ଗ୍ଲୋରୀ ଫେଷ୍ଟ-୨୦୨୩ ଉଦଯାପିତ

ପୁରୀ:   ପୁରୀରେ ଅଗ୍ରଣୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ନିତ କେନ୍ଦ୍ର ପକ୍ଷରୁ ଆୟୋଜିତ ଗ୍ଲୋରୀ ଫେଷ୍ଟ-୨୦୨୩ ଉଦଯାପିତ ହୋଇଛି। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ହାଇଟେକ୍ କଲେଜ ଅଫ ନର୍ସିଂର ଛାତ୍ରୀ ପୂଜା ବିଶ୍ବାସ ଗ୍ଲୋରୀ କୁଇନ୍ ଟାଇଟଲ ହାସଲ କରିଛନ୍ତି। ସ୍ୱର୍ଣ୍ଣାଭ ବେଳାଭୂମିରେ ପୂଜାଙ୍କୁ ଗ୍ଲୋରୀ କୁଇନ ମୁକୁଟ ପିନ୍ଧାଇ ଥିଲେ ଅତିଥି।

ଉଦଯାପନୀ ସନ୍ଧ୍ୟାରେ ଗ୍ଲୋରୀ କୁଇନ ଟାଇଟଲ୍ ସହ ବିଭିନ୍ନ ବିଭାଗର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଗ୍ଲୋରୀ କୁଇନ୍ ଫାଇନାଲ୍ ରାଉଣ୍ତରେ ୧୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ହାଇଟେକ୍ କଲେଜ୍ ଅଫ୍ ନର୍ସିଂର ଛାତ୍ରୀ ପୂଜା ବିଶ୍ବାସ ଗ୍ଲୋରୀ କୁଇନର ମୁକୁଟ ପିନ୍ଧିଛନ୍ତି। ସେହିପରି ଗ୍ଲୋରୀ କୁଇନର ପ୍ରଥମ ରନର୍ସଅପ୍ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ରୀ ମିନୁ ଭୋଇ, ଦ୍ବିତୀୟ ରନର୍ସଅପ୍ ରାଉରକେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଜାନଭି ପ୍ରଜ୍ଞାପ୍ତି ହୋଇଛନ୍ତି। ଉଦଯାପନୀ ଉତ୍ସବର ଅତିଥି ଭାବେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ଯୁବ ବିଜେଡ଼ି ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ଆଇନଜୀବୀ ବିଭୁ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।‌

ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍ କଣ୍ଠଶିଳ୍ପୀ ଅନିକ ଧର୍ ଓ ଲୋପାମୁଦ୍ରା। ଏହି ଦୁଇ କଣ୍ଠଶିଳ୍ପୀ ବଲିଉଡ଼ର ପ୍ରମୁଖ ଗୀତ ଗାଇ ଶୀତୁଆ ସନ୍ଧ୍ୟାରେ ଉଷ୍ମ ଭରିଦେଇଥିଲେ।

ସମ୍ବଲପୁରୀ ନୃତ୍ୟରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଶିବ ତାଣ୍ଡବ ଦର୍ଶକଙ୍କୁ ଭରପୁର ମନୋରଂଜନ ଯୋଗାଇଥିଲା। ପରେ ଗ୍ଲୋରୀ ଫେଷ୍ଟର ବିଭିନ୍ନ ବିଭାଗର ପ୍ରତିଯୋଗୀତାର ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ଶିବ ପ୍ରସାଦ ଦାସ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *