ହ୍ୟୁମାନ ଶ୍ରେୟା ବିବାଦରେ ପଡିବ ପୂର୍ଣ୍ଣଚ୍ଛେଦ!

() କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରେୟାଙ୍କ ମଧ୍ଯରେ ଚାଲିଥିବା ପାରିବାରିକ ବିବାଦ ଥମିବାର ନାଁ ଧରୁନି । ଆଜି ଶ୍ରେୟା  ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଥାର୍ଡ ପର୍ସନଙ୍କ ଏଣ୍ଟ୍ରି ଥିଲା ଅଶାନ୍ତିର କାରଣ । ହ୍ୟୁମାନ ଏବଂ ତାଙ୍କ ମା ଗଣମାଧ୍ୟମରେ ତାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବା ସେ କହିଛନ୍ତି । ତେବେ ପୂର୍ବ ସଂପର୍କ ପୁଣି ଫେରିବା ନେଇ ଆଶା ପ୍ରକଟ କରିଛନ୍ତି ଶ୍ରେୟା । ସେପଟେ ହ୍ୟୁମାନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଘର କଳି ଘରେ ନରହି ବାହାରକୁ ଯିବା ଠିକ ନୁହେଁ । ଏହାସହ ସେ ଆପୋଷ ସମାଧାନ ପାଇଁ ସମ୍ପୂର୍ଣ୍ଣ ରାଜି ବୋଲି ମଧ୍ୟ ସେ କହିଛନ୍ତି ।

ହ୍ୟୁମାନ ସାଗର ଓ ପତ୍ନୀ ଶ୍ରେୟା ମିଶ୍ରଙ୍କ ମଧ୍ୟରେ ଫାଟର ମୁଖ୍ୟ କାରଣ ହେଉଛି ନିଶା ଏବଂ ତୃତୀୟ ବ୍ୟକ୍ତିର ହସ୍ତକ୍ଷେପ। ପୁରୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀୟା ମିଶ୍ର। ହ୍ୟୁମାନ ସବୁବେଳେ ଅତ୍ୟଧିକ ମଦ୍ୟପାନ କରି ତାଂକୁ ମାରଧର କରନ୍ତି। ମଦ ପିଇବାକୁ ବାରଣ କରିବାରୁ ହ୍ୟୁମାନ ତାଙ୍କୁ ନିର୍ଯାତନା ମଧ୍ୟ ଦିଅନ୍ତି। ଏମିତିକି ତାଙ୍କ ଝିଅକୁ ହ୍ୟୁମାନ ସ୍ନେହ କରନ୍ତି ନାହିଁ ବୋଲି ଶ୍ରେୟା ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ମତାନ୍ତର ବଢ଼ିବା ପରେ ହ୍ୟୁମାନ ଗତ ୨୦୨୨ ସେପ୍ଟେମ୍ବର ୨୭ରେ ନିଜ ଶ୍ରେୟାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଶ୍ରେୟା। ପରେ ତାଙ୍କ ବାପା ମାଙ୍କୁ ଡାକି ହ୍ୟୁମାନକୁ ଯେତେ ବୁଝାଇଥିଲେ ମଧ୍ୟ ହ୍ୟୁମାନ କିଛି ନ ବୁଝି ଖରାପ ବ୍ୟବହାର କରିଥିବା ଶ୍ରେୟା କହିଛନ୍ତି । ତେବେ ନିର୍ଯାତନା ଅଧିକ ହେବା, ସମାଧାନ ବାଟ ନ ଫିଟିବାରୁ ସେ ବାଧ୍ୟ ହୋଇ ପୋଲିସର ଦ୍ୱାରସ୍ତ ହୋଇଥିଲେ। କିନ୍ତୁ ଶ୍ରେୟା ଏବେବି ସମାଧାନ ଚାହୁଁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେପଟେ ଶ୍ରେୟାଙ୍କ ଆଇନଜୀବୀଙ୍କ କହିବା କଥା ହେଉଛି ଏ ବିବାଦ ତୁଟିବା ସହ ସ୍ୱାମୀଙ୍କ ସହ ରହିବାକୁ ଶ୍ରୀୟା ଚାହୁଁଛନ୍ତି। ମାତ୍ର ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀଙ୍କ ମିଶ୍ରଣକୁ ଜଣେ ତୃତୀୟ ବ୍ୟକ୍ତି ଚାହୁଁନାହାନ୍ତି। ଫଳରେ ବିବାଦ ବଢୁଛି।

ଅନ୍ୟପଟେ ଶ୍ରେୟା ସାମ୍ବାଦିକ ସମ୍ମିଳନୀ କରି ହ୍ୟୁମାନ ଓ ତାଙ୍କ ପରିବାର ସମ୍ପର୍କ ରେ କହିବା କଷ୍ଟ ଦେଇଛି ବୋଲି ହ୍ୟୁମାନ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି। ଶ୍ରେୟା ଆଣିଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ଏହାସହ ଆପୋଷ ସମାଧାନ ପାଇଁ ସମ୍ପୂର୍ଣ୍ଣ ରାଜି ବୋଲି ହ୍ୟୁମାନ ସାଗର କହିଛନ୍ତି ।

ତେବେ ଆସନ୍ତା ୩୦ ତାରିଖରେ ପୁଲିସରେ ହାଜର ହେବା ପରେ ବିବାଦ ସମାଧାନ ହେଉଛି ନା ନାହିଁ ତାହା ସ୍ପଷ୍ଟ ହୋଇଯିବ ।

କଟକରୁ ଦିପ୍ତୀ ରଞ୍ଜନ ଶତପଥୀଙ୍କ ସହ ପୁରୀରୁ ସମ୍ବିତ ମିଶ୍ର

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *