ମୁମ୍ବାଇର ବହୁ ପାର୍ଟି ଅଫିସରେ ତାଲା

ମୁମ୍ବାଇ: ଶିବସେନାର ଉଦ୍ଧବ ଓ ସିନ୍ଧେ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟ ହେବା ପରେ ବ୍ରିହାମୁମ୍ବାଇ ମୁନିସିପାଲ କର୍ପୋରେସନ  ବା ବିଏମସି କର୍ତ୍ତୃପକ୍ଷ ପକ୍ଷରୁ ବିଏମସି କୋଠାରେ ଥିବା  ସମସ୍ତ ରାଜନୈତିକ ଦଳର ଅଫିସକୁ ବନ୍ଦ କରି ଦିଆଯାଇଛି।

ବିଏମସି କମିଶନର ଇକବାଲ ସିଂହ ଚହଲ କହିଛନ୍ତି କି, ସାଧାରଣ ପ୍ରଶସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ବୁଧବାର ସେନାର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହେବା ପରେ ପୁଲିସ ନିର୍ଦ୍ଦେଶ କ୍ରମେ ଐତିହାସିକ କୋଠାରେ ଥିବା  ସମସ୍ତ ପ୍ରମୁଖ ରାଜନୈତିକ ଦଳର ଅଫିସ ବନ୍ଦ କରାଯାଇଛି।

ବୁଧବାର ସଂଧ୍ୟାରେ ଦକ୍ଷିଣ ମୁମ୍ବାଇର ମୁନସିପାଲ ହେଡକ୍ବାଟର ସମ୍ମୁଖରେ ଶିବସେନାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହାକୁ ନେଇ କିଛି ସମୟ ଧରି ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା। ଏସମ୍ପର୍କରେ ସିନ୍ଧେ ଗୋଷ୍ଠୀର ମୁଖପାତ୍ର ଶୀତଲ ମାତ୍ରେ  ସୂଚନା ଦେଇଛନ୍ତି କି, ସିଭିକ ହେଡକ୍ୟାଟର ଥିବା ସ୍ଥାନର ବହୁ ରାଜନୈତିକ ପାର୍ଟି ଅଫିସକୁ ସିଲ କରାଯାଇଛି। ଏଥିରେ ଶିବସେନା, ଏନସିପି, ସିପିର ଅଫିସ ସିଲ ହୋଇଛି।

ସୂଚନା ଯୋଗ୍ୟ: ବୁଧବାର ଦିନ ଶିବସେନାର ଦଳୀୟ ଅଫିସକୁ ସିନ୍ଧେଙ୍କ ବାଲାସାହେବାଞ୍ଚି ଗୋଷ୍ଠୀର ଉତ୍ତର କେନ୍ଦ୍ରାଞ୍ଚଳ ମୁମ୍ବାଇ ସାଂସଦ ରାହୁଲ ସେୱାଲେ, ପୂର୍ବତନ ଷ୍ଟାଣ୍ଡିଂ କମିଟ ଅଧ୍ୟକ୍ଷ ଜଶବନ୍ତ ଯାଦବ ଓ ପୂର୍ବତନ କର୍ପୋରେଟର ଶୀତଲ ମାତ୍ରେ ପ୍ରବେଶ କରିଥିଲେ। ଏହାକୁ ବିରୋଧ କରିଥିଲେ ଉଦ୍ଧବଙ୍କ ଉଦ୍ଧବ ବାଲାସାହେବ ଠକରେ ଗୋଷ୍ଠୀର ପୂର୍ବତନ କର୍ପୋରେଟର ସବୁ। ବିରୋଧକାରୀଙ୍କ ମଧ୍ୟରେ ଥିଲେ ଆଶିଶ ଚେମ୍ବୁରକର, ସଚିନ ପଡୱାଲ ପ୍ରମୁଖ। ଏହାକୁ ନେଇ ଦୁଇ ଗୋଷ୍ଠୀ ସେଠାରେ ପାଟିତୁଣ୍ଡ କରିବା ସହ ସ୍ଲୋଗାନ ସବୁ ଦେଇଥିଲେ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ସେଠାରୁ ଘଉଡାଇଦେଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *