ମେସିନ କରୁଛି ମନରେଗା କାର୍ଯ୍ୟ

କାମାକ୍ଷାନଗର: ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ଗ୍ରାମାଞ୍ଚଳର ଶ୍ରମିକ ମାନଙ୍କୁ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦେବାର ମୂଳ ଲକ୍ଷ୍ୟ ରଖିଛନ୍ତି ସରକାର।  କିନ୍ତୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ଖୋଲାଖୋଲି ନିୟମର ଅବମାନନା କରାଯାଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତି ଓ ପୁଟସାହି ପଂଚାୟତରେ ମନରେଗା ଯୋଜନାରେ କିଭଳି ଚାଲିଛି ପୋଖରୀ ଖୋଳା କାର୍ଯ୍ୟ | ଜେସିବି ମେସିନ ସାହାଯ୍ୟରେ ସ୍ଥାନୀୟ ସରପଞ୍ଚ ନିଜ ସହଯୋଗୀଙ୍କୁ ଲଗାଇ ଦିନ ରାତି ଏକ କରି ପୋଖରୀ ଖୋଳୁ ଥିବା ବେଳେ, ସମର୍ଥିତ ଶ୍ରମିକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ହଡପ କରୁଛନ୍ତି ଲକ୍ଷାଧିକ ଟଙ୍କା | ସେପଟେ ପରଜଙ୍ଗ ବ୍ଲକ ଲୋଧଣୀ ପଂଚାୟତରେ ମଧ୍ୟ ସମାନ ଚିତ୍ର , ପଂଚାୟତର ଅମୃତ ସରବର ପାଇଁ ଆସିଥିବା ଅର୍ଥକୁ ଶ୍ରମିକ ମାନଙ୍କ ଦ୍ୱାରା ପୋଖରୀ ଖୋଳିବା ନିୟମ ଥିବା ବେଳେ, ଜେସିବି ମେସିନ ରେ ଖୋଳି ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଉଥିବା ଅଭିଯୋଗ ହେଉଛି |

ତେବେ ଏ ନେଇ ପୁଟସାହି, ଲୋଧଣି ଗ୍ରାମବାସୀ କାମାକ୍ଷାନଗର ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି | ସେପଟେ  ସବୁ ଜାଣି ନ ଜାଣିଲା ପରି ମୋଟା ଅଙ୍କର ପିସି ନେଇ ଉଭୟ ବ୍ଲକ ପ୍ରଶାସନର ନିର୍ଦେଶରେ ସ୍ଥାନୀୟ ସରପଞ୍ଚ  ପ୍ରଥମେ ମେସିନରେ କାର୍ଯ୍ୟ କରି, ପରେ ନିଜ ସମର୍ଥିତଙ୍କୁ ନେଇ କୋଡି, ଶାବଳ ଧରାଇ ବିଭାଗୀୟ ୱେବ ସାଇଡ ରେ ଫଟୋ ଅପଲୋଡ଼ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ତେବେ ଶ୍ରମିକମାନଙ୍କ ପାଇଁ ଆସୁଥିବା ଟଙ୍କାଙ୍କୁ ମେସିନ ସାହାଯ୍ୟରେ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚ କରୁଥିବା ଲୁଟକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଶ୍ରମିକ ମାନେ ଯେଉଁ କାର୍ଯ୍ୟକୁ ୧ ଲକ୍ଷ ଟଙ୍କାରେ କରିବା କଥା, ତାହାକୁ ମେସିନ ସାହାଯ୍ୟରେ ମାତ୍ର ୩୦ ହଜାର ଟଙ୍କା ରେ କରିହେବ |ତେଣୁ ବଳକା ଟଙ୍କା କୁ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚ ମିଶି ହଡପ କରୁଥିବା ଅଭିଯୋଗ ହେଉଛି |

ତେବେ ଏ ନେଇ ଆମ ପ୍ରତିନିଧି ଉଭୟ ବିଡ଼ିଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ, ସେ ଏ ନେଇ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇ ପାରିବେ ନାହିଁ ବୋଲି କହିଛନ୍ତି |

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *