ଜାନକିନାଥ ଭବନ ଚଳଚଞ୍ଚଳ

କଟକ: ପାଳିତ ହୋଇଛି  ମହାନ ସ୍ବାଧୀନତା ସଂଗ୍ରାମୀ ତଥା ବୀର ପୁରୁଷ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ୧୨୬ ତମ ଜୟନ୍ତୀ। ତାଙ୍କ ଜନ୍ମ ସ୍ଥାନ କଟକ ଓଡିଆ ବଜାର ସ୍ଥିତ ଜାନକିନାଥ ଭବନକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ବହୁ ବିଶିଷ୍ଟ ବ୍ୟକ୍ତି ଆସି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ନେତାଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟପକ୍ଷରେ ଆଜି ଦିନ ତମାମ ସଂଗ୍ରହାଳୟକୁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ଗହଳି ଲାଗି ରହିଥିଲା।

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ  ଜନ୍ମ ଜୟନ୍ତୀ ନେଇ ତାଙ୍କ ଜନ୍ମସ୍ଥାନ  କଟକ ଓଡିଆ ବଜାର ସ୍ଥିତ ଜାନକିନାଥ ଭବନ ଚଳଚଞ୍ଚଳ ହୋଇ ଉଠି ଥିଲା। ସକାଳୁ ସକାଳୁ ରାମଧୂନ ସହର ପରିକ୍ରମା କରିବା ପରେ ସମସ୍ତେ ସଂଗ୍ରହାଳୟକୁ ଆସିଥିଲେ। ଛାତ୍ରଛାତ୍ରୀ  ନିଜକୁ ଭିନ୍ନ ଭିନ୍ନ ରୂପରେ ସଜେଇ ସଂଗ୍ରହାଳୟ ବୁଲିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ଜାତୀୟ ପତାକା ଉତ୍ତୋଳନ କରି ତାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ପରେ ପରେ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ନେତାଜୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ଚିତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ।ତେବେ ନେତାଜୀଙ୍କ ନାତି ସୁପ୍ରିୟୋ ବୋଷ କହିଛନ୍ତି ନେତାଜୀ ଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟାଇବା ପାଇଁ ବିଭିନ୍ନ କମିସନ ତଦନ୍ତ କରିଛନ୍ତି।

ନେତାଜୀ ଜୟନ୍ତୀ ପାଇଁ ମୁଖ୍ୟ ଫାଠକ ସହ ସଂଗ୍ରହାଳୟର ୧୨ଟି ଗ୍ୟାଲେରୀ କୁ ସୁନ୍ଦର ଭାବେ ସଜା ଯାଇଥିଲା। ଏହା ସାଙ୍ଗକୁ ପୁରା ଗାର୍ଡେନ ଫୁଲ ର ସମ୍ଭାରରେ ଝଲସୁଥିଲା। ଦିନ ତମାମ ସାଧାରଣ ଦର୍ଶକଙ୍କ ସଂଗ୍ରହାଳୟ ବୁଲି ଦେଖିଥିଲେ । ତେବେ ନେତାଜୀଙ୍କ ମୃତ୍ୟୁ ର ରହସ୍ୟ ନେଇ ହୋଇଥିବା ବିତର୍କ ଉପରେ ତିନି ତିନିଟା କମିଶନ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି ।ଯେଉଁଥିରେ ପ୍ଲେନ ବ୍ଲାଷ୍ଟ ଯୋଗୁଁ ନେତାଜୀଙ୍କ ମୃତ୍ୟୁ ହୋଇଥିଲା ।  ଚିତାଭସ୍ମ ଓଡ଼ିଶା ଆସିବା ଦିଗରେ ପ୍ରୟାସ ହେବା ଆବଶ୍ୟକ । ସେହିପରି ନେତାଜୀ ଙ୍କ ଅଶ୍ଟିନ କାର କୁ କଟକ ଆଣିବା ନେଇ ହୋଇଥିବା ପ୍ରଶ୍ନ ଉତ୍ତର ରେ ସେ କହିଛନ୍ତି ସେ କାର ଏବେ ନେତାଜୀଙ୍କ ବଂଶ ଙ୍କ ଦାୟିତ୍ୱ ରେ ରହିଛି । ପ୍ରଥମେ ସେମାନଙ୍କ ପକ୍ଷରୁ ଓଡ଼ିଶା ଆଣିବା ପାଇଁ ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *