉତ୍ତର ସିକିମର ଜେମାରେ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ରକ ଯବାନଙ୍କୁ ନେଇ ଯାଉଥିବା ବେଳେ ଏକ ମୋଡରେ ହଠାତ୍ ଟ୍ରକଟି ଖସିପଡିଥିଲା ତଳକୁ। ଏହି ଦୁର୍ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେମାନଙ୍କ ସେବା ଓ ପ୍ରତିବଦ୍ଧତା ପ୍ରତି ଦେଶ ତାଙ୍କ ପ୍ରତି କୃତଜ୍ଞ ରହିବ କହିଛନ୍ତି ମନ୍ତ୍ରୀ। ଏଥି ସହ ମୃତ ଯବାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଏୟାର ଲିପ୍ଟ କରାଯାଇଛି।

ଶୁକ୍ରବାର ସକାଳୁ ତିନୋଟି ଗାଡିରେ ଯବାନମାନେ ଚତ୍ତେନରୁ ଥାଙ୍ଗୁ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମ୍ପର୍କରେ ଜଣା ପଡିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ୪ ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଏୟାର ଲିପ୍ଟ କରାଯାଇଥିବା ସ୍ଥଳ ସେନା ପକ୍ଷରୁ ସୂଚନା ଦିଆଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *